ଓଡିଶା

odisha

ETV Bharat / state

ଉଜୁଡା ଫସଲ ଉଜାଡିଲା ପରିବାର, ଜୀବନ ହାରିଲେ ଚାଷୀ - FARMER ENDS LIFE

ଗଞ୍ଜାମରେ ଋଣ ସୁଝିବା ଚିନ୍ତାରେ ଜୀବନ ହାରିଲେ ଚାଷୀ । ଅଦିନିଆ ଲଗାଣ ବର୍ଷାରେ ବହୁଳ ଭାବରେ ଉଜୁଡି ଯାଇଥିଲା ।

Farmer Ends Life
Farmer Ends Life (ETV Bharat Odisha)

By ETV Bharat Odisha Team

Published : Dec 26, 2024, 5:53 PM IST

ବ୍ରହ୍ମପୁର:ଜୀବନ ହାରିଲେ ଚାଷୀ ।ଅଦିନିଆ ଲଗାଣ ବର୍ଷାରେ ବହୁଳ ଭାବରେ ଉଜୁଡି ଯାଇଥିଲା । କରଜ ସୁଝିବା ଚିନ୍ତାରେ ସେ ଏଭଳି କରିଥିବା ପରିବାର ଲୋକେ କହିଛନ୍ତି ।

Farmer Ends Life (ETV Bharat Odisha)

ଜୀବନ ହାରିଲେ ଚାଷୀ:

ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ବରଙ୍ଗ ଗ୍ରାମର ଜଣେ ୬୪ ଚାଷୀ ଜୀବନ ହାରିଥିବା ଅଭିଯୋଗ ‌ଆସିଛି । ମୃତକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪ ବର୍ଷ) । ମୃତ ଚାଷୀ ବନମାଳୀ ଗ୍ରାମରେ ପ୍ରାୟ ୫ ଏକର ଚାଷ ଜମିରେ ଧାନଫସଲ କରିଥିଲେ । ସେଥିରୁ ବନମାଳୀଙ୍କ ନିଜର ୨ ଭରଣ ଜମି ରହିଥିବାବେଳେ ଅନ୍ୟ ସମସ୍ତ ଜମିକୁ ଭାଗଚାଷୀ ଭାବରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଚଳିତବର୍ଷର ଖରିଫ ଋତୁରେ ଚାଷୀ ଜଣଙ୍କ ବିଭିନ୍ନ ସ୍ଥାନରୁ ଧାରକରଜ କରି ଧାନ ଚାଷ କରିଥିଲେ । ହେଲେ ଗତ ଅଦିନିଆ ଲଗାଣ ବର୍ଷାରେ ବହୁଳ ଭାବରେ ଉଜୁଡି ଯାଇଥିଲା ।

Banamali Penthei (ETV Bharat Odisha)

ଫସଲ ଉଜାଡିଲା ଅଦିନିଆ ବର୍ଷା:

ମୃତ ଚାଷୀଙ୍କ ଭଉଣୀ ଅପସରା ପ୍ରଧାନଙ୍କ କହିବା କଥା,"କ୍ଷେତରେ କଟା ହୋଇଥିବା ଧାନ ପାଣିରେ ପଡି ରହି ଗଜା ହେଉଥିବାରୁ ନିୟମିତ ଭାବରେ ଚାଷ ଜମିକୁ ଯାଇ ତାହାକୁ ଦେଖି ଚିନ୍ତାରେ ରହୁଥିଲେ । ଲଗାଣ ବର୍ଷା ପରେ ସେ ନିଜର ଉଜୁଡା ଫସଲକୁ ଦେଖିବାକୁ ଯାଉଥିଲେ । ହେଲେ ଆଜି ସେ ନିଜର ଚାଷ ଜମିକୁ ଯାଇ ଆସିବା ପରେ ଘରେ ପହଞ୍ଚି ଶୌଚାଳୟ ଯାଇଥିଲେ । ସେହିଠାରେ ଜୀବନ ହାରିଛନ୍ତି ।" କିଛି ସମୟ ଧରି ଚାଷୀ ବନମାଳି ନଫେରିବା ପରେ ପରିବାରବର୍ଗ ଖୋଜାଖୋଜି କରିଥିଲେ । ହେଲେ ମୃତଦେହେ ଦେଖିବାକୁ ପାଇଥିଲେ । ଏହି ଖବର ଜଣାପଡିବା ପରେ ଛତ୍ରପୁର ଥାନା ଅଧିକାରୀଙ୍କ ସମେତ ପୋଲିସ ଟିମ୍ ଏବଂ ସ୍ଥାନୀୟ ପୋଟଲାମପୁର ଗ୍ରାମର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଜାରି ରହିଛି ।

Farmer Ends Life (ETV Bharat Odisha)

'ରେଡକ୍ରସ ପାଣ୍ଠିରୁ ସହାୟତା'

ସେପଟେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ଚନ୍ଦ୍ର ରେଡ୍ଡୀ କହିଛନ୍ତି, "ଗତ କିଛି ଦିନର ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲର କ୍ଷୟକ୍ଷତି ହୋଇଥିବାବେଳେ ବନମାଳୀ ପେଣ୍ଠେଇ ଗ୍ରାମରେ ଜଣେ ଭାଗଚାଷୀ ଭାବରେ ୩୦ ଭରଣ ଧାନ ଚାଷ କରିଥିଲେ । ଯାହା ଏହି ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ନିଜର ଚାଷ କରିଥିବା ଜମିରେ ଧାନ ଭାସି ଗଜା ହୋଇଥିବା ଦେଖି ସେ ଜୀବନ ହାରିଥାଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ-ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା - RAIN DAMAGE PADDY CROP

ଏହା ବି ପଢନ୍ତୁ...ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲା ବର୍ଷା, ପାଣିରେ ଭିଜୁଛି ବର୍ଷକର ଫସଲ

ସେପଟେ ଘଟଣାକୁ ନେଇ ତହସିଲଦାର ବିଦ୍ୟା ମହାନ୍ତି କହିଛନ୍ତି, "ଏହାର ତଦନ୍ତ ହେବ ଏବଂ ନିୟମ ଅନୁଯାୟୀ ରେଡକ୍ରସ ପାଣ୍ଠିରୁ ସହାୟତା ଦିଆଯିବ ।"

Farmer Ends Life (ETV Bharat Odisha)

ସେପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇ ଚାଷୀ ସମାଜକୁ ଅବଗତ କରାଯାଉଛି ସେମାନେ ଅଧର୍ଯ୍ୟ ହେବେ ନାହିଁ। ଯାହାର ଯାହା କ୍ଷତି ହୋଇଛି ସେଗୁଡିକ ସରକାରଙ୍କ ପକ୍ଷରୁ ଭରଣା କରାଯିବ । ଏଥିପାଇଁ ଆକଳନ ପ୍ରକ୍ରିୟା ଜାରି ରହିଥିବା କୁହାଯାଇଛି ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details