ଓଡିଶା

odisha

ETV Bharat / state

ନୟାଗଡ଼ରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀକୁ ଗଣଦୁଷ୍କର୍ମ ! 3 ଗିରଫ

ଫତେଗଡ଼ ଥାନା ଅଞ୍ଚଳରେ ଲଜ୍ଜା । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଘଟିଲା ଅଘଟଣ । ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ,୩ ଗିରଫ ।

Fategarh Gang Rape Case
Fategarh Gang Rape Case (ETV Bharat Odisha)

By ETV Bharat Odisha Team

Published : 4 hours ago

ନୟାଗଡ:ଫତେଗଡ଼ ଥାନା ଅଞ୍ଚଳରେରେ ଚାଞ୍ଚଲ୍ୟ । ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀକୁ ଗଣଦୁଷ୍କର୍ମ ଅଭିଯୋଗ । ଫତେଗଡ ଶ୍ରୀରାମ ମନ୍ଦିରକୁ ଆସି ଦର୍ଶନ କରି ଫେରୁଥିବା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନିଜଣ ଯୁବକ ଗିରଫ ହୋଇଛନ୍ତି ।

ନୟାଗଡରେ ଲଜ୍ଜା !

ଘଟଣାରୁ ପ୍ରକାଶ ଯେ ଗତ ରବିବାର ( ଅକ୍ଟୋବର ୨୦ ତାରିଖ ) ଜଣେ ୨୨ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଦ୍ଵିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ବାଇକରେ ସନ୍ଧ୍ୟା ସାଢ଼େ ଛଅଟା ବେଳେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ଉଭୟଙ୍କୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ଜଙ୍ଗଲ ଭିତରକୁ ନେଇଯାଇ ପ୍ରବଳ ମାଡମାରି ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ଯୁବତୀକୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ଯୁବତୀଙ୍କ ଭିଡିଓ ଭାଇରାଲ :

ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି । ଏହାପରେ ଯୁବକ ଯୁବତୀଙ୍କ ଠାରୁ ୪ ହଜାର ୮ ଶହ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିଲେ । ପୁଣି ଅଭିଯୁକ୍ତ ମାନେ ଯୁବତୀଙ୍କୁ ଦୁଷ୍କର୍ମ ପାଇଁ ଧମକ ଦେବା ସହ ନଆସିଲେ ସୁଟିଂ କରିଥିବା ଭିଡିଓ ଭାଇରାଲ ପାଇଁ ଧମକ ଦେଇଥିଲେ । ଯୁବତୀ ଜଣକ ରାଜି ନ ହେବାରୁ ଭିଡିଓକୁ ମୋବାଇଲରୁ ମୋବାଇଲକୁ ଭାଇରଲ କରିଥିଲେ । ପରେ ଏହା ସୋସିଆଲ ମିଡିଆରେ ବ୍ୟାପିଥିବା ଭାଇରାଲ ଭିଡିଓ । ପୀଡ଼ିତା ଯୁବତୀ ଜଣଙ୍କ ଏହି ଘଟଣା ଜାଣିବା ପରେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଫତେଗଡ ଥାନା ପୋଲିସ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇ କେସ ନଂ ୨୭୬/୨୪ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ....ମୟୂରଭଞ୍ଜରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, SCBରେ ପୀଡିତା

ଏନେଇ ସାମ୍ୱାଦିକ ସମ୍ମିଳନୀରେ ନୟାଗଡ଼ ଏସପି ଏସ୍. ସୁଶ୍ରୀ କହିଛନ୍ତି, " ମାମଲାରେ 22 ବର୍ଷୀୟ ଯୁବତୀ ରହିଛନ୍ତି । ମାମଲାଟି 20 ତାରିଖରେ ଘଟିଥିଲା କିନ୍ତୁ 25 ତାରିଖରେ ମାମଲା ଥାନାରେ ରିପୋର୍ଟଂ ହୋଇଛି । ଯୁବତୀକୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଫତେଗଡ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୩ ମୋବାଇଲ ଫୋନ୍ ସହ ଗୋଟିଏ ଛୁରୀ ଜବତ କରିଛି ପୋଲିସ । ପୀଡ଼ିତଙ୍କ ବୟାନ ରେକର୍ଡ ସହ ଭିଡିଓ ଏବଂ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ସମ୍ପୂର୍ଣ୍ଣ ତଦନ୍ତକୁ ଆଧାର କରି ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details