ଓଡିଶା

odisha

By ETV Bharat Odisha Team

Published : Mar 28, 2024, 1:32 PM IST

Updated : Mar 28, 2024, 1:44 PM IST

ETV Bharat / state

ମଦ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ, ନାତିର ଟାଙ୍ଗିଆ ଚୋଟରେ ଜେଜେ ମୃତ - Sundargarh Man Killed Grandfather

Sundargarh Youth Killed His Grandfather: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ନାତିର ଟାଙ୍ଗିଆ ଚୋଟରେ ଜେଜେବାପା ମୃତ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିିଛି ପୋଲିସ । ଅଧିକ ପଢନ୍ତୁ

Youth Killed In Rourkela
Youth Killed In Rourkela

ଜେଜେ ବାପାକୁ ଟାଙ୍ଗିଆରେ ହାଣି କଲା ହତ୍ୟା

ରାଉରକେଲା:ନାତିର ଟାଙ୍ଗିଆ ଚୋଟରେ ଜେଜେବାପା ମୃତ । ଏଭଳି ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳରୁ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ବିମଲ ତିର୍କୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳ ଟୁଙ୍ଗୁରିଟୋଲି ଗ୍ରାମରେ ସପରିବାର ରହୁଥିଲେ । ମାଆ, ବାପା ଏବଂ ଜେଜେବାପା ସହ ହତ୍ୟାକାରୀ ନାତି ବିମଲ ତିର୍କୀ ବସବାସ କରୁଥିଲେ । ହେଲେ ବିମଲ ପ୍ରତ୍ୟେକ ଦିନ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରେ ଆସି ପାଟିତୁଣ୍ଡ କରେ । ଏଥିସହ ମଦ ପିଇବା ପାଇଁ ପାଟିତୁଣ୍ଡ କରି ଘରୁ ଟଙ୍କା ମାଗିଥାଏ । ହେଲେ ଗତକାଲି (ବୁଧବାର) ଏହା ଉଗ୍ରରୂପ ନେଇଥିଲା । ନିଶାସକ୍ତ ଅବସ୍ଥାରେ ନିଜ ରକ୍ତ ସମ୍ପର୍କକୁ ଭୁଲିଗଲା ବିମଲ । ତେବେ ଗତକାଲି ବିମଲ ପ୍ରାୟ ୩ଟା ସମୟରେ ଅତ୍ୟଧିକ ମଦ ପିଇ ଘରକୁ ଆସିଥିଲା । ଏହାକୁ ନେଇ ଜେଜେ ବାପା ତାକୁ ତାଗିଦ କରିବାରୁ ନିଶାରେ ଥିବା ନାତି ନିଜ ଜେଜେ ସହ ବଚସା କରିଥିଲା । ବଚସା ଧୀରେ ଧୀରେ ଉଗ୍ର ରୂପ ନେବା ପରେ ନାତି କ୍ରୋଧରେ ଜର୍ଜରିତ ହୋଇ ପାଖରେ ଥିବା ଏକ ଟାଙ୍ଗିଆରେ ନିଜ ଜେଜେ ବାପା ବନ୍ଧନ ତିର୍କୀକୁ ନିର୍ମମ ଭାବରେ ହାଣି ହତ୍ୟା କରିଥିଲା ।

ଏହା ମଧ୍ୟ ପଢନ୍ତୁ- ସାମାନ୍ୟ ବଚସାରୁ ହତ୍ୟା, ନିଶାଶକ୍ତ ଯୁବକର ଜୀବନ ନେଲା ମଦ୍ୟପ

ଏହା ମଧ୍ୟ ପଢନ୍ତୁ-ହିନ୍ଦୋଳ ଉପକାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ

ତେବେ ଏହି ସମୟରେ ଘରେ କେହି ନଥିବା ବେଳେ ପାଖ ପଡୋଶୀ ଏହି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଗୁରୁଣ୍ଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ନାତି ବିମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ମଦ ନିଶା କିଭଳି ଆଜି ନିଜ ଏବଂ ପର ମଧ୍ୟରେ ତଫାତ କରି ପାରେନାହିଁ ତାହାର ଅସଲ ଚିତ୍ର ସାମ୍ନାକୁ ଆସିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଇଟିଭି ଭାରତ, ରାଉରକେଲା

Last Updated : Mar 28, 2024, 1:44 PM IST

ABOUT THE AUTHOR

...view details