ଓଡିଶା

odisha

ETV Bharat / state

ଏକାମ୍ର ମହୋତ୍ସବ: ସନମ୍ ପୁରୀଙ୍କ ଗୀତରେ ଝୁମିଲେ ରାଜଧାନୀବାସୀ - Bhubaneswar News

Ekamra Utsav 2024: ଏକାମ୍ର ଉତ୍ସବର ତୃତୀୟ ସନ୍ଧ୍ୟାରେ ସନମ ପୁରୀ ଲାଇଭ ବ୍ୟାଣ୍ଡର ମଜା ନେଲେ ରାଜଧାନୀବାସୀ । ଶେଷ ହେଲା ୩ ଦିନ ଧରି ଚାଲିଥିବା 'ଭୁବନେଶ୍ୱର କାହାଣୀ ଉତ୍ସବ' ବା 'ଭୁ-ଫେଷ୍ଟୋ' । ଅଧିକ ପଢନ୍ତୁ

Ekamra Utsav 2024
Ekamra Utsav 2024

By ETV Bharat Odisha Team

Published : Feb 6, 2024, 10:57 AM IST

Ekamra Utsav 2024

ଭୁବନେଶ୍ବର:ଏକାମ୍ର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସନମ ପୁରୀ ଲାଇଭ ବ୍ୟାଣ୍ଡର ମଜା ନେଲେ ରାଜଧାନୀବାସୀ । ବଲିଉଡର ବେଶ ପରିଚିତ କଣ୍ଠଶିଳ୍ପୀ ସନମ ପୁରୀ ନିଜ ଗୀତର ଯାଦୁରେ ଉପସ୍ଥିତ ଦର୍ଶକଙ୍କୁ କରିଥିଲେ ମତୁଆଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆରମ୍ଭରୁ 'କ୍ୟା ହୁଆ ତେରା ୱାଦା' ଗୀତରେ ବିଭୋର ହୋଇଥିଲେ ଦର୍ଶକ । ୨୦୧୪ରେ ଖୁବ୍ ଆଦର ଲାଭ କରିଥିବା ଏହି ଗୀତକୁ ସନମ୍ ପୁରୀ ଓ ତାଙ୍କ ସାଥୀ କଳାକାରମାନେ ଏକ ଭିନ୍ନ ଢ଼ଙ୍ଗରେ ପରିବେଷଣ କରିଥିଲେ ।

ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" ଆୟୋଜିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ୭ ଦିନ ଧରି ଚାଲିବାକୁ ଥିବା ଏହି ଏକାମ୍ର ଉତ୍ସବର ସୋମବାର ତୃତୀୟ ସନ୍ଧ୍ୟା ଥିଲା । ୩ରୁ ୪ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ସନମ୍ ଓ ତାଙ୍କ ବ୍ୟାଣ୍ଡର ପ୍ରଦର୍ଶନ ଖୁବ୍ ଉଚ୍ଚକୋଟିର ଥିଲା। ତାଙ୍କ ଟିମରେ ସମର୍ ପୁରୀ, ଭେଙ୍କି ଏସ୍, କେଶବ ଧନରାଜ ଥିଲେ। ଅନ୍ୟପକ୍ଷରେ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସୁରିଲା କଣ୍ଠରେ ସଙ୍ଗୀତ ସବୁ ଦର୍ଶଙ୍କଙ୍କୁ ବେଶ୍ ଛୁଇଁଥିଲା। ମୁହାଁ ମୁହିଁ ଦେଖା ହେଲେ, ଓରେ ଦିଲନସି, ତୋର ମୋର ଏ ପ୍ରେମ କାହାଣୀ, ତୋ କଥା ମନେ ପଡୁଛି ଭଳି ସୁନ୍ଦର ସୁନ୍ଦର ଓଡ଼ିଆ ଗୀତ ଗାଇଥିଲେ ଦର୍ଶନକଙ୍କ ମନ ଜିଣିଥିଲେ ।

ଏହା ମଧ୍ୟ ପଢନ୍ତୁ-ଏକାମ୍ର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା, ଅନୁରାଧା-ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଦର୍ଶକ

ଅନ୍ୟପଟେ ଗତକାଲି ସରିଯାଇଛି ୩ ଦିନିଆ 'ଭୁବନେଶ୍ୱର କାହାଣୀ ଉତ୍ସବ' ବା 'ଭୁ-ଫେଷ୍ଟୋ'। ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସହରର ୪ ଟି ପାର୍କରେ ଆରମ୍ଭ ହୋଇଥିଲା ଭୂ-ଫେଷ୍ଟ । ଯେଉଁ ଉତ୍ସବରେ କାହାଣୀର ସମ୍ଭାର ଦେଖିବାକୁ ଶୁଣିବାକୁ ପାଇଥିଲେ ସହରର କୁନିକୁନି ଛାତ୍ରଛାତ୍ରୀ । ଏହି ପାର୍କ ଗୁଡିକରେ ପ୍ରତିଦିନ ଓଡ଼ିଶାର ସଂସ୍କୃତି ସହିତ ମଜାଳିଆ ଓଡ଼ିଆ ଗପ ଶୁଣିଥିଲେ ରାଜଧାନୀବାସୀ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ବକୁଳ ଫାଉଣ୍ଡେସନ ପକ୍ଷରୁ ଏହି କାହାଣୀ ଉତ୍ସବର ତୃତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା । ପ୍ରତିଦିନ ଦିନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା ଏହି କାର୍ଯ୍ୟକ୍ରମ l

ଏହା ମଧ୍ୟ ପଢନ୍ତୁ-ଆରମ୍ଭ ହେଲା ୩ ଦିନିଆ ଭୁବନେଶ୍ୱର କାହାଣୀ ଉତ୍ସବ 'ଭୁ-ଫେଷ୍ଟୋ'

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଉତ୍ସବର ସବୁ କାହାଣୀ ଏଥର ଓଡ଼ିଆରେ ହୋଇଥିଲା। ଓଡିଶାର କଥା, ଖାଦ୍ୟ, ଉପନ୍ୟାସ, ଜୀବନୀ ସବୁକିଛିକୁ ଗପ ମାଧ୍ୟମରେ ଶୁଣିବାକୁ ପାଇଥିଲେ ରାଜଧାନୀବାସୀ। ଓଡିଆର ସର୍ବୋତ୍ତମ କାହାଣୀ , ଶ୍ରେଷ୍ଠ ଷ୍ଟାଣ୍ଡ ଅପ୍ କମିକ୍ସ୍, ଚଳଚ୍ଚିତ୍ର ତାରକା, ଲୋକ ଅଭିନେତାଙ୍କ ସମେତ ରାଜ୍ୟର ଅନେକ କାହାଣୀକାରଙ୍କୁ ଏହି ଉତ୍ସବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ହାସ୍ୟରସ କାହାଣୀ, ଲୋକମାନଙ୍କ ଦ୍ବାରା ସେମାନଙ୍କ ଜୀବନ କାହାଣୀ, ମିଲେଟ ଏବଂ ଓଡିଶାର ଖାଦ୍ୟ ଓ ଶାସ୍ତ୍ରୀୟ ଓଡିଆ ସାହିତ୍ୟ ଉପରେ କାହାଣୀ ଶୁଣିବାକୁ ମିଳିଥିଲା। କୁନା ତ୍ରିପାଠୀ, ଆକାଶ ଦାସ ନାୟକ, ଉସାସି ମିଶ୍ର, ଅଙ୍କିତା ପଟ୍ଟନାୟକ, ସବିତା ପଟ୍ଟନାୟକ ପ୍ରମୁଖ କାହାଣୀକାର ଶ୍ରୋତାଙ୍କୁ ନିଜ ନିଜ କାହାଣୀରେ ବାନ୍ଧି ରଖିଥିଲେ। କାହାଣୀକାର ପ୍ରାଚୀତାରା ମିଶ୍ର ଆଉ ଶାଶ୍ଵତୀ ପଟ୍ଟନାୟକଙ୍କ କାହାଣୀ ଶ୍ରୋତାଙ୍କୁ ଖୁବ୍ ଛୁଇଁଥିଲା।

ସେହିପରି ବର୍ଷା ମିଶ୍ର, ରିତେନ୍ ପଟ୍ଟନାୟକ, ସତ୍ୟବ୍ରତ ଭଳି ଷ୍ଟାଣ୍ଡ ଅପ କମେଡିଆନଙ୍କୁ ଯୁବ ପିଢୀ ଶୁଣିବାକୁ ପସନ୍ଦ କରିଥିଲେ। ଲୋକଙ୍କୁ ପ୍ରେରଣା ଦେଇଥିଲେ ଓଡିଶାର କିଛି ବ୍ୟକ୍ତିତ୍ୱ। ପ୍ରେରଣାଦାୟୀ ଜୀବନୀ କାହାଣୀ ମାଧ୍ୟମରେ ଶ୍ରୁତି ମହାପାତ୍ର, ମୀରା ପରିଡ଼ା, ରମେନ୍ଦ୍ର କୁମାର, ଇଲିଆନା ସିତାରିଷ୍ଟଙ୍କ ଭଳି ବ୍ୟକ୍ତିତ୍ୱ ନିଜ ନିଜ ଜୀବନର କାହାଣୀ କହିଥିଲେ। ଅନ୍ୟପକ୍ଷେ ଉପସ୍ଥିତ ଲୋକମାନଙ୍କୁ ଶାସ୍ତ୍ରୀୟ ଓଡିଆ ଉପନ୍ୟାସର ସମସାମୟିକ ରୂପକୁ ଜାଣିବା ସହ କାଳଜୟୀ କାହାଣୀରେ ଏକ ଆଧୁନିକ ଅଧ୍ୟାୟକୁ ଯୋଡ଼ିବା ପାଇଁ ସୁଜାତା ପ୍ରିୟମ୍ୱଦା, ମୀରା ଦାସ କାହାଣୀ କହିଥିଲେ। ଆଗରୁ ଗାଁ ଗହଳିରେ ଦେଖିବାକୁ ମିଳୁଥିବା କଣ୍ଢେଇ ନାଚ ମଧ୍ୟ ଶ୍ରୋତାଙ୍କୁ ଦେଖିବାର ସୁଯୋଗ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details