ଓଡିଶା

odisha

ETV Bharat / state

ବୌଦ୍ଧର ଚନ୍ଦ୍ରଚୂଡ ଶୈବପୀଠରେ ହରିହର ଭେଟ ଉତ୍ସବ ପାଳନ - Dola Purnima - DOLA PURNIMA

Dola Purnima:ବୌଦ୍ଧ ଜିଲ୍ଲା ସଦରମହକୁମା ଠାରେ ପୂଜିତ ତିନୋଟି ପୀଠରେ ହରିଙ୍କ ସହିତ ମହାଦେବଙ୍କ ମହାମିଳନ ଦୋଳଯାତ୍ରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Dola Purnima
Dola Purnima

By ETV Bharat Odisha Team

Published : Mar 26, 2024, 8:07 AM IST

Updated : Mar 26, 2024, 9:40 AM IST

Dola Purnima

ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ବୌଦ୍ଧ ଜିଲ୍ଲାରେ ପାଳନ ହୋଇଛି ଦୋଳ ପୂର୍ଣ୍ଣିମା । ସୋମବାର ପବିତ୍ର ଫାଲଗୁନ ପୂର୍ଣ୍ଣିମା ଅବସରରେ ବୌଦ୍ଧର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ତଥା ଆନନ୍ଦ ଉଲ୍ଲାସର ସହିତ ଦୋଳ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ସଦରମହକୁମା ଠାରେ ପୂଜିତ ତିନୋଟି ପୀଠରେ ହରିଙ୍କ ସହିତ ଦେବ ଦେବ ମହାଦେବଙ୍କ ମହାମିଳନ ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାକୁ ହରିହର ଭେଟ ବୋଲି କୁହାଯାଏ ।

ମହାଦେବ ଓ ବିଷ୍ଣୁ ସ୍ବରୂପ ନୀଳମାଧବଙ୍କ ଅନନ୍ୟ ପୀଠ ବିଶ୍ବ ପ୍ରସିଦ୍ଧ ଗନ୍ଧରାଡ଼ିର ହରିହର ମନ୍ଦିର । ଗୋଟିଏ ମଣ୍ଡପ ଉପରେ ଉଭୟ ହରିହରଙ୍କ ସ୍ବତନ୍ତ୍ର ମନ୍ଦିର ହଜାର ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଆସିଛି । ଯାହାକୁ ନେଇ ଏହି ଅଞ୍ଚଳ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲାର ଏହି ଦୁଇ ପ୍ରାଚୀନ ଐତିହାସିକ ପୀଠ ହରିହର ଉପାସନାର ଜ୍ଵଳନ୍ତ ଉଦାହରଣ ।

ଏହା ମଧ୍ୟ ପଢନ୍ତୁ-କଟକରେ ରାଜ୍ୟର ପ୍ରଥମ ସୁନା ଦୋଳ ବିମାନ, ଜାଣନ୍ତୁ ୭୨ ସଂକୀର୍ତ୍ତନ ମଣ୍ଡଳୀ ପଛର ଇତିହାସ

ଏହା ମଧ୍ୟ ପଢନ୍ତୁ- ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର

ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିର, ପୋଡାପୋଡା ହରିଗୁଡି ମନ୍ଦିର ଓ ମଦନମୋହନ ମନ୍ଦିର ଠାରୁ ଏକତ୍ରିତ ଭାବରେ ତିନୋଟି ସ୍ବତନ୍ତ୍ର ବିମାନ ଯୋଗେ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ନଗର ପରିକ୍ରମା କରାଯାଇଥିଲା । ଏଥି ସହିତ ଦେବ ଦେବ ମହାଦେବଙ୍କ ନିକଟରେ ଭେଟ ଉତ୍ସବ ପାଳନ କରାଯାଇଥିଲା । ବୌଦ୍ଧର ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଚନ୍ଦ୍ରଚୂଡ ଶୈବପୀଠ ଠାରେ ତିନି ହରିଙ୍କ ବିମାନ ପହଞ୍ଚିବା ପରେ ସେଠାରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ଉଭୟ ହରିହରଙ୍କ ଭେଟ ଉତ୍ସବ ପାଳନ କରାଯାଇଥିଲା । ପରେ ନିକଟରେ ଥିବା ମହାନଦୀ ଆଳତୀ ଘାଟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଫଗୁ ଓ ଅବିର ପରସ୍ପର ମଧ୍ୟରେ ଲଗାଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଏନେଇ ଉତ୍ସବମୁଖର ରହିଛି ଗାଁଠୁ ସହର ।

ଇଟିଭି ଭାରତ, ବୌଦ୍ଧ

Last Updated : Mar 26, 2024, 9:40 AM IST

ABOUT THE AUTHOR

...view details