ETV Bharat / state

ବିଦ୍ୟୁତ ନେଲା ୩ ହାତୀଙ୍କ ଜୀବନ, ଶକ୍ତ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ - ELEPHANT DEATH IN REDHAKHOL FOREST

ସମ୍ବଲପୁର ରେଢୋଖୋଲ ରେଞ୍ଜରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ହାତୀଙ୍କ ମୃତ୍ୟୁ । ମୃତଦେହ ଉଦ୍ଧାର ପରେ ବନ ବିଭାଗର ତଦନ୍ତ ।

ବିଦ୍ୟୁତ ତାର ନେଲା ତିନି ହାତୀଙ୍କ ଜୀବନ, ରେଢାଖୋଲ ରେଞ୍ଜରେ ଅଘଟଣ
ବିଦ୍ୟୁତ ତାର ନେଲା ତିନି ହାତୀଙ୍କ ଜୀବନ, ରେଢାଖୋଲ ରେଞ୍ଜରେ ଅଘଟଣ (ETV Bharat odisha)
author img

By ETV Bharat Odisha Team

Published : Nov 18, 2024, 10:53 AM IST

Updated : Nov 18, 2024, 8:56 PM IST

ସମ୍ବଲପୁର/ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁ ନେଇ ଉଦବେଗ ଜାରି ରହିଥିବା ବେଳେ ବିଦ୍ୟୁତ ତାର ନେଇଛି ତିନି ହାତୀଙ୍କ ଜୀବନ । ଆଜି ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ବୁରୋମାଲ ଜଙ୍ଗଲ ଭିତରେ ୩ଟି ହାତୀଙ୍କ ମୃତଦେହ ଠାବ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏମାନେ ପ୍ରାଣ ହରାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରେ ୨ଟି ବଡ଼ ହାତୀ ଥିବାବେଳେ ଗୋଟିଏ ଛୁଆ ହାତୀ ରହିଛି । ବନ ଅଧିକାରୀ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

୩ ହାତୀ ମୃତ:

ELEPHANT DEATH IN REDHAKHOL FOREST (ETV Bharat Odisha)

ଆଜି ସକାଳୁ ସ୍ଥାନୀୟ ଲୋକେ ୩ଟି ହାତୀର ମୃତଦେହ ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ । ରେଢ଼ାଖୋଲ ‘ଡିଏଫଓ’ଙ୍କ ସମେତ ବରିଷ୍ଠ ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବିଦ୍ୟୁତ ତାର କେମିତି ଜଙ୍ଗଲ ମଧ୍ୟକୁ ଆସିଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ବାରାହା ଶିକାର ଉଦ୍ଦେଶ୍ୟରେ ବିଛାଯାଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ବାରମ୍ବାର ହାତୀମାନଙ୍କ ଗତିବିଧି ଲାଗି ରହିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ମଧ୍ୟ ଦେଇ ଆସୁଥିଲେ ।

ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ, ମୃତକଙ୍କ ମଧ୍ୟରେ ୧ ଛୁଆ ହାତୀ
ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ, ମୃତକଙ୍କ ମଧ୍ୟରେ ୧ ଛୁଆ ହାତୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ ହାତୀଙ୍କୁ ମିଳୁନି ଜାଗା, ବଢୁଛି ହାତୀ-ମଣିଷ ଲଢ଼େଇ ଓ ମୃତ୍ୟୁ ସଂଖ୍ୟା: PCCF

ବଢୁଛି ଅସ୍ୱାଭାବିକ ହାତୀ ମୃତ୍ୟୁ, ଯାଞ୍ଚ କରିବାକୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day

ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ:

ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ବିଦ୍ୟୁତ ପାଇଁ ହାତୀ ମୃତ୍ୟୁ ହେଉଛି । ଯେହେତୁ ଶିକାରୀମାନେ ବାରହା ମାରିବା ପାଇଁ ବିଦ୍ୟୁତ ଲାଇନ ଲଗାଇ ରଖୁଛନ୍ତି ତେଣୁ ଏଭଳି ଘଟଣା ଘଟୁଛି । ଏହା ଜଙ୍ଗଲ ବିଭାଗ ଏବଂ ଶକ୍ତି ବିଭାଗର ଦାୟିତ୍ବରେ ରହୁଛି । ତଦନ୍ତ କରି ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।"

ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ, ମୃତକଙ୍କ ମଧ୍ୟରେ ୧ ଛୁଆ ହାତୀ (ETV Bharat odisha)

ଜଏଣ୍ଟ ଟାସ୍କ ଫୋର୍ସ ଟିମ ତଦନ୍ତ ଆରମ୍ଭ:

ହାତୀ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "କେଉଁଠି ହାତୀ ମଣିଷ ମାରୁଛି ତ କେଉଁଠି ହାତୀର ମୃତ୍ୟୁ ହେଉଛି । ଏହା ଏକ ବଡ ଦ୍ବନ୍ଦାତ୍ମକ ପରିସ୍ଥିତି । ବଣ ଜଙ୍ଗଲ ଅଞ୍ଚଳରେ କେବେ ହାତୀ ମଣିଷକୁ ଦଳି ମାରିଦେଉଥିବା ଖବର ଆସୁଛି, ଫସଲ ହାନୀର ବି ଖବର ଆସୁଛି । ଜଙ୍ଗଲ ବିଭାଗ ଏସବୁ ବିଷୟରେ ପଦକ୍ଷେପ ଗ୍ରହଣ କରିବ ବୋଲି ମୋର ଆଶା । ଏହାର ଏକ ରାସ୍ତା ବାହାର କରିବାକୁ ହେବ ।"

ସେପଟେ ୩ ହାତୀଙ୍କ ମୃତ୍ୟୁ ହେବା ପରେ ଭୁବନେଶ୍ୱରରୁ ବନ ବିଭାଗର ଜଏଣ୍ଟ ଟାସ୍କ ଫୋର୍ସର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡାକ୍ତରୀ ଟିମ ଆସନ୍ତାକାଲି ହାତୀଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ମାଟି ତଳେ ପୋତାଯିବ । ତେବେ ଏହି ଅଞ୍ଚଳରେ ହାତୀଙ୍କ ଗତିବିଧି ସବୁବେଳେ ଲାଗି ରହିଥାଏ । ଏହି ଅଞ୍ଚଳରେ ଅଧିକାଂଶ ଲୋକଙ୍କ ଚାଷ ଜମି ରହିଛି । ସେଥିପାଇଁ ହାତୀ ପଲ ଫସଲ ହାନୀ କରିବା ପାଇଁ ଆସୁଥିବା ବେଳେ ବନ ବିଭାଗର କର୍ମଚାରୀଙ୍କ ଖୋଜ ଖବର ନଥାଏ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 18, 2024, 8:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.