ଓଡିଶା

odisha

ETV Bharat / state

ମଦ ଭାଟିରୁ ଡକାୟତି, ପୂର୍ବତନ କର୍ମଚାରୀ ମାଷ୍ଟରମାଇଣ୍ଡ - KALAHANDI LIQUOR FACTORY ROBBERY

କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା, ପୂର୍ବତନ କର୍ମଚାରୀ ହିଁ ପ୍ରସ୍ତୁତ କରିଥିଲେ ଡ଼କାୟତିର ବ୍ଲୁପ୍ରିଣ୍ଟ, ପୋଲିସ ଗାଡିକୁ ଲିପ୍ଟ ମାଗି ଧରାପଡିଥିଲେ ଡକାୟତ ।

କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା
କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)

By ETV Bharat Odisha Team

Published : Feb 2, 2025, 8:41 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅଞ୍ଚଳର ମଦ ଭାଟିରୁ ଡକାୟତି ଘଟଣାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି । ମଦ ଭାଟିର ପୂର୍ବତନ କର୍ମଚାରୀ ହିଁ ପ୍ରସ୍ତୁତ କରିଥିଲେ ଡ଼କାୟତିର ବ୍ଲୁପ୍ରିଣ୍ଟ । ଆଜି (ରବିବାର) ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତିଶ ଶେଖର ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ମଦଭାଟିରୁ ଡକାୟତି ଘଟଣା:

କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)
କଳାହାଣ୍ଡି ଜିଲ୍ଲା ବହୁ ଚର୍ଚ୍ଚିତ ଧର୍ମଗଡ ଥାନା ଭୀମଖୋଜପଡା ସ୍ଥିତ ଦେଶୀ ମଦ ଭାଟି ଡକାୟତି ଓ ତିନି କୋଟି 51 ଲକ୍ଷ ଟଙ୍କା ଜବତ ଘଟଣାରେ ଭିନ୍ନ ମୋଡ ସାମ୍ନାକୁ ଆସିଛି । ଆଜି (ରବିବାର) ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତିଶ ଶେଖର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ଡକାୟତିରେ ଦେଶି ମଦ ଭାଟିର ପୂର୍ବତନ କର୍ମଚାରୀ ଅନୁଜ କୁମାର ସାହୁ ହିଁ ମୁଖ୍ୟ ସୂତ୍ରଧର ବୋଲି କହିଛନ୍ତି ପୋଲିସ୍ ଅଧିକାରୀ l
କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)

ପୂର୍ବତନ କର୍ମଚାରୀ ଡକାୟତିର ମାଷ୍ଟରମାଇଣ୍ଡ:

ଡକାୟତି ଘଟିବାର ୧୫ ଦିନ ପୂର୍ବରୁ, ମାଷ୍ଟରମାଇଣ୍ଡ ପୂର୍ବତନ କର୍ମଚାରୀ ଧର୍ମଗଡ଼ ଆସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏବଂ ବ୍ଲୁ ପ୍ରିଣ୍ଟ ପରେ ଏକ ଟିମ୍ ପ୍ରସ୍ତୁତ କରି ଗତ ୩୦ ତାରିଖ ବିଳମ୍ବିତ ରାତିରେ ଦେଶୀ ମଦ ଭାଟିରେ ପଶି ଡ଼କାୟତି କରି ଫେରାର ମାରିଥିଲା ।

କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)

ଘଟଣାରେ ୮ ଅଭିଯୁକ୍ତ ଗିରଫ:

ଘଟଣାକୁ ନେଇ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଥିଲା । ଜିଲ୍ଲା ଏସପି ଅଭିଳାଷ ଜିଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ଝାଡ଼ଖଣ୍ଡ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ପୋଲିସକୁ ନେଇ ଛାନଭିନ କରାଯିବା ପରେ ଘଟଣାର ମାଷ୍ଟରମାଇଣ୍ଡ ସମେତ ୮ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଫେରାର ମାରିଥିବା ପୋଲିସ ସୂଚନା ଦେଇଛି ।

କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)

ଗିରଫ ଅଭିଯୁକ୍ତଙ୍କ ଠାରୁ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ:

ସେହିପରି ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଡ଼କାୟତି ଘଟଣାରେ ବ୍ୟବହୃତ ବୋଲେରୋ, ଜୀବନ୍ତ ଗୁଳି, ବନ୍ଧୁକ ଓ ଭୁଜାଲିକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ, ହୁସେନ୍ ଖାନ୍, ଜୈସମ ଖାନ୍, ସାମିମ୍, ଅନସାରୀ, ବାସୁଦେବ ଗୋପେ, ପିଣ୍ଟୁ ଆଲିମ୍ ଓ ଅନୁଜ କୁମାର ।

ଏହାମଧ୍ୟ ପଢନ୍ତୁ...

ଲିପ୍ଟ ମାଗି ଧରାପଡିଲେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

ଗୋଟିଏ ରାତିରେ 2ଟି ଲୁଟ, ATM ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଏହି ଘଟଣାରେ ଯେହେତୁ ବହୁ ପରିମାଣର ଟଙ୍କା ଜବତ ହୋଇଛି ତାହାର ତଦନ୍ତ ହେବ ଓ ପରବର୍ତ୍ତୀ ସମୟରେ ଆୟକର ବିଭାଗକୁ ଏନେଇ ସୂଚନା ଦିଆଯିବ ବୋଲି କହିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତିଶ ଶେଖର l ସେ ଆଉ ମଧ୍ୟ କହିଛନ୍ତି, "ଡକାୟତ ହେବାର ୧ ଘଣ୍ଟା ପରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କ ଠାରୁ ଘଟଣା ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ସେହି ଭାଟିରେ କାମ କରୁଥିବା ପୂର୍ବତନ କର୍ମଚାରୀ । ସେ ଡକାୟତି ଘଟିବାର ୧୫ ଦିନ ପୂର୍ବରୁ ଆସି ଯୋଜନା ପ୍ରସ୍ତୁତ କରିଥିଲା ।"

କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)
କଳାହାଣ୍ଡି ମଦ ଭାଟିରୁ ଡକାୟତି ଘଟଣା (ETV Bharat Odisha)
ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details