ଓଡିଶା

odisha

ETV Bharat / state

ଲଗାଣ ବର୍ଷା ଯୋଗୁଁ ମାଣ୍ଡିଆ ଚାଷୀଙ୍କ ମୁଣ୍ଡରେ ଚଡ଼କ, ପ୍ରଭାବିତ ହେବ ଫସଲ - millet farming affected

MILLET FARMING AFFECTED: କୋରାପୁଟ ଜିଲ୍ଲାରେ ଦୀର୍ଘ ଦିନ ହେବ ଜାରି ରହିଛି ଲଗାଣ ବର୍ଷା । ଏଥିପାଇଁ ମାଣ୍ଡିଆ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଛି । ଚାଷୀମାନେ ଧାଡ଼ି ପଦ୍ଧତିରେ ଚାଷ କରି ସରକାରଙ୍କ ପାଖରୁ ପ୍ରୋତ୍ସାହନ ରାଶି ପାଉଥିବାବେଳେ ବର୍ତ୍ତମାନ ଯଦି ବୁଣା ପଦ୍ଧତିରେ ସେମାନେ ଚାଷ କରନ୍ତି,ତାହାଲେ ମିଳିବନି ପ୍ରୋତ୍ସାହନ ରାଶି । କ'ଣ କହିଲେ କୃଷି ଅଧିକାରୀ ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

MILLET FARMING AFFECTED
MILLET FARMING AFFECTED (ETV Bharat Odisha)

By ETV Bharat Odisha Team

Published : Aug 4, 2024, 8:30 PM IST

କୋରାପୁଟ: ଦୀର୍ଘ ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଚାଷୀମାନେ ନାହିଁ ନଥିବା ହନ୍ତସନ୍ତ ହୋଉଛନ୍ତି । ବର୍ତ୍ତମାନ ମାଣ୍ଡିଆ ଚାଷ କରିବା ପାଇଁ ଉତ୍କୃଷ୍ଟ ସମୟ । କିନ୍ତୁ ଗତ ୧୦ରୁ୧୫ ଦିନ ଧରି ବର୍ଷା ଲାଗି ରହିଥିବା ଯୋଗୁଁ ଚାଷୀର କ୍ଷେତରେ ପ୍ରସ୍ତୁତ କରାଯାଇଥିବା ଚାରା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । କୋରାପୁଟ ବ୍ଲକ ଅନ୍ତର୍ଗତ ମାନାବର ପଞ୍ଚାୟତର ଯୁବଚାଷୀ ବତୀ ଜାନୀ ଦୁଇ ଦୁଇଥର ମାଣ୍ଡିଆ ଚାରା ପ୍ରସ୍ତୁତ କରିସାରିଥିବା ବେଳେ ତାହା ଜମିରେ ରୋପଣ କରିବା ପାଇଁ ଯୋଗ୍ୟ ହୋଇ ରହିନାହିଁ । ତେବେ ପୁଣି ସେମାନେ ବୁଣା ପଦ୍ଧତିକୁ ଆପଣାଇବେ ବୋଲି କହିଛନ୍ତି ସେ । ଯାହାଫଳରେ ଉତ୍ପାଦନ ହ୍ରାସ ପାଇବା ସହ ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହେବେ ଚାଷୀ ।

MILLET FARMING AFFECTED (ETV Bharat Odisha)

ବୁଣା ପଦ୍ଧତିରେ ହ୍ରାସ ପାଇବ ଉତ୍ପାଦନ:

ଏନେଇ ଚାଷୀପୂର୍ବ ଗୌଡ଼ କହିଛନ୍ତି ,"ବୁଣା ପଦ୍ଧତି ଦ୍ଵାରା ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି । ସେହିପରି ଏସଏମଆଇ(ଧାଡ଼ି ପଦ୍ଧତି)ମାଧ୍ୟମରେ ରୋପିବା ଦ୍ବାରା ଏକର ପିଛା 7 ରୁ 8 କ୍ଵିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହେଉଥିବାବେଳେ ବୁଣି ପଦ୍ଧତିରେ ତାହା 3 ରୁ 4 କ୍ଵିଣ୍ଟାଲକୁ ହ୍ରାସ ପାଇବ ।"

ବୁଣା ପଦ୍ଧତିରେ ମାଣ୍ଡିଆ ରୋପଣ କଲେ ମିଳିବନି ପ୍ରୋତ୍ସାହନ ରାଶି:

ସେହିପର କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି," ମନ ଇଚ୍ଛା ବୁଣିଦେବା ଫଳରେ ଏସଏମଆଇ ମାଧ୍ୟମରେ ରୋପିବା ପାଇଁ ସରକାର ଯେଉଁ ପ୍ରୋତ୍ସାହନ ରାଶି ପ୍ରଦାନ କରନ୍ତି, ତାହା ଚାଷୀ ପାଇବାରୁ ମଧ୍ୟ ବଞ୍ଚିତ ହେବେ । ଏସଏମଆଇ ମାଧ୍ୟମରେ ରୋପିବା ପାଇଁ ଚାଷୀକୁ ଏକର ପିଛା ଦେଢ କିଲୋ ମାଣ୍ଡିଆ ବିହନ ଆବଶ୍ୟକ ହେଉଥିବା ବେଳେ ବୁଣିବା ପାଇଁ ତାକୁ ପ୍ରାୟ 30 କିଲୋ ବିହନର ଆବଶ୍ୟକତା ପଡିବ । ତେଣୁ ଚାଷୀର ଏହା ତ୍ରିକୋଣୀୟ ନଷ୍ଟକୁ ଆଖିରେ ରଖି ସରକାର ବର୍ତ୍ତମାନ ଠାରୁ କିପରି କ୍ଷତିପୂରଣ ମିଳପାରିବ ସେ ଦିଗରେ ବ୍ୟବସ୍ଥା କରିବା ଆବଶ୍ୟକ ରହିଛି ।"

ଏହା ମଧ୍ୟ ପଢନ୍ତୁ ....ସମସ୍ୟା ଘେରରେ ଡଙ୍ଗରିଆ ଜନଜାତି, ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଲେ - Dongria Tribes

କ'ଣ କହିଲେ କୃଷୀ ଅଧିକାରୀ:

ଏନେଇ କୃଷି ଅଧିକାରୀ ତାପସ ରାଏ କହିଛନ୍ତି," ଚାଷୀ ପାଇଁ ବର୍ତ୍ତମାନ ଏସଏମଆଇ ମାଧ୍ୟମରେ ରୋପିବା ସମ୍ଭବ ହୋଇନପାରିଲେ, ମାଣ୍ଡିଆ ଚାଷରେ ଧାଡ଼ି ବୁଣାକୁ ଆପଣେଇଲେ ମଧ୍ୟ କିଛି ମାତ୍ରାରେ ସରକାରୀ ପ୍ରୋତ୍ସାହନ ରାଶି ମିଳିପାରିବ ।"


ଇଟିଭି ଭାରତ,କୋରାପୁଟ

ABOUT THE AUTHOR

...view details