ଓଡିଶା

odisha

ETV Bharat / state

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା, ସଂଧ୍ୟାରେ ଉଠିବ ଝାଡଦ୍ବୀପ - JORANDA MELA

ଚଳଚଞ୍ଚଳ ଅଲେଖ ମହିମା ଗାଦି । ଆଜି ସଂଧ୍ୟାରେ ଉଠିବ ଝାଡଦ୍ବୀପ । ସମାବେତ ହେବେ ଲକ୍ଷାଧିକ ସନ୍ଥ-ଶ୍ରଦ୍ଧାଳୁ ।

ଆଜିଠୁ ଆରମ୍ଭ ଜୋରନ୍ଦା ମେଳା, ଚଳଚଞ୍ଚଳ ମହିମାଗାଦି
ଆଜିଠୁ ଆରମ୍ଭ ଜୋରନ୍ଦା ମେଳା, ଚଳଚଞ୍ଚଳ ମହିମାଗାଦି (ETV Bharat Odisha)

By ETV Bharat Odisha Team

Published : Feb 11, 2025, 11:33 AM IST

Updated : Feb 11, 2025, 1:59 PM IST

ଢେଙ୍କାନାଳ:ଆଜି ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ମହିମା ଧର୍ମର ମୂଳପୀଠ ଜୋରନ୍ଦା ସ୍ଥିତ ଅଲେଖ ମହିମା ଗାଦି ଚଳଅଞ୍ଚଳ ହୋଇଉଠିଛି । ଦେଶର କୋଣ ଅନୁକୋଣରୁ ମହିମା ଧର୍ମାବଲମ୍ବୀ, ସାଧୁ ଓ ସନ୍ଥମାନେ ଢେଙ୍କାନାଳର ଜୋରନ୍ଦା ମହିମା ଗାଦିରେ ପହଞ୍ଚିବାରେ ଲାଗିଛନ୍ତି । ଆଜି ସଂଧ୍ୟା ପ୍ରାୟ 5.20 ମିନିଟରେ ଝାଡଦ୍ବୀପ ଉଠିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମହିମା ଗାଦି ଧାନ ପରିଚାଳନା ସଂସ୍ଥା ‘ସତ୍ୟ ମହିମା ମ୍ୟାନେଜମେଣ୍ଟ କମିଟି’ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

  • ମାଘ ଶୁକ୍ଳ ଚତୁର୍ଦଶୀରୁ ଆରମ୍ଭ ହୁଏ ଜୋରନ୍ଦା ମେଳା

ପ୍ରତ୍ୟେକ ବର୍ଷ ପରି ମାଘ ଶୁକ୍ଳ ଚତୁର୍ଦ୍ଦଶୀଠାରୁ ଆରମ୍ଭ ଏହି ବିଶ୍ବପ୍ରସିଦ୍ଧ ମେଳା ଆରମ୍ଭ ହୋଇଥାଏ । ଚଳିତଥର ଏହି ମେଳା 150ତମ ବର୍ଷରେ ପହଞ୍ଚିଛି । ମହିମା ଧର୍ମାବଲମ୍ବୀଙ୍କ ପାଇଁ ଏହା ସବୁଠୁ ବଡ଼ପର୍ବ ହୋଇଥାଏ । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନୀ ଜାଳିବା ସହ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁଃପାର୍ଶ୍ଵରେ ବିଶାଳକାୟ ଝଡଦ୍ବୀପ ଜାଳିଥାଆନ୍ତି ମହିମା ସନ୍ଥମାନେ ।

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା, ସଂଧ୍ୟାରେ ଉଠିବ ଝାଡଦ୍ବୀପ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ମ୍ୟାଚ ଅଧାରୁ ଫ୍ଲଡ୍ ଲାଇଟ ବନ୍ଦ; ଜବାବ ରଖିଲା OCA, 'ସମ୍ପାଦକଙ୍କ ଇସ୍ତଫା ଦାବି'

ଜେଲରୁ ବାହାରିଲେ ଛାତ୍ର କଂଗ୍ରେସ ସଭାପତି ଉଦିତ

  • ସମବେତ ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ

ଚଳିତବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ପ୍ରତିବର୍ଷ ପରି ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ଲାଗିଛି । ଏକାଧିକ ଯାତ୍ରାପାର୍ଟି ମଧ୍ୟ ଯାତ୍ରା ପରିବେଷଣ କରିବେ । ରାଜ୍ଯ ତଥା ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଢେଙ୍କାନାଳରେ ପହଞ୍ଚିବାରେ ଲାଗିଛନ୍ତି । ଏବେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଜାରି ରହିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ମାଘ ସପ୍ତମୀଠୁ ଖଣ୍ଡିଗିରି ମାଘ ମେଳା ଆରମ୍ଭ ହୋଇଛି । ଆଜି ମାଘ ଶୁକ୍ଳପକ୍ଷ ଚତୁର୍ଦଶୀଠାରୁ ଜୋରନ୍ଦା ମାଘ ମେଳା ମଧ୍ୟ ଆରମ୍ଭ ହେଉଛି । ଭିଡ ନିୟନ୍ତ୍ରଣ ପାଇଁ ଢେଙ୍କାନାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା, ସଂଧ୍ୟାରେ ଉଠିବ ଝାଡଦ୍ବୀପ (ETV Bharat Odisha)
ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା, ସଂଧ୍ୟାରେ ଉଠିବ ଝାଡଦ୍ବୀପ (ETV Bharat Odisha)

ଇଟିଭି ଭାରତ, ବ୍ୟୁରୋ

Last Updated : Feb 11, 2025, 1:59 PM IST

ABOUT THE AUTHOR

...view details