ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

କୋକୁଆ ଭୟ ଖେଳାଇଥିଲା, ଟ୍ରାଙ୍କୁଲାଇଜ ପରେ କପିଳାଶକୁ ଗଲା ନରହନ୍ତା ଦନ୍ତା - elephant shift to Kapilas

Elephant Shifted to Kapilash: ବିଗତ କିଛି ଦିନହେଲା ବାରିପଦା ରେଞ୍ଜରେ କୋକୁଆ ଭୟ ସୃଷ୍ଟି କରିଥିଲା ଏକ ଗୋଠଛଡ଼ା ନରହନ୍ତା ଦନ୍ତା । ତିନି ଦିନରେ ନେଇଥିଲା ୪ ଜଣଙ୍କ ଜୀବନ । ଦୀର୍ଘ ସମୟର ପରିଶ୍ରମ ପରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି କପିଳାଶକୁ ସ୍ଥାନାନ୍ତର କରିଛି । ଅଧିକ ପଢନ୍ତୁ

ELEPHANT SHIFT TO KAPILAS
ELEPHANT SHIFT TO KAPILAS (ETV Bharat Odisha)

ରାଇରଙ୍ଗପୁର: ଶେଷରେ ନରହନ୍ତା ଦନ୍ତାହାତୀକୁ ବନବିଭାଗ କାବୁ କରିବାରେ ସଫଳ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ତଥା ବାରିପଦା ରେଞ୍ଜ ଅଧୀନ ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରେ ୭ ଘଣ୍ଟା ପରିଶ୍ରମ କରି ଶେଷରେ ବନବିଭାଗ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ କ୍ରେନ ଦ୍ବାରା ହାଇଓ୍ବାରେ ବାନ୍ଧି ତାକୁ ରାତିରେ କପିଳାଶ ଜଙ୍ଗଲ ଅଭିମୁଖେ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ.ପ୍ରକାଶ ଚାନ୍ଦ ଗୋଗିନାନୀ । ସେଠାକାର ଚିଡିଆଖାନାରେ ହିଂସ୍ର ବନ୍ୟପ୍ରାଣୀଙ୍କ ଚିକିତ୍ସା ସୁବିଧା ଥିବାରୁ ପିସିସିଏଫ (PCCF)ଙ୍କ ନିର୍ଦ୍ଦେଶରେ ଦନ୍ତାହାତୀକୁ ସ୍ଥାନାନ୍ତର କରାଯାଇଛି । ହାତୀ ସହିତ ଅଭିଜ୍ଞ ବନ ଅଧିକାରୀ, ପ୍ରାଣୀ ଚିକିତ୍ସକ, ଆସାମର ୪ଜଣ ତାଲିମପ୍ରାପ୍ତ ମାହୁନ୍ତ ଓ କର୍ମଚାରୀ ଯାଇଛନ୍ତି ।

ନରହନ୍ତା ଦନ୍ତା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ:

ELEPHANT SHIFT TO KAPILAS (ETV Bharat Odisha)

ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ୪ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର ଆହତ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆ ସ୍ଥିତି ସୃଷ୍ଟି କରିଥିଲା । ପ୍ରଥମେ ଶୁଳିଆପଦା ଥାନା ଅନ୍ତର୍ଗତ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ତାଡକି ଗ୍ରାମର ସର୍ବେଶ୍ଵର ସିଂ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ସେହିପରି ଗତ ମଙ୍ଗଳବାର ସକାଳ ସମୟରେ ଦନ୍ତାହାତୀ ଆକ୍ରମଣରେ ମୋରୋଡା ଥାନା ଅନ୍ତର୍ଗତ ଉଲିଡିହି ଗ୍ରାମର ତୁରାମ ହେମ୍ବ୍ରମଙ୍କ ସ୍ତ୍ରୀ ସାକ୍ରା ହେମ୍ବ୍ରମଙ୍କ ମୃତ୍ୟୁ ଘଟିଥିଲା ।

ଶୋଇଥିବା ସମୟରେ ପାଦରେ ଦଳିଲା ଦନ୍ତା :

ELEPHANT SHIFT TO KAPILAS (ETV Bharat Odisha)

ପରେ ବେତନଟୀ ରେଞ୍ଜରେ ପ୍ରବେଶ କରି ଦନ୍ତାହାତୀଟି ଆଣୁଆ ଗ୍ରାମର ସୁଗା ମହାନ୍ତଙ୍କୁ ଆକ୍ରମଣ କରିବାରୁ ସୁଗା ମହାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେହିପରି ଗତ ବୁଧବାର ବିଳମ୍ବିତ ରାତିରେ ଅର୍ଥାତ୍ ଗୁରୁବାର ଭୋର ତିନିଟା ପାଖାପାଖି ବାରିପଦା ରେଞ୍ଜ ଅନ୍ତର୍ଗତ ରାଧିକାଶୋଳ ଗ୍ରାମରେ ତିନି ଚାରୋଟି ଘର ଭାଙ୍ଗିବା ସହ ସୀତାରାମ ହାଁସଦା ଓ ତାଙ୍କ ସ୍ତ୍ରୀ ମାନକା ହାଁସଦା ଶୋଇଥିବା ସମୟରେ ମାନକାକୁ ହାତୀଟି ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମାନକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ତାଙ୍କ ସ୍ବାମୀ ବର୍ତ୍ତି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ବିପଦରେ ଦନ୍ତା ଜୀବନ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀ ମୃତ ! - Elephant Death

ଏହା ମଧ୍ୟ ପଢନ୍ତୁ ...ସାବାଡ ହେବେ ଅମାନିଆ ଦନ୍ତା , ହିଂସ୍ର ହାତୀଙ୍କ ବେକରେ ଲାଗିବ ରେଡିଓ କଲାର - ELEPHANT RADIO COLLAR

ଏହା ମଧ୍ୟ ପଢନ୍ତୁ ...ନନ୍ଦନକାନନରେ ଆଖି ବୁଜିଲା ହାତୀ ଶାବକ ଅଭି, ‘ହରପିସ’ରେ ଥିଲା ସଂକ୍ରମିତ - Baby elephant dies

ELEPHANT SHIFT TO KAPILAS (ETV Bharat Odisha)

କପିଳାଶ ଜଙ୍ଗଲକୁ ଗଲା ନରହନ୍ତା ଦନ୍ତା:

ଅମାନିଆ ଦନ୍ତାହାତୀଟି ଶିମିଳିପାଳରୁ ପଶ୍ଚିମବଙ୍ଗ ଯାଇଥିବା ବେଳେ ସେଠାକାର ଜନସାଧାରଣ ନିଆଁ ହୁଳା ଫିଙ୍ଗିବା ସହିତ ତତଲା ଲୁହା ରଡରେ ଚେଙ୍କ ଦେବା ଓ ଡାଇନାମା ଦ୍ବାରା ବିଦ୍ୟୁତ ତାର ଚାର୍ଜ କରି ଆଘାତ ଦେବା ଭଳି ଜଘନ୍ୟକାଣ୍ଡ ଭିଆଇବା ପରେ ଦନ୍ତା ହାତୀଟି ହିଂସ୍ର ହୋଇ ଉପରୋକ୍ତ ଘଟଣା ଭିଆଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ଗୁରୁବାର ବନବିଭାଗ ପକ୍ଷରୁ ସ୍ଵତନ୍ତ୍ର ବୈଠକ ବସିବା ପରେ ହାତୀକୁ ଆୟତ୍ତ କରି ସ୍ବଭାବ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିଲା । ଟ୍ରାଙ୍କୁଲାଇଜ କରି ତାକୁ କାବୁ କରି ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଗତ ରାତିରେ ଦନ୍ତାକୁ କାବୁ କରାଯାଇଥିଲା । ଟ୍ରାଙ୍କୁଲାଇଜ କରିବା ପରେ କ୍ରେନ ଦ୍ବାରା ହାଇଓ୍ବାରେ ବାନ୍ଧି ତାକୁ ରାତିରେ କପିଳାଶ ଜଙ୍ଗଲ ଅଭିମୁଖେ ନିଆଯାଇଛି ।

ଇଟିଭି ଭାରତ,ମୟୂରଭଞ୍ଜ

ABOUT THE AUTHOR

...view details