ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 3 hours ago

ETV Bharat / state

ଟ୍ରେଡିଂ ଆପ୍‌ରେ ଜାଲରେ ଡାକ୍ତର; ଲୁଟି ନେଲେ 87 ଲକ୍ଷ, ରାଜସ୍ଥାନରୁ ୨ ଠକଙ୍କୁ ଧରିଲା ଓଡ଼ିଶା ପୋଲିସ - Cyber ​​fraud in trading apps

Cyber ​​fraud in trading apps : 10 କୋଟି ପାଇବା ଆଶାରେ ଟ୍ରେଡିଂ ଆପ୍‌ରେ 87 ଲକ୍ଷ ଟଙ୍କା ଇନଭେଷ୍ଟ କରିଥିଲେ ଡାକ୍ତର । ଟଙ୍କା ଠକି ନେଲେ ସାଇବର ଅପରାଧି, ଥାନାରେ ଅଭିଯୋଗ ପରେ ରାଜସ୍ଥାନରୁ 2 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

CYBER ​​FRAUD IN TRADING APPS
CYBER ​​FRAUD IN TRADING APPS (ETV BHARAT ODISHA)

ଭୁବନେଶ୍ବର:ଟ୍ରେଡିଂ ଆପ୍‌ ମାଧ୍ୟମରେ ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ବରର ଜଣେ ଡାକ୍ତର । 10 କୋଟିର ରିଟର୍ଣ୍ଣ ପ୍ରଲୋଭନ ଦେଖାଇ ଡାକ୍ତରଙ୍କଠାରୁ ଟ୍ରେଡିଂ ଆପ ମାଧ୍ୟମରେ ଲୁଟି ନେଲେ 87 ଲକ୍ଷ ଟଙ୍କା । ଥାନାରେ ଅଭିଯୋଗ ପରେ ରାଜସ୍ଥାନରୁ 2 ସାଇବର ଠକଙ୍କୁ ଗରିଫ କରିଛି ଓଡ଼ିଶା ପୋଲିସ । ଉଭୟଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

  • ଟ୍ରେଡିଂ ଆପରେ 10 କୋଟିର ପ୍ରଲୋଭନ:

ଘଟଣା ସମ୍ପର୍କରେ ସାଇବର‌ କ୍ରାଇମ ଏସିପି ଅଞ୍ଜନା ଟୁଡୁ କହିଛନ୍ତି,'' ଗତ ଅଗଷ୍ଟ ମାସରେ ଆମ ପାଖରେ ଖଣ୍ଡଗିରିର ଜଣେ ଡାକ୍ତର ଟ୍ରେଡିଂ ଆପ୍‌ରେ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଟ୍ରେଡିଂରେ ଆଫ୍ଲିକେସନ ମାଧ୍ୟମରେ ଏହି ଠକେଇ ହୋଇଛି । ଏକ ଟ୍ରେଡିଂ ଆଫ୍ଲିକେସନରେ ଡାକ୍ତର ଜଣକ 87 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗ କରିଥିଲେ । ଏଥିରେ ତାଙ୍କୁ 10 କୋଟି 38 ଲକ୍ଷ 93 ହଜାର ଟଙ୍କା ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଯାଇଥିଲା । ''

  • ଏପରି ଟଙ୍କା ଠକେଇର ଶିକାର ହୋଇଥିଲେ ଡାକ୍ତର:

ସାଇବର‌ କ୍ରାଇମ ଏସିପି ଅଞ୍ଜନା ଆହୁରି ମଧ୍ୟ କହିଛନ୍ତି,‘‘ପ୍ରଥମେ ଡାକ୍ତରଙ୍କୁ ଏକ ହ୍ବାଟ୍ସଆପ ଗ୍ରୁପରେ ଆଡ କରାଯାଇଥଲା । ଯେଉଁଥିରେ ଟ୍ରେଡିଂ ଆପ୍ଲିକେସନରେ ଟଙ୍କା ବିନିଯୋଗ କଲେ କିପରି ଲାଭ ପାଇବେ ସେ ବିଷୟରେ ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହାପରେ ସେ ଅଭିଯୁକ୍ତଙ୍କ କଥା ହୋଇ HDFC Securities High Net Worth Investor Program ଟ୍ରେଡିଂ ଆପ୍ଲିକେସନରେ ଟଙ୍କା ବିନିଯୋଗ କରିଥିଲେ ଡାକ୍ତର । 87 ଲକ୍ଷକୁ ଊର୍ଦ୍ଧ୍ବ ଟଙ୍କା ଲଗାଇବା ପରେ ଯେତେବେଳେ ସେ ଲାଭ ଟଙ୍କା ଉଠାଇବାକୁ ଚାହିଁଲେ ସେତେବେଳେ ଅଭିଯୁକ୍ତ କହିଲେ ଆଉ 30 ଲକ୍ଷ ଦେଲେ ଟଙ୍କା ଉଠାଇପାରିବେ । ଏହାପରେ ଡାକ୍ତର ଜାଣିପାରିଲେ ଠକେଇର ଶିକାର ହୋଇଛନ୍ତି । ପରେ ପରେ ଥାନାରେ ଅଭିଯୋଗ କରିଥିଲେ ।

CYBER ​​FRAUD IN TRADING APPS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ ସାବଧାନ ! ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ - NEW TACTICS OF CYBERCRIMINALS

ଏହା ମଧ୍ୟ ପଢନ୍ତୁ-ଜମାରୁ ଦିଅନ୍ତୁନି OTP, ଚଳୁ ହୋଇଯିବ ଟଙ୍କା; ସତର୍କ କଲେ ସରକାର - OTP Scam for Financial fraud

  • ରାଜସ୍ଥାନରେ ନେଟଓ୍ବାର୍କ, ଓଡ଼ିଶାରୁ ଠକେଇ:

ଏହି ଘଟଣାରେ ତଦନ୍ତ କରି ରାଜସ୍ଥାନରୁ 2 ଠକଙ୍କୁ ଗରିଫ କରିଛି ପୋଲିସ । ରାଜସ୍ଥାନରେ ରହି ସେମାନେ ଓଡ଼ିଶା ଡାକ୍ତରଙ୍କଠାରୁ ଠକେଇ କରିଥିଲେ । ଗିରଫ ଠକ ଦୁଇଜଣ ହେଲେ ଛାତ୍ର । ଜଣେ ଚୁରୁ ଜିଲ୍ଲାର ରତନ ନଗରର ନବୀନ କୁମାର ଜାନକିର ଓ ଅନ୍ୟ ଜଣେ ରତ୍ନନଗରର ମୁକେଶ କୁମାର ଶିଲା ବୋଲି ପୋଲିସ ଚିହ୍ନଟ କରିଛି । ନବୀନ ‘ବିଏ’ ଗ୍ରାଜୁଏଟ ଥିବା ବେଳେ ମୁକେଶ ଜଣେ ଯୁକ୍ତ ଦୁଇ କଳାର ଛାତ୍ର । ଉଭୟ ମ୍ୟୁଲ ଆକାଉଣ୍ଟ ଖୋଲି ଏପରି ସାଇବର‌ ଠକେର ଆସୁଥିବା ଟଙ୍କାକୁ ବ୍ୟାଙ୍କରୁ ଉଠାଇ ନେଉଥିଲେ । ଭୁବନେଶ୍ୱର ସାଇବର‌ ଥାନା ତିନିଜଣିଆ ଟିମ୍ ରାଜସ୍ଥାନର ରତ୍ନନଗରରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଓଡ଼ିଶା ଆଣିବା ପରେ କୋର୍ଟ ଚାଲାଣ କରିଛି ।

CYBER ​​FRAUD IN TRADING APPS (ETV BHARAT ODISHA)
  • ଠକେଇ ଟଙ୍କା ପାଇଁ ମ୍ୟୁଲ ଆକାଉଣ୍ଟ ଖୋଲିଥିଲେ ଅଭିଯୁକ୍ତ:

ଅନଲାଇନରେ ଟଙ୍କା ଠକେଇ ପରେ ତୁରନ୍ତ ଠକେଇ ଟଙ୍କାକୁ କିଛି ମ୍ୟୁଲ ଆକାଉଣ୍ଟକୁ ପଠାଯାଏ । ଯାହାକୁ ଠକ ମାନେ ବିଭିନ୍ନ ଲୋକଙ୍କ ନାମରେ‌ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସେସବୁ ଟଙ୍କାକୁ ତୁରନ୍ତ ଆକାଉଣ୍ଟରୁ କାଢି ନିଅନ୍ତି। ଏଭଳି ଢଙ୍ଗରେ ଏହି ଦୁଇ ଅଭିଯୁକ୍ତ ଟ୍ରେଡିଂ ଆପରେ ଠକେଇ ପରେ ଏହି ଦୁଇ ଠକ ବ୍ୟାଙ୍କରୁ ଟଙ୍କା କାଢ଼ିବା କାମ କରୁଥିଲେ।ଏପରିକି ଆକାଉଣ୍ଟ ଖୋଲି ସେହି ଠାରେ ସେହି ଆକାଉଣ୍ଟରେ ଏଭଳି ଠକେଇ ଟଙ୍କା କାରବାର କରୁଥିଲେ।


87 ଲକ୍ଷରୁ ମିଳିଲା ମାତ୍ର 5ଲକ୍ଷ :

ଅଭିଯୁକ୍ତଙ୍କୁ ଗିରଫ ପରେ ପୋଲିସ ସେମାନଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି । ଯେଉଁଥିରେ 5ଲକ୍ଷ ଟଙ୍କା ଥିବା ପୋଲିସ କହିଛି । କୋର୍ଟଙ୍କୁ ଅନୁମତି ପରେ ନିଜ ଟଙ୍କା ନେଇପାରିବେ ଅଭିଯୋଗକାରୀ । ତେବେ ଠକେଇର ଶିକାର‌ ବ୍ୟକ୍ତି 87 ଲକ୍ଷ ଠକେଇ ହୋଇଥିବା ବେଳେ କେବଳ 5ଲକ୍ଷ 77ହଜାର ଟଙ୍କା ଏପର୍ଯ୍ୟନ୍ତ ଠାବ ହୋଇପାରିଛି । ଏଥିସହ ପୋଲିସ ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଠାବ କରିଛି । ଏହି ଘଟଣା ପଛରେ ସାଇବର‌ ଠକ ଧରାପଡ଼ି ନାହାନ୍ତି ।

ଠକେଇରୁ ବର୍ତ୍ତିବାକୁ ସାଧାରଣ ଜନତାଙ୍କୁ ସତର୍କ କଲା ପୋଲିସ

କୌଣସି ହ୍ବାଟ୍ସଆପ ବା ଟେଲିଗ୍ରାମ ଗ୍ରୁପରେ କେହି ଯଦି ଇନଭେଷ୍ଟମେଣ୍ଟ ଲୋଭ ଦେଉଛନ୍ତି ତେହେ ରାଜି ହୁଅନ୍ତୁ ନାହିଁ । କୌଣସି ଲୋକଙ୍କୁ ସାମାନ୍ୟ ଟଙ୍କା ପାଇଁ ଆକାଉଣ୍ଟ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ନିଜ ଆକାଉଣ୍ଟର ଏଟିଏମରୁ ତଥ୍ୟ ବା ପିନ୍ ବା ମୋବାଇଲ ନମ୍ବରକୁ ଆସୁଥିବା ଓଟିପି ସେୟାର କରନ୍ତୁ ନାହିଁ । କେହି ପ୍ରଥମ ଥରରେ ନିବେଶ ପାଇଁ କହୁଥିଲେ ରାଜି ହୁଅନ୍ତୁ ନାହିଁ ବା ଏପରି ଅନଲାଇନ ଇନଭେଷ୍ଟମେଣ୍ଟ ପ୍ରତି ସତର୍କ ରୁହନ୍ତୁ, ନଚେତ ସାଇବର ଠକେଇର ଶିକାର ହେବେ ।

ଠକାମିର ଶିକାର ହେଲେ 1930 ରେ ସାଇବର ହେଲ୍ପ ଲାଇନରେ କଲ କରି ତୁରନ୍ତ ଜଣାନ୍ତୁ । ଅଜଣା ଅଚିହ୍ନା ସାଇବର ଠକାମି ବା ଠକଙ୍କ କିଛି ସେଭଳି ମେସେଜ ବା ଠକାମି କଲ ଆସିଲେ ତୁରନ୍ତୁ ସେ ସବୁ ନମ୍ବରକୁ https://cybercrime.gov.in/, https://sancharsaathi.gov.in ରେ ଅପଡେଟ କରାନ୍ତୁ, ଯାଦ୍ବାରା ସାଇବର‌ ଠକ ଚିହ୍ନଟ ହୋଇପାରିବେ । ଏପରି କୌଣସି ଅଘଟଣର ଶିକାର ହୋଇଥିବା ଜଣାପଡିଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ କହିଛନ୍ତି ସାଇବର‌ କ୍ରାଇମ ଏସିପି ଅଞ୍ଜନା ।


ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details