ଓଡିଶା

odisha

ETV Bharat / state

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର; କଢାଯିବ ସିନ୍ଦୁକ-ଆଲମିରା, ନିଳାଦ୍ରୀ ମ୍ୟୁଜିଅମକୁ ହେବ ସ୍ଥାନାନ୍ତର, ଗୁପ୍ତ କୋଠରୀ ଖୋଜିବ ASI, ଜଗା ଦର୍ଶନ ବନ୍ଦ ! - Ratna Bhandar articles to transfer - RATNA BHANDAR ARTICLES TO TRANSFER

Inner and outer Ratna Bhandar articles to be Shifted : ଗତ ଜୁଲାଇ ୧୮ ତାରିଖରେ ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଛି। ଇତି ମଧ୍ୟରେ ଏହି କାର୍ଯ୍ୟକୁ ଏକମାସ ବିତିସାରିଥିବା ବେଳେ ରତ୍ନଭଣ୍ଡାରର ଯାଞ୍ଚ ନେଇ ବିଳମ୍ବ ପ୍ରକ୍ରିୟାକୁ ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ

ପୁଣି ଖୋଲିବ ରତ୍ନଭଣ୍ଡାର
ପୁଣି ଖୋଲିବ ରତ୍ନଭଣ୍ଡାର (ETV Bharat Odisha)

By ETV Bharat Odisha Team

Published : Aug 23, 2024, 7:16 AM IST

Updated : Aug 23, 2024, 10:38 AM IST

ପୁରୀ:ପୁଣି ଆଜି (ଶୁକ୍ରବାର) ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଭଣ୍ଡାରରେ ଖାଲିଥିବା ସିନ୍ଦୁକ ଓ ଆଲମିରା । ଏହାକୁ ପରେ ନିଳାଦ୍ରୀ ମ୍ୟୁଜିଅମକୁ ହେବ ସ୍ଥାନାନ୍ତର । ସ୍ଥାନାନ୍ତର ପରେ ରତ୍ନ ଭଣ୍ଡାର ଯାଞ୍ଜ କରିବ ପ୍ରତ୍ନତତ୍ତ୍ଵ ବିଭାଗ । ପୂର୍ବରୁ ରତ୍ନଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବା କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ପୁଣି ରତ୍ନଭଣ୍ଡାରରେ ଖାଲିଥିବା ସିନ୍ଦୁକ ଓ ଆଲମିରାକୁ ସେଠାରୁ କଢାଯାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ ।

ପୁଣି ଖୋଲିବ ରତ୍ନଭଣ୍ଡାର (ETV Bharat Odisha)

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବଡ ଖବର; ଏହି ଦିନ ଖାଲି ଆଲମିରା-ସିନ୍ଦୁକ ସ୍ଥାନାନ୍ତରଣ, ବନ୍ଦ ରହିବ ଜଗା ଦର୍ଶନ - Ratna Bhandar articles to transfer

ଏହାପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇକୁ ଦାୟିତ୍ଵ ଦିଆଯିବ । ତେବେ ଏନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ଶୁକ୍ରବାର ଦିନ 2ଟାରୁ ସିନ୍ଦୁକ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ କଟକଣା ରହିବ ।"

ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ଶେଷ ହେବ ସେ ନେଇ ସବୁ ପ୍ରସ୍ତୁତି ସରିଛି । ସିନ୍ଦୁକ ଗୁଡିକ କିଭଳି ସ୍ଥାନାନ୍ତର ହେବ ଏଥିପାଇଁ ଏକ ଅଭିଜ୍ଞ ବୈଷୟିକ ଟିମ୍ କାର୍ଯ୍ୟ କରିବ। ପରେ sop ଅନୁଯାୟୀ ଏଏସଆଇ ରତ୍ନ ଭଣ୍ଡାର କୁ ଅତ୍ୟାଧୁନିକ ମେସିନ ତଥା ପଦ୍ଧତିରେ ଯାଞ୍ଜ କରିବ । ରତ୍ନ ଭଣ୍ଡାରରେ ଆଉ କିଛି ଗୁପ୍ତ କୋଠରୀ ଅଛିକି ନାହିଁ ତାହା ଖୋଜିବ ଏଏସଆଇ । ଏହି ଯାଞ୍ଚ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ଯେଉଁ ଭକ୍ତ ମାନେ ମହାପ୍ରସାଦ କିଣିବା ପାଇଁ ଚାହିଁବେ ସେମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ବାହାର ବେଢାରେ ଥିବା ଆନନ୍ଦ ବଜାର ରାସ୍ତା ଦେଇ ମହାପ୍ରସାଦ କିଣି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିପାରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବେଳେ ଆଜି ମହାପ୍ରଭୁଙ୍କର ସଅଳ ନୀତି କାନ୍ତି ଅନୁଷ୍ଠିତ ହେବ ।


ରତ୍ନଭଣ୍ଡାର କେବେ ଖୋଲିଥିଲା-
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନିର୍ବାଚନ ପୂର୍ବରୁ ନିଜ ଇସ୍ତାହାରରେ ପ୍ରକାଶ କରିଥିଲା। ପରେ ବିଜେପି ସରକାର ଗଠନ କରିବା ପରେ ଗତ ଜୁଲାଇ ୧୪ ତାରିଖରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା। ସେହିପରି ଜୁଲାଇ ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରକୁ ଖଟଶେଜ ଓ ଚାଙ୍ଗଡ଼ା ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାର ଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଏବଂ ଆଲମିରାକୁ ସ୍ଥାନାନ୍ତରିତ ପାଇଁ ରାଜ୍ୟ ସରକାର ଏସଓପି ଦେଇଥିବା ବେଳେ ଆଜି ଏହାକୁ ସ୍ଥାନାନ୍ତର କରାଯିବ । ତେବେ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସମର୍ଥନ କରିଥିଲେ ସେବାୟତ ଓ ଭକ୍ତ । ପୂର୍ବରୁ ରାଜା ମହାରାଜାମାନେ ରତ୍ନଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ପାଇଁ ଗୁପ୍ତ କୋଠରୀରେ ରଖୁଥିଲେ । ଏଣୁ ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଅଛି କି ନାହିଁ ତାହା ଅତ୍ୟାଧୁନିକ ମେସିନ ଦ୍ବାରା ଯାଞ୍ଚ କରାଯାଉ ବୋଲି ପୁର୍ବରୁ ଦାବି କରିଥିଲେ ଭକ୍ତ ଓ ସେବାୟତ ।


ତେବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଶିଘ୍ର ରତ୍ନଭଣ୍ଡାରର ଯାଞ୍ଚ ସହିତ ମରାମତି ଏବଂ ରତ୍ନ ଅଳଙ୍କାରର ଗଣତି ମଣତି କରିବାକୁ ଦାବି କରିଥିଲେ ସେବାୟତ ଓ ଜଗନ୍ନାଥ ପ୍ରେମୀ ।

Last Updated : Aug 23, 2024, 10:38 AM IST

ABOUT THE AUTHOR

...view details