ଓଡିଶା

odisha

ETV Bharat / state

ଆଗତ ହେଲା କାମଚଳା ବଜେଟ: 2024-25 ଆର୍ଥିକ ବର୍ଷ ଲାଗି 1 ଲକ୍ଷ 18 ହଜାର କୋଟି - ଆଗତ ହେଲା କାମଚଳା ବଜେଟ

Budget 2024: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଆଣିଛନ୍ତି 2024-25 ଆର୍ଥିକ ବର୍ଷ ଲାଗି ଅନ୍ତରୀଣ ବଜେଟ । ମୋଟ 2 ଲକ୍ଷ 55 ହଜାର କୋଟି ଟଙ୍କାର ବଜେଟ ଆଣିଛନ୍ତି ରାଜ୍ୟ ସରକାର । ସେଥିରୁ 1 ଲକ୍ଷ 18 ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବଜେଟ ଆଗତ କରିଛନ୍ତି । ଅଧିକ ପଢନ୍ତୁ

Finance Minister Bikram Keshari Arukha
Finance Minister Bikram Keshari Arukha

By ETV Bharat Odisha Team

Published : Feb 8, 2024, 7:29 PM IST

ଆଗତ ହେଲା କାମଚଳା ବଜେଟ; 2024-25 ଆର୍ଥିକ ବର୍ଷ ଲାଗି 1 ଲକ୍ଷ 18 ହଜାର କୋଟି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଆଣିଛନ୍ତି 2024-25 ଆର୍ଥିକ ବର୍ଷ ଲାଗି ଅନ୍ତରୀଣ ବଜେଟ । ମୋଟ 2 ଲକ୍ଷ 55 ହଜାର କୋଟି ଟଙ୍କାର ବଜେଟ ଆଣିଛନ୍ତି ରାଜ୍ୟ ସରକାର । ସେଥିରୁ 1 ଲକ୍ଷ 18 ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବଜେଟ ଆଗତ କରିଛନ୍ତି । ବଜେଟ ଆଗତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

ବଜେଟରେ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସର୍ବାଧିକ ଅର୍ଥ । ବିଭାଗକୁ ମିଳିଛି 24 ହଜାର 7 ଶହ 64 କୋଟି ଟଙ୍କା । ସେହିପରି ଗ୍ରାମାଞ୍ଚଳର ବିକାଶ ଓ ପିଇବା ପାଣି ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ତେଣୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗକୁ ମିଳିଛି 22543 କୋଟି ଟଙ୍କା । ଜନ ସାଧାରଣଙ୍କ ଅନ୍ୟ ଏକ ମୌଳିକ ଆବଶ୍ୟକତା ହେଉଛି ସ୍ବାସ୍ଥ୍ୟ । ସ୍ବାସ୍ଥ୍ୟ ବିଭାଗ ପାଇଁ ଅର୍ଥମନ୍ତ୍ରୀଙ୍କ ଭଣ୍ଡାରରୁ ଯାଇଛି 19729 କୋଟି । ଜଳସମ୍ପଦର ବିକାଶ ଓ ସଂରକ୍ଷଣ ପାଇଁ ବିଭାଗକୁ ମିଳିଛି 13267 କୋଟି । ନୂଆ ଯୋଜନା ଓ ଯୋଜନାର ସମୀକ୍ଷା ପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ମିଳିଛି 12043 କୋଟି ।

ଅଧିକ ପଢନ୍ତୁ- ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍

ସେହିପରି ରାଜ୍ୟ ସରକାର ଯୋଗାଯୋଗ ବୃଦ୍ଧି ରାସ୍ତା ସଂଯୋଗୀ କରଣ ଉପରେ ଦେଉଛନ୍ତି ଗୁରୁତ୍ବ । ତେଣୁ ପୁର୍ତ୍ତ ବିଭାଗକୁ ମିଳିଛି 10950 କୋଟି । ଗ୍ରାମ୍ୟ ଉନ୍ନୟନ ପାଇଁ 9330 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗୃହ ବିଭାଗକୁ 8641 କୋଟି ଟଙ୍କା ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପାଇଁ 696 କୋଟି, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ 1751 କୋଟି, ଆଇନ ବିଭାଗ ପାଇଁ 915 କୋଟି, ବାଣିଜ୍ୟ ବିଭାଗ 196 କୋଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପାଇଁ 1308 କୋଟି, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ପାଇଁ 5544, ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଁ 9868 କୋଟି, ଶ୍ରମ ବିଭାଗ ପାଇଁ 310 କୋଟି, କ୍ରୀଡା ବିଭାଗ ପାଇଁ 1305 କୋଟି, ଶିଳ୍ପ ପାଇଁ 808 କୋଟି, ପରିବହନ 3097 କୋଟି, ଜଙ୍ଗଲ ଏବଂ ପରିବେଶ ବିଭାଗ ପାଇଁ 1219 କୋଟି, କୃଷି ବିଭାଗ ପାଇଁ 7924 କୋଟି ଟଙ୍କା ବ୍ୟବସ୍ଥା ହୋଇଛି ।

ଖଣି ବିଭାଗକୁ 464 କୋଟି, ସୂଚନା ଏବଂ ଲୋକସଂପର୍କ ବିଭାଗ ପାଇଁ 146 କୋଟି, ଅବକାରୀ ପାଇଁ 230 କୋଟି, ସଂସଦୀୟ ବ୍ୟାପାର ବିଭାଗ ପାଇଁ 85 କୋଟି, ସାଇନ୍ସ ଏବଂ ଟେକ୍ନୋଲୋଜି ବିଭାଗ ପାଇଁ 126 କୋଟି, ଶକ୍ତି ବିଭାଗ ପାଇଁ 3352 କୋଟି, ପର୍ଯ୍ୟଟନ ପାଇଁ 818 କୋଟି, ମତ୍ସ୍ୟ ଏବଂ ପଶୁ ସମ୍ପଦ ପାଇଁ 1938 କୋଟି, ହସ୍ତତନ୍ତ ବିଭାଗ ପାଇଁ 261 କୋଟି, ସମବାୟ ବିଭାଗର 2108 କୋଟି, ମହିଳା ଏବଂ ଶିଶୁ ବିକାଶ ପାଇଁ 5015 କୋଟି, ଇ ଆଣ୍ଡ ଟି ପାଇଁ 374 କୋଟି, ଉଚ୍ଚଶିକ୍ଷା ପାଇଁ 3470 କୋଟି, ଦକ୍ଷତା ବିକାଶ ପାଇଁ 1582 କୋଟି, ଏମଏସଏମଇ ପାଇଁ 747 କୋଟି, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ 4698 କୋଟି, ମିଶନ ଶକ୍ତି ବିଭାଗ ପାଇଁ 2761 କୋଟି, ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପାଇଁ 220 କୋଟି ଟଙ୍କା ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ସହ ସହଭାଗିତା ଯୋଜନା ପାଇଁ ଅର୍ଥ ବରାଦ କରିଛନ୍ତି ସରକାର । ରାଜ୍ୟ ସରକାର ନିଜସ୍ଵ ଯୋଜନା ପାଇଁ ଅନୁଦାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ପାଇଁ 4000 କୋଟି, ପ୍ରଧାନମନ୍ତ୍ରୀ ଆବାସ ସହର ପାଇଁ 692 କୋଟି, ଜଳ ଜୀବନ ମିଶନ ପାଇଁ 6000 କୋଟି, ରେଳ ପ୍ରକଳ୍ପ ପାଇଁ 700 କୋଟି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 1424 କୋଟି, ବିଜୁ ପକ୍କାଘର ପାଇଁ 100 କୋଟି, ବସୁଧା ଯୋଜନା - 2000 କୋଟି, ମେଟ୍ରୋ ପ୍ରକଳ୍ପ ପାଇଁ 1000 କୋଟି, ରାସ୍ତା ଉନ୍ନତି ପାଇଁ 6194 କୋଟି, ନୂଆ ଓ ପାଇଁ 200 କୋଟି, ବିଜୁ ସେତୁ ପାଇଁ 200 କୋଟି, କ୍ରୀଡା ଭିତିଭୂମି ପାଇଁ 852 କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ 72 କୋଟି, ପ୍ରାଚୀନ କୀର୍ତ୍ତିରାଜି ରକ୍ଷଣାବେକ୍ଷଣ ପାଇଁ 15 କୋଟି, ମମତା ଯୋଜନା 521 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details