କଟକ:ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ବନ ବିଭାଗ ରେଞ୍ଜ ଅଫିସରଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କଲା ଭିଜିଲାନ୍ସ । ଆଠଗଡ଼ ସ୍ଥିତ ନିଜର ଏକ ଫର୍ମହାଉସରେ ୪ ଟି ମୟୂର ରଖିବା ଖବର କେବଳ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା । ତେବେ ଆଜି ରେଞ୍ଜ ଅଧିକାରୀ ବିଭୂଦାନନ୍ଦ ମିଶ୍ରଙ୍କ ବିରୋଧରେ Wild life Protection Act 1972 u/s 9 & 39 ଧାରାରେ ମାମଲା ରୁଜୁ କରିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ ନିଜର ଫାର୍ମହାଉସରେ ରଖା ଯାଇଥିବା ୪ଟି ମୟୂରକୁ ଜବତ କରିବା ସହ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ଦିଗ ପ୍ରତି ଏହା ତଦନ୍ତ କରାଯାଉଛି ।
କ୍ଷମତାକୁ ଅପବ୍ୟବହାର କରିଥିଲେ କି ରେଞ୍ଜର ସାହେବ ?
ବିଶେଷକରି ଏହି ମୟୂର ଗୁଡିକ କେବେ ଆଣିଥିଲେ ଫରେଷ୍ଟ ଡିଭିଜିନ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ର ! କେଉଁଠାରୁ ଆଣିଥିଲେ ! ତାଙ୍କୁ କିଏ ଦେଲା ! ଏହି ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ? ସେ ଜଣେ ଫରେଷ୍ଟ ବିଭାଗର ରେଞ୍ଜର ହୋଇ କେମିତି ଆଇନକୁ ଉଲ୍ଲଙ୍ଘନ କରି ନିଜ ଫର୍ମହାଉସରେ ୪ଟି ମୟୂର ରଖିଥିଲେ ! ନିଜର କ୍ଷମତାକୁ ଅପବ୍ୟବହାର କରିଥିଲେ କି !ଏଭଳି ଅନେକ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରାଯାଇପାରେ । କାରଣ ମୟୂର ରଖିବା ସମ୍ପୂର୍ଣ୍ଣ ବେଆଇନ୍ ।
ଘରେ ମୟୁର ରଖିଲେ କ'ଣ ଆଇନଗତ କାର୍ଯ୍ୟାନୁଷ୍ଠାନ !
ଆପଣ ଜାଣିଛନ୍ତି କି ମୟୂରକୁ କେହି ନିଜର ଘରେ ରଖି ପାରିବେ ନାହିଁ । ଏହା ଆଇନଗତ ଅପରାଧ । Wild life Protection Act 1972 u/s 9 & 39 ଅନୁଯାୟୀ ଜଣେ ଯଦି ଘରେ ମୟୂର ରଖିବ ତେବେ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ନିୟମକୁ ଉଲ୍ଲଘଂନ କଲେ ଅର୍ଥାତ ନିଜ ପାଖରେ କିମ୍ବା ନିଜ ଘରେ ମୟୂର ରଖିଲେ ୬ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଜେଲଦଣ୍ଡ ସହିତ ୫ ହଜାର ଟଙ୍କାର ଜୋରିମାନାର ବ୍ୟବସ୍ଥା ରହିଛି । ସମ୍ପୃକ୍ତ ବ୍ୟକ୍ତି ଯଦି ଏହି ମାମଲାରେ ବନ୍ଧା ହୁଏ ବା ତା ବିରୋଧରେ ମାମଲା ରୁଜୁ ହୁଏ । ତେବେ ସମ୍ପୃକ୍ତ ବ୍ୟକ୍ତିକୁ ଜାମିନ ମିଳିବ ନାହିଁ ।ଅର୍ଥାତ ଏହା ଏକ ଜାମିନ ବିହୀନ ମାମଲା ଅଟେ ।
ଏହା ମଧ୍ୟ ପଢନ୍ତୁ ....ମୟୂର ପ୍ରେମରେ ରେଞ୍ଜର ସାହେବ, ଭିଜିଲାନ୍ସ ରେଡ୍ ପରେ ସାମ୍ନାକୁ ଆସିଲା ସତ - PEACOCK SPOTTED IN FARMHOUSE