ETV Bharat / state

ଆର୍ଥିକ ଅନାଟନରୁ ନବଜାତ କନ୍ୟାକୁ ବିକ୍ରି ଅଭିଯୋଗ - RAYAGADA BABY SALE CASE

ମାତ୍ର ୨୦ ହଜାର ଟଙ୍କାରେ ନିଜ ଶିଶୁ କନ୍ୟାକୁ ବିକ୍ରି କରିଛି ମାଆ । ଏଭଳି ଏକ ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲାରୁ । CWC ଟିମର ତଦନ୍ତ ଆରମ୍ଭ ।

RAYAGADA BABY SALE CASE
RAYAGADA BABY SALE CASE (ETV Bharat Odisha)
author img

By ETV Bharat Odisha Team

Published : Nov 20, 2024, 6:22 PM IST

ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ନବଜାତ ବିକ୍ରି ଘଟଣା । ଦାରିଦ୍ର୍ୟତା ଯୋଗୁ଼ଁ ନିଜର ନବଜାତ ଶିଶୁ କନ୍ୟାକୁ ମାଆ ବିକ୍ରି କରିଥିବା ଅଭିଯୋଗ । ମାତ୍ର ୨୦ ହଜାର ଟଙ୍କାରେ ଶିଶୁ କନ୍ୟାକୁ ବିକ୍ରି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ । ସେପଟେ ଘଟଣା ସ୍ଥଳରେ CWC ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାୟଗଡ଼ା ଶିଶୁ ବିକ୍ରି ଘଟଣା :

RAYAGADA BABY SALE CASE (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ, ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରହୁଥିବା ଜଣେ ଦମ୍ପତି ଚଳିତ ମାସ ୩ ତାରିଖରେ ଜଣେ ନବଜାତ ଶିଶୁକନ୍ୟା ଜନ୍ମକୁ ଦେଇଥିଲେ । ହେଲେ ଗତ ୧୧ ତାରିଖରେ ଆନ୍ଧ୍ରପ୍ରଦେଶର ଜଣେ ଦମ୍ପତିଙ୍କୁ ଉକ୍ତ ଶିଶୁ କନ୍ୟାଟିକୁ ବିକ୍ରି କରିଥିଲେ । ତାଙ୍କର ପୂର୍ବରୁ 3 ବର୍ଷର ଏକ ଶିଶୁ କନ୍ୟା ରହିଛି ।ତେବେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି । ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ-ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ ।ପୁଣି ଏକ ଶିଶୁ କନ୍ୟାକୁ ଜନ୍ମ ଗ୍ରହଣ ହୋଇଥିବାରୁ ଚଳିବାରେ ଆହୁରି କଷ୍ଟକର ହେବ ବୋଲି ଉଭୟେ ଶିଶୁ କନ୍ୟାକୁ ବିକ୍ରି କରିଥିବା ସ୍ବୀକାର କରିଛନ୍ତି ।

୨୦ ହଜାର ଟଙ୍କାରେ ଶିଶୁ ବିକ୍ରି:

ଏନେଇ ଶିଶୁଟିର ମାଆ କହିଛନ୍ତି," ଆମର ରାଶନ କାର୍ଡ ନଥିବାରୁ ପିଡ଼ିଏସ ଚାଉଳ ମିଳୁନାହିଁ । ଚାଉଳ ବାହାରୁ କିଣିବାକୁ ପଡୁଛି । ଆମକୁ ସରକାରୀ ସୁବିଧା କିଛି ମିଳୁନାହିଁ । ଘର ନଥିବାରୁ ଭାଇ ଘରେ ଆଶ୍ରୟ ନେଉଛୁ । ପିଲା ଜନ୍ମ ହେବାପରେ କତାପେଟାର ଜଣେ ବୁଲା ବିକାଳୀ ମହିଳା ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି । ସେ ମୋତେ ୨୦ ହଜାର ଟଙ୍କା ଦେଇଥିଲେ ।"

ଏହା ମଧ୍ୟ ପଢନ୍ତୁ...କାହିଁକି ନବଜାତକୁ ଦେଇଦେଲା ମା' ? ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ ଜୋରଦାର

ଏହା ମଧ୍ୟ ପଢନ୍ତୁ...ବଲାଙ୍ଗୀରରେ ଶିଶୁ ବିକ୍ରି ଘଟଣା: ଛତିଶଗଡ଼ରୁ ଶିଶୁ ଉଦ୍ଧାର, ୪ ଗିରଫ

ଏହା ମଧ୍ୟ ପଢନ୍ତୁ...ମୁମ୍ବାଇରେ ଶିଶୁ ଚାଲାଣ ରାକେଟର ପର୍ଦ୍ଦାଫାସ, ୬ ମହିଳା ଗିରଫ - child trafficking

CWCର ତଦନ୍ତ ଆରମ୍ଭ:

ସେପଟେ ଏହି ଘଟଣା ଜଣା ପଡ଼ିବା ପରେ ନୂଆପଡା ସାହିରେ CWC ଏବଂ DCPU ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଆଣି CWC ନିକଟରେ ହସ୍ତାନ୍ତର କରିବା ପାଇଁ ସମ୍ପୃକ୍ତ ଦମ୍ପତିଙ୍କୁ କୁହାଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.