ଓଡିଶା

odisha

ETV Bharat / state

ଅସହ୍ୟ ଖରାରେ ଜନଜୀବନ ଅସ୍ତବ୍ୟସ୍ତ, ବୌଦ୍ଧରେ ଦାଉ ସାଧୁଛି ଜଳକଷ୍ଟ - Heat Wave In boudh - HEAT WAVE IN BOUDH

HEAT WAVE IN BOUDH: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବୌଦ୍ଧରେ ଦେଖା ଦେଇଛି ଜଳ କଷ୍ଟ । ସେପଟେ ଜିଲ୍ଲାରେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

HEAT WAVE IN BOUDH
HEAT WAVE IN BOUDH (ETV Bharat Odisha)

By ETV Bharat Odisha Team

Published : May 30, 2024, 7:53 PM IST

ବୌଦ୍ଧ: ଆକାଶରୁ ହେଉଛି ଅଗ୍ନି ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳୁଛି ଚତୁଃର୍ଦ୍ଦିଗ । ଆଉ ଏଭଳି ସମୟରେ ପାନୀୟଜଳର ଉତ୍କଟ ସମସ୍ୟା ବୌଦ୍ଧର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଦୁଃଖକୁ ଅଧିକ ବଢ଼ାଇ ଦେଇଛି । ସେପଟେ ଜିଲ୍ଲାର ବିଭିନ୍ନ ସଡ଼କ ପଥର ଅଧିକାଂଶ ସ୍ଥାନରେ ବନୀକରଣ ଯୋଜନା ଫେଲ୍ ମାରିଥିବା ଯୋଗୁଁ ପଥଚାରୀ ମାନେ ଗଛ ଛାଇ ଟିକିଏ ପାଇପାରୁ ନାହାନ୍ତି । ଅନେକ ସ୍ଥାନରେ ସୋଲାର ଜଳଯୋଗାଣ, ଓଭରହେଡ ଜଳଯୋଗାଣ ସମ୍ପୂର୍ଣ୍ଣ ଫେଲ ମାରିଥିବା ଦେଖିବାକୁ ମିଳିଛି ।

HEAT WAVE IN BOUDH (ETV Bharat Odisha)

ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ବୌଦ୍ଧବାସୀ । ବୌଦ୍ଧ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଉପରେ ରହୁ ଥିବାବେଳେ ଗରମ ଗୁଳୁଗୁଳିରେ ଅସହ୍ୟ ହେଲେଣି ଜିଲ୍ଲାବାସୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଓଭରହେଡ ଜଳଯୋଗାଣ ଓ ସୋଲାର ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏହାସହ ଅନେକ ସ୍ଥାନରେ ଭୂତଳ ଜଳ ସ୍ତର ମଧ୍ୟ ହ୍ରାସ ଯୋଗୁଁ ନଳକୂପ ଅଚଳ ହୋଇ ପଡ଼ିଛି । ସେପଟେ ପଥପ୍ରାନ୍ତ ବନୀକରଣ ଅଧିକାଂଶ ସ୍ଥାନରେ ଫେଲ ମାରିଥିବା ଯୋଗୁଁ ପଥଚାରୀ ମାନେ ଗଛ ଛାଇ ଟିକିଏ ପାଇଁ ନାହିଁ ନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ବ୍ଲକ ଓ କଣ୍ଟାମାଳ ବ୍ଲକରେ ବୃହତ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉ ନଥିବାରୁ ଉପାନ୍ତ ଅଞ୍ଚଳର ଅଧିବାସୀଙ୍କ ପାଇଁ ଚୂଆ ପାଣି ନଚେତ ଅପରିଷ୍କାର ପାଣି ଏକମାତ୍ର ଭରସା ପାଲଟିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ଯୋଗୁଁ ରାସ୍ତା ଘାଟ ସବୁ ଦିନ ୧୦ଟା ବେଳକୁ ସମ୍ପୂର୍ଣ୍ଣ ଖାଲି ହୋଇ ପଡ଼ୁଛି । ତେବେ ଅତି ଜରୁରୀ କାମରେ ଘରୁ ଗୋଡ଼ କାଢୁ ଥିବା ଲୋକେ ରାସ୍ତା କଡରେ ଗଛ ଛାଇ ଟିକିଏ ପାଇପାରୁ ନାହାନ୍ତି । ପଥପ୍ରାନ୍ତ ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଉଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ରାସ୍ତା କଡରେ ଗଛଟିଏ ନାହିଁ ।

ଏହା ମଧ୍ୟ ପଢନ୍ତୁ....ବଲାଙ୍ଗୀରରେ ଉପର ମୁହାଁ ପାରଦ, ଚିନ୍ତା ବଢାଉଛି ଅଘୋଷିତ ବିଦ୍ୟୁତ୍‌ କାଟ - Balangir Temperature

ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲ୍ଲାର ସମସ୍ତ ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତର ସ୍ବତନ୍ତ୍ର କକ୍ଷ ପ୍ରସ୍ତୁତ ରଖାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details