ଓଡିଶା

odisha

ବ୍ରହ୍ମପୁରରେ ଚାଲିଛି ନବରାତ୍ରୀ ପୂଜା, ରାତିରେ ଝଲସୁଛି ରେଶମ ସହର - Navratri

ନବରାତ୍ରକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର । ବିଭିନ୍ନ ପୂଜା ପେଣ୍ଡାଲରେ ମା'ଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଭକ୍ତ । ରାତି ହେଲେ ଆଲୋକ ମାଳିରେ ଝଲସୁଛି ରେଶମ ସହର ।

By ETV Bharat Odisha Team

Published : 5 hours ago

Published : 5 hours ago

Navratri
Navratri (ETV BHARAT ODISHA)

ବ୍ରହ୍ମପୁର:ଆରମ୍ଭ ହୋଇଯାଇଛି ନବରାତ୍ରି ପୂଜା । ଶକ୍ତି ପୀଠ ଓ ମଣ୍ଡଫ ଗୁଡିକରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଉଛି । ବେଦ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ, ଆଧ୍ୟତ୍ମିକତାରେ ବୁଡି ରହିଛନ୍ତି ଭକ୍ତ । ଅସତ୍ୟ ଉପରେ ସତ୍ୟର ଜୟ ଓ ଅଧର୍ମ ଉପରେ ଧର୍ମର ଜୟ ପାଇଁ ଧରାପୃଷ୍ଟକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଆଜି ନବରାତ୍ରର ଦ୍ବିତୀୟ ଦିନ । ନବରାତ୍ରିକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର । ସହରର ପ୍ରମୁଖ ପୁଜାମଣ୍ଡପରେ ଆରମ୍ଭ ହୋଇଯାଇଛି ମା'ଙ୍କ ପୂଜାର୍ଚ୍ଚନା ।

ବିଜିପୁର ପୂଜା ମଣ୍ଡପରେ ୬୧ ବର୍ଷ ହେଲା ପୂଜା ପାଉଛନ୍ତି ମା' ଦୁର୍ଗା:

NAVRATRI PUJA (ETV BHARAT ODISHA)

ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ । ଏଣୁ ରୀତିନୀତିରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା । ବେଦମନ୍ତ୍ରର ଉଚ୍ଚାରଣରେ ମୁଖରିତ ହେଉଛି ପୂଜା ମଣ୍ଡପ । ସକାଳର ସୂର୍ଯ୍ୟପୁଜା ଠାରୁ ଆରମ୍ଭ କରି ସନ୍ଧ୍ୟା ଆଳତୀ, ଚଣ୍ଡିପାଠ ଭଳି ଦିନ ତମାମ ଜାରି ରହୁଛି ପୂଜାର୍ଚ୍ଚନା । ମା'ଙ୍କୁ ଦର୍ଶନ କରିବାକୁ ପୂଜାମଣ୍ଡପରେ ଜମିଲାଣି ଭକ୍ତଙ୍କ ଭିଡ । ସହରର ବିଭିନ୍ନ ପୁରାତନ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଦୁର୍ଗା ପୂଜା ପୂର୍ବରୁ ନବରାତ୍ରି ପୂଜା ଆୟୋଜିତ ହେଉଥିବା ବେଳେ ଚଳିତ ବର୍ଷ ଆରମ୍ଭ ହୋଇଯାଇଛି । ବିଜିପୁର ପୂଜା ମଣ୍ଡପରେ ୬୧ ବର୍ଷରେ ପହଞ୍ଚିଛି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା । ବ୍ରହ୍ମପୁର ସହରର ପୁରାତନ ଦୁର୍ଗା ପୂଜା କମିଟି ମଧ୍ୟରୁ ବିଜିପୁର କମିଟି ଅନ୍ୟତମ ।

Navratri (ETV BHARAT ODISHA)

ପୂଜା କମିଟିର ସମ୍ପାଦକ ପ୍ରଦୀଣ କୁମାର ସାହୁଙ୍କ କହିବା ଅନୁଯାୟୀ, ''୧୯୬୩ ମସିହାରୁ ମା'ଙ୍କ ପୂଜା ବିଜିପୁରରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ କ୍ରମାଗତ ଭାବରେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ ଉଦ୍ୟମ କ୍ରମେ ପରିବା ବଜାର ପରିସରରେ ଦୁର୍ଗା ପୂଜା ଆୟୋଜିତ ହୋଇ ଆସୁଅଛି । ଏହି ପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ପ୍ରତିପଦା ଠାରୁ ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିବ । ଏଠାରେ ମା'ଙ୍କ ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।'' ସେପଟେ ବିଜିପୁର ପୂଜା ମଣ୍ଡପର ପୂଜା କରି ଆସୁଥିବା ପୂଜକ ରାଧାକାନ୍ତ ପାଢୀ କହିଛନ୍ତି ଯେ, ଦୈନିକ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ବୈଦିକ ରୀତିନୀତିରେ କରାଯାଉଛି । ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଇ ଆସୁଥିବା ବେଳେ ସକାଳ ସମୟରୁ ରାତ୍ର ପର୍ଯ୍ୟନ୍ତ ସମସ୍ତ ପ୍ରକାର ପୁଜାର୍ଚ୍ଚନା କରାଯାଇଥାଏ ।

Navratri (ETV BHARAT ODISHA)

ଏହା ବି ପଢନ୍ତୁ...ନବରାତ୍ରରେ ମା' ବିରଜାଙ୍କ ନୂଆ ନୂଆ ବେଶ, ପାଦସ୍ପର୍ଶର ସୁଯୋଗ ପାଉଛନ୍ତି ଭକ୍ତ - Navaratri At Biraja Temple

ଏହା ବି ପଢନ୍ତୁ...ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

ଏହା ବି ପଢନ୍ତୁ...ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା - Khadilagi Rituals

ଏହା ବି ପଢନ୍ତୁ...୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

Navratri (ETV BHARAT ODISHA)

ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକ ମାଳରେ ଝଲସୁଛି ରେଶମ ସହର:

ଦଶହରାକୁ ନେଇ ସଜେଇ ହୋଇଛି ରେଶମ ସହର । ସନ୍ଧ୍ୟା ହେବା ମାତ୍ର ଆକର୍ଷଣୀୟ ଦିଶୁଛି ତୋରଣ ଓ ରଙ୍ଗୀନ ଆଲୋକରେ ସହର ଝଲସି ଉଠୁଛି । ହରର ବିଜିପୁର, କମାପଲ୍ଲୀ, କୋର୍ଟପେଟା, ପୁରୁଣାବସଷ୍ଟାଣ୍ଡ, ଗିରିଜାଛକ ଭଳି ପ୍ରମୁଖ ସ୍ଥାନର ନବରାତ୍ର ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁଉଚ୍ଚ ତୋରଣ ସାଙ୍ଗକୁ ମଣ୍ଡପରେ ଜରି କାର୍ଯ୍ୟ କରାଯାଇଛି । ଏତିସହ ମଣ୍ଡପ ଗୁଡିକ ଆଲୋକମାଳାରେ ସଜ୍ଜିତ ହୋଇଥିବା ଯୋଗୁଁ ବେଶ ଆକର୍ଷଣୀୟ ଦିଶୁଛି ।

Navratri (ETV BHARAT ODISHA)

କମାପଲ୍ଲୀ ପୂଜା ମଣ୍ଡପରେ 61 ବର୍ଷରେ ପହଞ୍ଚିଲା ଦୁର୍ଗାପୂଜା:

କମାପଲ୍ଲୀ ପୂଜା ମଣ୍ଡପରେ 61 ବର୍ଷ ହେଲା ଦୁର୍ଗାପୂଜା ଆୟୋଜିତ ହୋଇ ଆସୁଛି । ବିଜୟା ଦଶମୀ ପୂଜାର୍ଚ୍ଚନା ପରେ ବିସର୍ଜନ ହୋଇ ହୋଇଥାଏ । ନବରାତ୍ରୀର ପ୍ରଥମ ଦିନରେ ମଣ୍ଡପରେ ଭକ୍ତଙ୍କ ଭିଡ ଜମିଥିଲା । ବ୍ରହ୍ମପୁର ସହରର କୋର୍ଟପେଟା ପୂଜା କମିଟି ପକ୍ଷରୁ ନବରାତ୍ରି ପୂଜା ରୀତିନୀତିରେ ଆରମ୍ଭ ହୋଇଯାଇଛି । କୁହାଯାଏ, ପ୍ରଭୁ ଶ୍ରୀରାମଚନ୍ଦ୍ର ଆଶ୍ୱିନ ମାସରେ ମା'ଙ୍କର ଶାରଦୀୟ ପୂଜା କରି ବିଜୟୀ ହୋଇଥିଲେ । ସେହି ସମୟରୁ ମା'ଙ୍କୁ ଏହି ଶାରଦୀୟ ପୂଜା ସମୟରେ ଷୋଡଶ ଦିବସୀୟ ଏବଂ ନବରାତ୍ରରେ ଦୁର୍ଗାଙ୍କ ନଅ ରୂପକୁ ପୂଜାର୍ଚ୍ଚନା କରାଯାଇଥାଏ । ଏପରିକି ଏହି ନବରାତ୍ର ପୂଜା ସମୟରେ ମା'ଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।

Navratri (ETV BHARAT ODISHA)

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details