ଭୁବନେଶ୍ବର:ରାଜଧାନୀରେ ଏବେ ପୂଜାର ମାହୋଲ । ସହର ଗଳ-କନ୍ଦି, ରାସ୍ତାଘାଟ ସବୁଠି ନାହିଁନଥିବା ଭିଡ । ଯାହାର ସୁଯୋଗ ନେଇ ଚୋରି, ଛିନତାଇ କରିବାକୁ ଅଭ୍ୟାସଗତ ଅପରାଧୀ ମଧ୍ୟ ଆଗଭର । ଟିକିଏ ସୁଯୋଗ ପାଇଲା ମାତ୍ରେ ଆଖି ପିଛୁଳାକେ ଲୁଟ କରିନେବେ । ତେଣୁ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ଆରମ୍ଭ କରିଛି ଅପରେସନ 'ତ୍ରିଭୁଜ'। ଭିଡ଼ ନିୟନ୍ତ୍ରଣ ଓ ଅପରାଧିକ ଗତିବିଧି ଉପରେ କଡା ନଜର ରଖିବା ଏହି ଅପରେସନର ମୂଳ ଲକ୍ଷ୍ୟ ।
କମିଶନରେଟ ପୋଲିସ ମୁଖ୍ୟାଳୟରୁ ନିୟନ୍ତ୍ରଣ ହେଉଛି ପୂଜା ସମୟରେ ଆଇନ ଶୃଙ୍କଳା । 3ଟି ଉପାୟରେ ଟାଫ୍ରିକ ନିୟନ୍ତ୍ରଣ କରାଯାଉଛି । ଯାହାକୁ ଅପରେସନ 'ତ୍ରିଭୁଜ' କୁହାଯାଉଛି । କଣ୍ଟ୍ରୋଲ ରୁମ୍ ଜରିଆରେ ସମସ୍ତ ପୂଜା ମଣ୍ଡପର ସିସିଟିଭି ଫୁଟେଜକୁ ‘ଆଇ-ପି’ ଲିଙ୍କ ଜରିଆରେ ନଜର ରଖାଯାଉଛି । ଏଥିସହ ସହରରେ ଲାଗିଥିବା ଏକ ହଜାର ସିସିଟିଭି କ୍ୟାମେରା ଜରିଆରେ ରାସ୍ତା-ଘାଟରେ ଟ୍ରାଫିକ ଉପରେ ନଜର ରଖିଛନ୍ତି ଅଧିକାରୀ । ଅନ-ଡ୍ୟୁଟିରେ ଥିବା ଅଫିସର ଏସବୁକୁ ନିୟନ୍ତ୍ରଣ କରୁଛନ୍ତି । ଅପହଞ୍ଚ ସ୍ଥାନରେ ନଜର ରଖିବାକୁ ଡ୍ରୋନ ମଧ୍ୟ ବ୍ୟବହାର କରୁଛି ।
OPERATION TRIBHUJA (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ପାର୍ବଣରେ ଆକ୍ସନମୋଡରେ ଅନୁଗୋଳ ପୋଲିସ, ପାଟ୍ରୋଲିଂ ଓ ପ୍ଲାଗମାର୍ଚ୍ଚ ସହ ଧରପକଡ଼
- ସିସିଟିଭିରେ ଛାଉଣି ହୋଇଛି ଭୁବନେଶ୍ବର:
ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୂଜା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅପରେସନ ଜାରି କରାଯାଇଛି । ଯାହାର ନା ରହିଛି ଅପରେସନ 'ତ୍ରିଭୁଜ' । ଅର୍ଥାତ୍ ସିସିଟିଭି ଜରିଆରେ ଟ୍ରାଫିକର ଭିଡ଼ ଓ ମଣ୍ଡପ ଉପରେ ନଜର ରଖାଯାଉଛି । ଡ୍ୟୁଟିରେ ଥିବା ପୋଲିସ ଅଫିସର ଓ କର୍ମାଚରୀଙ୍କ ଜରିଆରେ ପୁରା ସହରର ଟ୍ରାଫିକ ପରିଚାଳନା ଠାରୁ ଆରମ୍ଭ କରି ସହରରେ ହେଉଥିବା ଅପରାଧିକ ତତ୍ବ ଉପରେ ମଧ୍ୟ ନଜର ରଖିଛି ପୋଲିସ୍ । 'ତ୍ରିଭୁଜ' ଅପରେସନକୁ ମନିଟରିଂ କରିବା ପାଇଁ କଣ୍ଟ୍ରୋଲ ରୁମରୁ ଜଣେ ସିନିୟର ଅଫିସରଙ୍କ ନେତୃତ୍ବରେ ପୁରା ସହର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ପୋଲିସ୍ । ବିଶେଷ କରି ପୂଜା ମଣ୍ଡପର ଭିଡ଼ ନିୟନ୍ତ୍ରଣ ପାଇଁ ଫୋର୍ସ ମୁଭମେଣ୍ଟ ଓ ଟ୍ରାଫିକର ସ୍ଥିତ ଦେଖି ଟ୍ରାଫିକ କ୍ଲିୟରାନ୍ସ ସହ ଅପରାଧିକ କାର୍ଯ୍ୟକଳାପ ଉପରେ ସାଧା ପୋଷାକରେ ନଜର ରଖିଛି ପୋଲିସ ।
operation tribhuja (ETV BHARAT ODISHA) - ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା:
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,'' ଜନସାଧାରଣଙ୍କର ଯାତାୟତରେ ଯେପରି ସ୍ବଭାବିକ ରହିବ ତାଉପରେ ଧ୍ୟାନ ଦିଆଯାଇଛି । ଏଥି ସହ ସ୍ପେଶାଲ ଟ୍ରାଫିକ ଟିମ୍ ନିୟୋଜିତ କରାଯାଇଛି। ଯେଉଁଠି ଭିଡ଼ ହେବାର ସମ୍ଭାବନା ରହିଛି ସେଠି ସ୍ପେଶାଲ ଟ୍ରାଫିକ ଟିମ୍ ମୁତୟନ କରାଯାଇଛି । ଏଥିସହ ପୂଜା ସମୟରେ ଚୋରି, ଛିତନାଇ ,ସିନ୍ଧି ଚୋରି ଓ ଅନ୍ୟ ଅପରାଧିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଲୋକମାନେ ସମସ୍ତ ପ୍ରକାର ଅସୁବିଧାରୁ କିପରି ଦୂରରେ ରହିବେ ଓ ପୂଜାର କିପରି ମଜା ଉଠାଇପାରିବେ, ସେନେଇ ଆମେ ସମସ୍ତ ବ୍ୟବସ୍ଥା କରିଛୁ ।’’
operation tribhuja (ETV BHARAT ODISHA) operation tribhuja (ETV BHARAT ODISHA) ଡିସିପି ଆହୁରି ମଧ୍ୟ କହିଛନ୍ତି,‘‘ଟ୍ରାଫିକ ପାଇଁ ଜଣେ ଡିସିପି ରାଙ୍କର ଅଫିସରଙ୍କ ନେତୃତ୍ବରେ ଜଣେ ଏସିପି ଓ ଦୁଇ ଇନସ୍ପେକ୍ଟରଙ୍କ ସହ ୧୯ଜଣ ଏଏସଆଇ ଓ ଏସ ଆଇ, ୧୫ ସ୍ପେଶାଲ ଟ୍ରାଫିକ ଅଫିସର ସହ ମୋଟ ୩୦ ସେକ୍ସନ କେବଳ ଟ୍ରାଫିକ କର୍ମଚାରୀ ନିୟୋଜିତ ରହିଛନ୍ତି । ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଦୁଇଟି ଡିସିପିଙ୍କ ତତ୍ତ୍ବାବଧାନରେ ଅତିରିକ୍ତ ଡିସିପି ୯ଜଣ ଓ ୪୨ଜଣ ଇନସ୍ପେକ୍ଟର ସହ ୧୫୨ଜଣ ସବ-ଇନସ୍ପେକ୍ଟର ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟରଙ୍କ ସହ ହୋମଗାର୍ଡ, ଓଏପିଏଫ ଓ ଅନ୍ୟ ହାବିଲଦାର ଓ କନଷ୍ଟେବଳଙ୍କୁ ମିଶାଇ ମୋଟ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରଯାଇଛି ଭୁବନେଶ୍ୱରରେ । ୧୮୭ଟି ମଣ୍ଡପରେ ପୂଜା ଚାଲିଛି । ଶୃଙ୍ଖଳିତ ଦର୍ଶନ ସହ ଲୋକେ କିପରି ସୁବିଧାରେ ପୂଜା ମଣ୍ଡପ ବୁଲିବା ତାର ବ୍ୟବସ୍ଥା ହୋଇଛି । ତେଣୁ ଟ୍ରାଫିକ ନିୟନ୍ତ୍ରଣ କରୁଛି କମିଶନରେଟ ପୋଲିସ। ''
operation tribhuja (ETV BHARAT ODISHA) ଇଟିଭି ଭାରତ, ଭୁବନେଶ୍ବର