ଜଗତସିଂହପୁର:ଜୀବନ ହାରିଲେ ଆଉ ଜଣେ ଚାଷୀ । ଜିଲ୍ଲାରେ ଦିନକୁ ଦିନ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ପୂର୍ବରୁ ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ସରଣା ଗ୍ରାମର କୃତ୍ତିବାସ ସ୍ୱାଇଁ ନାମକ ଜଣେ ଯୁବଚାଷୀ ଜୀବନ ହାରିଥିଲେ । ଗତକାଲି(ବୁଧବାର) ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ତଅଁରା ଗାଁର ଅଶୋକ ପରିଡ଼ା ଜୀବନ ହାରିଛନ୍ତି ।
ସୂଚନା ଅନୁସାରେ, ଅଶୋକ ନିଜର ଛଅ ଏକର ବିଲ ସହିତ ଭାଗ ଚାଷ ଆକାରରେ ୪ ଏକର ଧାନ ଚାଷ କରିଥିବାବେଳେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା । ଅନ୍ୟ ପଟେ ଧାର କରଜ କରି ଚାଷ କରିଥିବା ଅଶୋକ ପରିଡ଼ା ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ମୃତକଙ୍କ ସମ୍ପର୍କୀୟ ଭାଇ ଅଜୟ କୁମାର ପରିଡା କହିଛନ୍ତି, " ଅଶୋକ ନିଜର ୫ ଏକର ଜମି ଓ ଆଉ ୫ ଏକର ଭାଗ କରି ଧାନ ଚାଷ କରିଥିଲା।ହେଲେ ଅଦିନିଆ ବର୍ଷା ଯୋଗୁ ଧାନ ସବୁ ନଷ୍ଟ ହୋଇ ଯିବାରୁ ସେ ଜୀବନ ହାରିଛି । ବହୁତ ଧାର କରଜ କରି ସେ ଚାଷକାମରେ ଲାଗିଥିଲା। ଋଣ ଭାର ସୁଝିବା ତା ପକ୍ଷରେ ଅସମ୍ଭବ ଜାଣି ସେ ଏପରି କରିଛି ।"
ଏହା ବି ପଢନ୍ତୁ...ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ, ଜୀବନ ହାରିଲେ ଚାଷୀ