ETV Bharat / technology

2025 ସୁଦ୍ଧା ପ୍ରଥମ ହ୍ୟୁମାନଏଡ୍‌ ରୋବୋଟ୍‌ ଆଣୁଛି Reliance; ବଢିଲାଣି ଏଲନଙ୍କ ଚିନ୍ତା - RELIANCE HUMANOID ROBOT

ଆସନ୍ତା ବର୍ଷ ସୁଦ୍ଧା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ମାବନ ସଦୃଶ ରୋବୋଟ୍‌ ଆଣିବାକୁ ଯାଉଛନ୍ତି । ଏପଟେ ଚିନ୍ତାରେ ଏଲନ ମସ୍କ ! ଅଧିକ ପଢନ୍ତୁ

Humanoid robot
Humanoid robot (ETV Bharat)
author img

By ETV Bharat Tech Team

Published : Nov 20, 2024, 6:19 PM IST

ହାଇଦ୍ରାବାଦ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସମର୍ଥିତ ୱେୟାରହାଉସ ଅଟୋମେସନ ଓ ରୋବୋଟିକ୍ସ ଷ୍ଟାର୍ଟଅପ କମ୍ପାନୀ ଏଡଭର୍ବ ଟେକ୍ନୋଲୋଜି (Addverb Technologies) ହ୍ୟୁମାନଏଡ୍‌ ବା ମାନବ ସଦୃଶ ରୋବୋଟିକ୍ସ ଯୁଗରେ ପ୍ରବେଶ କରିବାକୁ ଘୋଷଣା କରିଛି । ଆସନ୍ତା ବର୍ଷ 2025ରେ ଏହି ରୋବୋଟ୍‌କୁ ଲଞ୍ଚ କରାଯିବ । ରିଲାଏନ୍ସ ରୋବୋଟ୍‌ର ମୁକାବିଲା ସିଧାସଳଖ ଏଲନ ମସ୍କଙ୍କ ଟେସଲା କମ୍ପାନୀର ରୋବୋଟ୍‌ ସହିତ ହେବ ବୋଲି କୁହାଯାଉଛି ।

କଣ କରିପାରିବ ଏହି ରୋବୋଟ୍‌ ?

ଏହି ହ୍ୟୁମାନଏଡ୍‌ ରୋବୋଟ୍‌ ଫ୍ୟାସନ, ରିଟେଲ ଓ ଶକ୍ତି ଭଳି ଅନେକ ବିଭାଗରେ କାମ କରିବାରେ ସକ୍ଷମ । ଏହାପରେ ଭାରତ ଦୁନିଆର ସେହି ଦେଶଗୁଡ଼ିକ ତାଲିକାରେ ସାମିଲ ହେବ ଯେଉଁମାନେ ଏପରି ରୋବୋଟ୍‌ ବିକଶିତ କରୁଛନ୍ତି ବା କରିସାରିଲେଣି । ଏହି ତାଲିକାରେ ଆମେରିକାର ଟେସଲା, ବୋଷ୍ଟନ ଡାଇନାମିକ୍ସ ଓ ଏଜିଲିଟି ରୋବୋଟିକ୍ସ କମ୍ପାନୀଗୁଡ଼ିକ ସାମିଲ ।

ଏହା ବି ପଢନ୍ତୁ
  1. ରୋବୋଟ୍‌ ବନାଇଲା ଏପରି ପେଣ୍ଟିଂ ହେଲା ନିଲାମି; 11କୋଟି ଟଙ୍କାରେ ବିକ୍ରି
  2. ରୋବୋଟ୍‌ ମଣିଷଙ୍କ ପରି ମିଛ କହିପାରେ ଓ ଧୋକା ଦେଇପାରେ: STUDY

ରୋବୋଟ୍‌ର ଡିଜାଇନ:-

ଏହି ରୋବୋଟ୍‌ରେ ସବୁଠୁ ଅତ୍ୟାଧୁନିକ GPU ଟେକନିକ୍‌, କମ ବିଦ୍ୟୁତ ଖର୍ଚ୍ଚ କରୁଥିବା ମୋଟର ଓ 2ହାତ ଲଗାଯିବ । ଯାହାଦ୍ବାରା ଏହି ମାନବ ରୂପୀ ରୋବୋଟ୍‌କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ଏବଂ ରୋବୋଟ୍‌ ଭିନ୍ନ ଭିନ୍ନ କାମ କରିବାରେ ସକ୍ଷମ ହେବ । ଏହି ରୋବୋଟ୍‌ରେ ଭିଜୁଆଲ ଆଣ୍ଡ ଲାଙ୍ଗୁଏଜ୍‌ ଆକ୍ସନ (VLA) ଟେକ୍ନୋଲୋଜିର ବ୍ୟବହାର ହେବ, ଯାହାଦ୍ବାରା ବିନା କୌଣସି ମଣିଷର ସହାୟତାରେ ଏହା ବିଭିନ୍ନ ସ୍ଥାନରେ ସ୍ବୟଂଚାଳିତ ଭାବେ କାମ କରିବ ।

2021ରେ ନିବେଶ କରିଥିଲେ ମୁକେଶ:-

ଏଡଭର୍ବ ଗତ 2021 ମସିହାରେ ରିଲାଏନ୍ସକୁ ଏକ ରଣନୈତିକ ନିବେଶକ ଭାବେ ସାମିଲ କରିଥିଲା । ଏହାପରେ ମୁକେଶ ଅମ୍ବାନୀଙ୍କ ନେତୃତ୍ବାଧୀନ କମ୍ପାନୀ ଗ୍ରୋସରୀ, ଫ୍ୟାଶନ୍, ପେଟ୍ରୋକେମିକାଲ୍ସ ଏବଂ ସ୍ବାସ୍ଥ୍ୟସେବା ସହିତ ଏକାଧିକ ବ୍ୟବସାୟରେ ଏହାର ଉନ୍ନତ ରୋବୋଟିକ୍ ସମାଧାନ ଦର୍ଶାଇଥିଲା । Jio AI ପ୍ଲାଟଫର୍ମ ଓ 5ଜି ସେବାର ଲାଭ ଉଠାଇ Addverb ରିଲାଏନ୍ସ ସହିତ ହ୍ୟୁମାନଏଡ୍‌ ରୋବୋଟ୍‌ ବିକଶିତ କରିବ ।

କାହା ସହିତ ହେବ ଟକ୍କର ?

Addverbର ସହ ପ୍ରତିଷ୍ଠାତା ତଥା ସିଇଓ ସଙ୍ଗୀତ କୁମାର କହିଛନ୍ତି, "ଏହି ରୋବୋଟ୍‌ ବିକଶିତ କରିବାରେ ବହୁତ ଅର୍ଥ ଖର୍ଚ୍ଚ ହୁଏ । ଏହି ରୋବୋଟ୍‌ର ମୁକାବିଲା ଚୀନର କମ୍ପାନୀ ସହିତ ହେବ ।" ଅନ୍ୟପଟେ ଏଲନ ମସ୍କଙ୍କ ଟେସଲାର ଅପ୍ଟିମସ୍‌ ରୋବୋଟ୍‌କୁ ମଧ୍ୟ ଏହା ଟକ୍କର ଦେଇପାରେ । ଏଲନ ମସ୍କଙ୍କ ରୋବୋଟ୍‌ର ମୂଲ୍ୟ 20ହଜାରରୁ 25ହଜାର ଡଲାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.