ଓଡିଶା

odisha

ETV Bharat / state

ମହାକୁମ୍ଭ ମେଳା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ, ଏମିତି ବ୍ୟବସ୍ଥା କରିଛି ରେଳବାଇ - SPECIAL TRAIN FOR MAHAKUMBH

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ମହାକୁମ୍ଭ ମେଳା ପାଇଁ ପୂର୍ବତଟ ପକ୍ଷରୁ ଗଡିବ ସ୍ବତନ୍ତ୍ର ଟ୍ରେନ ।

Train
Train (ETV Bharat Odisha)

By ETV Bharat Odisha Team

Published : Dec 25, 2024, 7:50 AM IST

ଭୁବନେଶ୍ବର: ସରିବାକୁ ଯାଉଛି ଅପେକ୍ଷା । ଜାନୁଆରୀ 13ରୁ ଧର୍ମ ସଂସ୍କୃତିର ମହାମେଳା ମହାକୁମ୍ଭ ମେଳା ଉତ୍ତରପ୍ରଦେଶରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ଯୋଗୀ ସରକାର । ମହାକୁମ୍ଭ ମେଳା ସମୟରେ ସ୍ନାନ କରିବାକୁ ଉତ୍ତରପ୍ରଦେଶକୁ ଛୁଟିବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଯାତାୟତରେ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ରାଜ୍ୟର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜରେ ଓ ସୁରକ୍ଷିତ ଭାବରେ ଗମନାଗମନ କରିବ ।

ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ:

Train (ETV Bharat Odisha)
ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଏହି ଟ୍ରେନ ଜାନୁଆରୀ ମାସ ୧, ୮, ୨୨ ତାରିଖ ଓ ଫେବୃୟାରୀ ମାସ ୫, ୧୯, ୨୬ ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ ୧୨ ଘ. ୩୦ମି.ରେ ଛାଡି କେନ୍ଦୁଝରଗଡ -ବୋକାରୋ- ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।


ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ

ଏହି ଟ୍ରେନ ଆସନ୍ତା ଜାନୁଆରୀ ମାସ ୬ ଓ ୨୦ ତାରିଖ ଓ ଫେବୃୟାରୀ ମାସ ୧୭ ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ ୧୨ ଘ. ୩୦ ମି.ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।


ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ


ଏହି ଟ୍ରେନ ଆସନ୍ତା ଜାନୁଆରୀ ମାସ ୯ , ୧୬ , ୨୩ ତାରିଖ ଓ ଫେବୃୟାରୀ ମାସ ୬ , ୨୦ , ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ ୧୨ ଘ. ୩୦ ମି.ରେ ଛାଡି ସମ୍ବଲପୁର- ଝାରସୁଗୁଡା-ଡ଼ିଡ଼ିୟୁ- ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।



ବିଶାଖାପାଟଣା-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ

ଏହି ଟ୍ରେନ ଆସନ୍ତା ଜାନୁଆରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ ଠାରୁ ଅପରାହ୍ନ ୦୫ ଘ. ୩୫ ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ:

କବଚ୍ ବ୍ୟବସ୍ଥା ସ୍ଥାପନ ପାଇଁ ପୂର୍ବତଟ ରେଳପଥର ଯୋଜନା

ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’, ଦୁର୍ଘଟଣାରେ ଲାଗିବ ବ୍ରେକ୍‌

ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident

ବିଶାଖାପାଟନମ-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ

ଏହି ଟ୍ରେନ ଆସନ୍ତା ଜାନୁଆରୀ ମାସ ୫ ଓ ୧୯ ତାରିଖ ଏବଂ ଫେବୃୟାରୀ ମାସ ୧୬ ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି ୧୦ ଘ. ୨୦ ମି.ରେ ଛାଡି ଭୁବନେଶ୍ୱର-ଅନୁଗୋଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ବିଶେଷ ଭାବେ ଚଳାଚଳ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details