ଓଡିଶା

odisha

ETV Bharat / state

ମଙ୍ଗଳାବାଗର ନିଆରା ପରମ୍ପରା, ଦର୍ପଣ ସାହାଯ୍ୟରେ ପିତ୍ତଳ ପାତ୍ରରେ ମା'ଙ୍କୁ ବିସର୍ଜନ

ସରିଲା ମହାମାୟୀଙ୍କ ଦଶମୀ ପୂଜା। ମଙ୍ଗଳବାଗରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଦର୍ପଣ ସାହାଯ୍ୟରେ ପିତ୍ତଳ କୁଣ୍ଡରେ ବିସର୍ଜନ କରାଯାଇଛି।

By ETV Bharat Odisha Team

Published : 5 hours ago

Mangalabag Durga Puja Committee
Mangalabag Durga Puja Committee (ETV Bharat Odisha)

କଟକ:ଶେଷ ହୋଇଛି ଦଶମୀ ପୂଜା। ସହରର ଅନେକ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ମା'ଙ୍କର ଦଶମୀ ପୂଜା ଶେଷ ହୋଇଛି। ଦଶମୀରେ ମା'ଙ୍କ ଅପରାଜିତା ପୂଜା କରାଯାଇଥାଏ। ସେହିପରି ସିନ୍ଦୁର ଖେଳ ସହ ଦହି ପଖାଳର ପରମ୍ପରା ମଧ୍ୟ ରହିଛି। ସମସ୍ତ ରୀତିନୀତି ଶେଷ ହେବା ପରେ ମା'ଙ୍କର ବିସର୍ଜନ ପୂଜା କରାଯାଇଥିଲା। କଟକ ମଙ୍ଗଳାବାଗ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ନିଆରା ପରମ୍ପରା। ଏଠାରେ ମା'ଙ୍କର ପୂଜା ଶେଷ ହେବା ପରେ ମଣ୍ଡପ ମଧ୍ୟରେ ଏକ ପିତ୍ତଳ କୁଣ୍ଡରେ ବିସର୍ଜନ କରାଯାଇଛି।



କିପରି ହେଲା ବିସର୍ଜନ?
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, କିପରି ଏତେ ବଡ଼ ମୂର୍ତ୍ତିକୁ ପିତ୍ତଳ କୁଣ୍ଡରେ ବିସର୍ଜନ କରାଯାଇପାରିବ। ମା' ଦୁର୍ଗା ଦେବୀଙ୍କୁ ନୁହେଁ ବରଂ ପାର୍ଶ୍ୱ ଦେବାଦେବୀଙ୍କୁ ମଧ୍ୟ ଗୋଟିଏ ପିତ୍ତଳ ପାତ୍ରରେ ବିସର୍ଜନ କରାଯାଇଛି। ଏଭଳି ପରମ୍ପରା ଅନ୍ୟ କେଉଁ ମଣ୍ଡପରେ ନୁହେଁ କେବଳ କଟକର ମଙ୍ଗଳାବାଗ ପୂଜା ମଣ୍ଡପରେ କରାଯାଇଥାଏ । ପୂଜାର ସମସ୍ତ ରୀତିନୀତି ଶେଷ ହେବା ପରେ ସମସ୍ତ କର୍ମକର୍ତ୍ତା ମଣ୍ଡପରେ ଏକାଠି ହୋଇଥାନ୍ତି। ପୂଜା ଶେଷ ହେବା ପରେ ପୂଜକ ସମସ୍ତଙ୍କୁ ଗଙ୍ଗାଜଳ ସିଞ୍ଚନ କରିଥାନ୍ତି। ମା'ଙ୍କୁ ପୁଷ୍ପାଞ୍ଜଳି ଦେବା ପରେ ପୂଜକ ମନ୍ତ୍ରପାଠ କରିଥାନ୍ତି। ସମସ୍ତେ ଭକ୍ତିର ସହ ମା'ଙ୍କୁ ସ୍ମରଣ କରିଥାନ୍ତି । ପରେ ମା'ଙ୍କୁ ବିସର୍ଜନ କରିବାର ପ୍ରକ୍ରିୟା ଆରମ୍ଭ ହୁଏ। କେବଳ ମଣ୍ଡପର କର୍ମକର୍ତ୍ତାମାନେ ଏହି ପ୍ରକ୍ରିୟାରେ ସାମିଲ ହେବାର ପରମ୍ପରା ରହିଛି। ଅନ୍ୟ କେହି ବାହାର ଲୋକ ଏହି ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ।

Mangalabag Durga Puja Committee (ETV Bharat Odisha)

ଏହା ବି ପଢନ୍ତୁ...କାହିଁକି ଦଶମୀରେ ମା’ଙ୍କୁ ଦହି ପଖାଳ ଲାଗି କରାଯାଏ, କାହିଁକି ହୁଏ ସିନ୍ଦୁର ଖେଳ ? କଣ ଏହି ପରମ୍ପରା

ଏହା ବି ପଢନ୍ତୁ...ସମ୍ବଲପୁରରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହା ମଧ୍ୟ ପଢନ୍ତୁ-କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

IMMERSION THROUGH MIRROR (ETV Bharat Odisha)
IMMERSION THROUGH MIRROR (ETV Bharat Odisha)

ପିତ୍ତଳ ପାତ୍ରରେ ବିସର୍ଜନ ପରମ୍ପରା:
ପୂଜକଙ୍କ କହିବା ମୁତାବକ, ମା'ଙ୍କ ପୂଜା ଶେଷ ହେବା ପରେ ମା'ଙ୍କୁ ପାଣିରେ ବିସର୍ଜନ କରିବାର ପରମ୍ପରା ରହିଛି। ଏହି ପରମ୍ପରା ଅନୁଯାୟୀ ପୂଜା ଶେଷ ହେବା ପରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ସଙ୍ଗେ ସଙ୍ଗେ ନଦୀ ପଠାକୁ ନେବା ସମ୍ଭବ ନୁହେଁ। ସେଥିପାଇଁ ଏକ ପିତ୍ତଳ ପାତ୍ରରେ ପାଣି ରଖାଯାଏ। ଆଉ ସେହି ପାଣିରେ ମା'ଙ୍କୁ ଏକ ଦର୍ପଣ ସାହାଯ୍ୟରେ ବିସର୍ଜନ କରାଯାଏ। ସମସ୍ତ କର୍ମକର୍ତ୍ତା ଏହି ଦର୍ପଣକୁ ଧରି ମା'ଙ୍କୁ ଦେଖାଇ ଥାଆନ୍ତି । ପୂଜକ ପୂଜାପାଠ କରି ମାଙ୍କୁ ବିସର୍ଜନ କରିଥାନ୍ତି। ଏହା ଦୀର୍ଘ ବର୍ଷର ପରମ୍ପରା ବୋଲି ପୂଜକ କହିଛନ୍ତି ।

Mangalabag Durga Puja Committee (ETV Bharat Odisha)

ଇଟିଭି ଭାରତ, କଟକ

ABOUT THE AUTHOR

...view details