ETV Bharat / state

ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ ଲକ୍ଷ୍ୟ - CM AT SINGAPORE INVESTORS MEET

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା।

ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,
ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, (ETV Bharat Odisha)
author img

By ETV Bharat Odisha Team

Published : Nov 18, 2024, 2:16 PM IST

Updated : Nov 18, 2024, 5:03 PM IST

ଭୁବନେଶ୍ବର: ସିଙ୍ଗାପୁରରେ ନିବେଶକ ସମ୍ମିଳନୀର ଆଜି ଦ୍ଵିତୀୟ ଦିନ । ସିଙ୍ଗାପୁରର ବିଭିନ୍ନ ମନ୍ତ୍ରୀ ଓ ଶିଳ୍ପ ପ୍ରତିନିଧିଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଶିଳ୍ପ ମନ୍ତ୍ରୀ ଗାନ କିମ୍ ୟୋଙ୍ଗଙ୍କୁ ଭେଟିଛନ୍ତି ମୋହନ ମାଝୀ । ଉଭୟଙ୍କ ମଧ୍ୟରେ ସୌଜନ୍ଯମୂଳକ ସାକ୍ଷାତ ସହିତ ବାଣିଜ୍ୟିକ ସଂପର୍କ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

'ବିଶ୍ବରୁ ନିବେଶକ ଭାରତ ଆସିବେ'

ମୁଖ୍ୟମନ୍ତ୍ରୀ କହିଛନ୍ତି, "ସାରା ବିଶ୍ବରୁ ନିବେଶକ ଭାରତରେ ନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ । ଭାରତର ପୂର୍ବ ସମୁଦ୍ରକୁ ପ୍ରବେଶ ଦ୍ୱାର ଭାବରେ ଓଡିଶାର ରଣନୀତିକ ସ୍ଥିତିକୁ ହାଇଲାଇଟ କରିବା ଏସୀୟ ବଜାର ସହିତ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଛି । ରପ୍ତାନୀ ସମ୍ଭାବନାକୁ ବଢ଼ାଇବା ପାଇଁ ବାଣିଜ୍ୟ, ଶିଳ୍ପ ହବର ବିକାଶ ଏବଂ ବନ୍ଦର ଭିତ୍ତିଭୂମି ଉପରେ ଆଲୋଚନା ହୋଇଛି ।"

ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

୪ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ :

ଓଡ଼ିଶାରେ ଆସନ୍ତାବର୍ଷ ଜାନୁଆରୀ ୨୮ ଏବଂ ୨୯ ତାରିଖରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା ନିବେଶକ ସମ୍ମିଳନୀ । ଏହା ପୂର୍ବରୁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତରେ ଅଛନ୍ତି । ୪ ଦିନିଆ ସିଙ୍ଗାପୁର ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ, ସେଠାକାର ଉପ ପ୍ରଧାନମନ୍ତ୍ରୀ ତଥା ଶିଳ୍ପ ମନ୍ତ୍ରୀ ଗାନ କିମ୍ ୟୋଙ୍ଗଙ୍କୁ ଭେଟିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ, ସିଙ୍ଗାପୁରର ବିଭିନ୍ନ ମନ୍ତ୍ରୀ ଏବଂ ଶିଳ୍ପପତିମାନଙ୍କ ସହ ସିଧାସଳଖ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ- ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ଆଲୋଚନା

ଏହା ମଧ୍ୟ ପଢନ୍ତୁ-' ସିଙ୍ଗାପୁରରୁ ଆସିବ ବଡ଼ ପୁଞ୍ଜି', ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶିଳ୍ପମନ୍ତ୍ରୀ ଏବଂ ସଚିବ ଉପସ୍ଥିତ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ପ୍ରତିନିଧୀ ଶିଳ୍ପ ଅଭିବୃଦ୍ଧି ସୁଯୋଗ ଅନୁସନ୍ଧାନ କରିବା ପାଇଁ ଜୁରୋଙ୍ଗ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ରାଜ୍ୟର ବରିଷ୍ଠ ପ୍ରତିନିଧୀ ମଧ୍ୟ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । ସିଙ୍ଗାପୁରର ଉନ୍ନତ ଶିଳ୍ପ ଇକୋସିଷ୍ଟମରୁ ଓଡ଼ିଶାର ପାରାଦ୍ବୀପରେ ବିନିଯୋଗ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଫଳରେ PCPIR ବା ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ବିନିଯୋଗ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଧ୍ୟାନ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ ତଥା ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଥିବାବେଳେ, ଉପସ୍ଥିତ ଥିଲେ ଓଡ଼ିଶାର ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ଏବଂ ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ସିଙ୍ଗାପୁର ଯାତ୍ରା କରିଥିବା ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୭ ତାରିଖରୁ ସେଠାରେ ଥିବା ବେଳେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିବେ ।

ଓଡ଼ିଶାରେ ପୁଞ୍ଜି ନିବେଶକୁ ପ୍ରାଥମିକତା:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଥିବା ବେଳେ, ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଓଡ଼ିଶାକୁ ଅଧିକରୁ ଅଧିକ ନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ଅଧିକ ପୁଞ୍ଜି ନିବେଶ ପାଇଁ ପରିବେଶ ସୃଷ୍ଟି କରିବା । ବିଶେଷ କରି ପେଟ୍ରୋକେମିକାଲ ପ୍ରକ୍ରିୟାକରଣ, ଲଜିଷ୍ଟିକ ଏକୀକରଣ ଏବଂ ଓଡିଶାର ଶିଳ୍ପ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବା ପାଇଁ ବିଶ୍ଵର ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବାରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା ହୋଇଛି । ସ୍ଥାୟୀ ତଥା ପ୍ରତିଯୋଗିତାମୂଳକ ଶିଳ୍ପ ଇକୋସିଷ୍ଟମ ନିର୍ମାଣରେ ସିଙ୍ଗାପୁରର ପାରଦର୍ଶିତାକୁ ଅନୁସନ୍ଧାନ କରି ଓଡ଼ିଶାକୁ ପେଟ୍ରୋକେମିକାଲ ଏବଂ ସହଯୋଗୀ ଶିଳ୍ପ ପାଇଁ ଏକ ହବ୍ ଭାବରେ ସ୍ଥାନିତ କରିବାକୁ ଏହି ପ୍ରତିନିଧି ଲକ୍ଷ୍ୟ ରଖିଛନ୍ତି । ପ୍ରତିନିଧି ଦଳରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇପିକଲ ଏମଡି ଭୁପିନ୍ଦର ସିଂ ପୁନିଆ ଓ ବରିଷ୍ଠ ଅଧିକାରୀ ଅଛନ୍ତି ।

ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା
ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-ଓଡିଶାରେ ନିବେଶ ଲାଗି ବଢୁଛି ନିବେଶକଙ୍କ ଆଗ୍ରହ, ୫ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ-ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁୃ-ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

ମୁମ୍ବାଇ ଓ ଦିଲ୍ଲୀରେ ସରିଛି ରୋଡ ସୋ:

ସିଙ୍ଗାପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦେଶ ଭିତରେ ଦୁଇ ଦୁଇଟି ରୋଡ ସୋ କରି ସାରିଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏବଂ ମୁମ୍ବାଇରେ ନିବେଶକ ଏବଂ ଶିଳ୍ପପତିମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 18, 2024, 5:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.