ଓଡିଶା

odisha

ETV Bharat / state

ମୁଣ୍ଡ ଗୁଜିବାକୁ ନାହିଁ ଚାଳ, ଭଙ୍ଗା ଘରେ ୫ ପ୍ରାଣୀ କୁଟୁମ୍ବ - FAMILY LIVES IN BROKEN MUD HOUSE

ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ଜରି ପାଲଟଣା ଭଙ୍ଗା ଘରେ ବିତୁଛି ଜୀବନ । ଘର ଖଣ୍ଡିଏ ପାଇଁ ସରକାରଙ୍କୁ ଗୁହାରୀ ।

ସରକାରୀ ସହାୟତା ସାତ ସପନ!
ସରକାରୀ ସହାୟତା ସାତ ସପନ! (ETV Bharat Odisha)

By ETV Bharat Odisha Team

Published : Nov 12, 2024, 10:52 PM IST

ନିମାପଡ଼ା: ସରକାରୀ ସହାୟତା ସାତ ସପନ! ମୁଣ୍ଡ ଗୁଜିବାକୁ ଚାଳ ନାହିଁ । କାନ୍ଧ ଉପରେ ୫ ପ୍ରାଣୀଙ୍କ ବୋଝ । ଦିନ ମଜୁରିଆ ଭାବରେ ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳିବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଘର କରିବାକୁ ପାଖରେ ଟଙ୍କା ନାହିଁ । ଏଭଳି ସ୍ଥିତିରେ ଜରି ପାଲ ଟଣା ଝାଟିମାଟି ଘରେ ରହିଛନ୍ତି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତ ଜମରା ଗାଁର ଏକ ପରିବାର ।

ସରକାରୀ ସହାୟତା ସାତ ସପନ! (ETV Bharat Odisha)


ଜରି ପାଲ ତଳେ ପରିବାର:

ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତ ଜମରା ଗାଁର କାର୍ତ୍ତିକ ଖଟୋଇ । ଘରେ ୮୦ ବର୍ଷର ମାଆ ତାରାମଣି ଖଟୋଇ, ସ୍ତ୍ରୀ ଅନୁସୟା ଖଟୋଇ, ଗୋଟିଏ ପୁଅ ଓ ଗୋଟିଏ ଝିଅ । କାର୍ତ୍ତିକ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ଉପରେ ଆଉ ୪ ପ୍ରାଣୀ ନିର୍ଭର କରି ଚଳନ୍ତି । ଘର କହିଲେ ମାଟିକାନ୍ଥ ସାଙ୍ଗକୁ ଉପରେ ପଡ଼ିଛି ପଲିଥିନ । ଖରା, ବର୍ଷା ଶୀତ ସବୁ ସହି ୫ ପ୍ରାଣୀ ସେହି ଭଙ୍ଗା ଦଦରା ଘରେ ଚଳୁଛନ୍ତି । ଏପଟେ ଘର ଖର୍ଚ୍ଚ ସାଙ୍ଗକୁ ୨ ପୁଅଝିଅଙ୍କ ପାଠପଢ଼ା ଖର୍ଚ୍ଚ । ଏହାରି ଭିତରେ ଘର କରିବାକୁ ପାଖରେ ଟଙ୍କା ବଞ୍ଚୁନି । ସରକାରୀ ସାହାର୍ଯ୍ୟ କହିଲେ କେବଳ ରାସନ ଚାଉଳ । ଏପରି ସମୟରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି କାର୍ତ୍ତିକ ।

'ସରକାରୀ ଅନୁଦାନ ମିଳିଲେ ଘର ଖଣ୍ଡେ କରିପାରନ୍ତୁ':

ଏନେଇ କାର୍ତ୍ତିକ ଖଟୋଇ କହିଛନ୍ତି, "ଆମ ପରିବାରରେ ୫ ଜଣ । ରାଜନୀତି ଚାପ ପଡ଼ି ମୋତେ କିଛି ଯୋଜନା ମିଳୁନି । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲି । ହେଲେ ସେ କହିଲେ ଯେ, ମୋର ହୋଇପାରିବ ନାହିଁ । କାରଣ ମୋ ବାପା ଘର ପାଇଁ ୨୨ ହଜାର ଟଙ୍କା ପାଇଥିଲେ । ବାପା ୨୦ରୁ ୩୦ ବର୍ଷ ତଳେ ଟଙ୍କା ପାଇଥିଲେ । ହେଲେ ମୁଁ ଆଜି ପର୍ଯ୍ୟନ୍ତି କିଛି ପାଉନି । ମୁଁ ଦିନ ମଜୁରିଆ ଲୋକ । ଧାର ଉଦ୍ଧାର କରି ପରିବାର ଚଳାଉଛି । ସେପଟେ କାର୍ତ୍ତିକଙ୍କ ସ୍ତ୍ରୀ ଅନୁସୟା ଖଟୋଇ କହିଛନ୍ତି, "ଆମର ଘର ନାହିଁ, ଆମେ ବହୁତ ଅସୁବିଧାରେ ଚଳୁଛୁ । ସରକାର ଆମ କଥା ଶୁଣୁନାହାନ୍ତି । ଘର ନଥିବାରୁ ଅନେକ ସମସ୍ୟା ହେଉଛି । ପିଲାଙ୍କୁ ଧାର କରଜ କରି ପାଠ ପଢ଼ାଉଛୁ । ଘର କରିବାକୁ ଆମ ପାଖରେ ସମ୍ବଳ ନାହିଁ । ଯଦି କିଛି ସରକାରୀ ଅନୁଦାନ ମିଳିପାରନ୍ତା, ତେବେ ଘର ଖଣ୍ଡେ କରିପାରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଆବାସ ପାଇଁ କାନ୍ଦି କାନ୍ଦି ନେହୁରା ହେଲେ ବୃଦ୍ଧା - Old Woman Seeks Help

ଏହା ମଧ୍ୟ ପଢ଼ନ୍ତୁ...ନବରଙ୍ଗପୁରରୁ ଝାଡଖଣ୍ଡ ପଳାଇଲା ଆବାସ ଟଙ୍କା ! ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ, ଋଣ ପରିଶୋଧ ପାଇଁ ଜମି ବନ୍ଧକ - PM Awas yojana money issue

କାର୍ତ୍ତିକଙ୍କୁ ମିଳିବ ନୂଆ ଘର!:

ସେପଟେ ସ୍ଥାନୀୟ ସରପଞ୍ଚ ରୂପାଲି କାଣ୍ଡିକହିଛନ୍ତି, "ଫନି ସମୟରେ ହୋଇଥିବା ଲିଷ୍ଟରେ ତାଙ୍କ ନାଁ ଯାଇଥିଲା । ସରକାରୀ ଗାଇଡଲାଇନ ଅନୁସାରେ, ଯେଉଁମାନେ ୧୯୯୯ ମହାବାତ୍ୟା ସମସୟେର ୨୨ ହଜାର ଟଙ୍କା ପାଇଥିଲେ, ସେମାନଙ୍କ ନାଁ କଟିବା ପାଇଁ ସରକାର ନିୟମ କରିଥିଲେ । ଯେହେତୁ ସେ ୨୨ ହଜାର ପାଇଥିଲେ ସେଥିପାଇଁ ତାଙ୍କ ନାଁ କଟାଯାଇଛି । ବର୍ତ୍ତମାନ ନୂଆ ଘର ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଆମେ ସେଥିରେ ତାଙ୍କୁ ସାମିଲ କରିବୁ । ବର୍ତ୍ତମାନ ପାଇଁ ପଞ୍ଚାୟତ ତରଫରୁ ଯାହା ଯୋଗାଇ ହେବ ମୁଁ ଯୋଗାଇ ଦେବି ।"

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details