ଓଡିଶା

odisha

ETV Bharat / state

ନିୟମକୁ ବେଖାତିର କରି ଚାଲିଛି ବାଣ ବିକ୍ରି: ବଜାରରେ ଖଚାଖଚ ଭିଡ, ଅଘଟଣ ଘଟିଲେ ଦାୟୀ କିଏ ? - DIWALI

ବରଗଡ ବାଣ ବଜାରରେ ବଣ ବିକ୍ରିର ଗାଇଡଲାଇନକୁ ଅଣଦେଖା । ଲାଗି ଲାଗି ହୋଇ ରହିଛି ଦୋକାନ । ଅଗ୍ନିଶମ ଅଧିକାରୀ ଆଖିବୁଜି ଦେଇ ଅନୁମତି ଦେଇଥିବା ଅଭିଯୋଗ ।

VIOLATIONS IN SALE OF FIRECRACKERS
VIOLATIONS IN SALE OF FIRECRACKERS (ETV BHARAT ODISHA)

By ETV Bharat Odisha Team

Published : Oct 31, 2024, 2:33 PM IST

ବରଗଡ: ଦୀପାବଳିକୁ ନେଇ ଉତ୍ସବମୁଖର ଗାଁଠୁ ସହର । ବାଣ ବଜାରରେ ଲୋକଙ୍କ ଖଚାଖଚ ଭିଡ । କିନ୍ତୁ ବରଗଡରେ ବାଣ ବିକ୍ରି ସମୟରେ ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗ ଦ୍ୱାରା ବାଣ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ଜୀରା ନଦୀକୂଳରେ ଷ୍ଟଲ ଖୋଲିଛି । କିନ୍ତୁ ଏଠାରେ ବିସ୍ଫୋରକ ଅଧିନିୟମ-2008 (ରୁଲ-84) ଅନୁସାରେ ଥିବା ନିୟମକୁ ଉଲ୍ଲଂଘନ କରାଯାଇଛି । ଯାହା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ବାଣ ବଜାରରେ ବାଣ ବିକ୍ରିର ନିୟମକୁ ଫୁ କରି ଉଡାଣ ଦେଇଛନ୍ତି ଦୋକାନୀ ।

  • ଗୋଟିଏ କ୍ଲଷ୍ଟରରେ ଆବଶ୍ୟକଠାରୁ ଅଧିକ ଷ୍ଟଲ:

ନିୟମ ଅନୁସାରେ, ଗୋଟିଏ କ୍ଲଷ୍ଟରରେ ସର୍ବାଧିକ 50 ଷ୍ଟଲ ରହିବା ଆବଶ୍ୟକ । କିନ୍ତୁ ଏଠାରେ 60 ରୁ ଅଧିକ ଷ୍ଟଲ ଲଗାଯାଇଛି । ଯାହା ମାର୍କେଟରେ ଅଯଥା ଭିଡ଼ ବଢାଇବା ସହ ବିପଦକୁ ବଢ଼ାଇପାରେ। ଏହାର କୌଣସି ବ୍ୟବସ୍ଥା କରାନଯାଇ ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ୱାରା ଜାଣିଶୁଣି ଭୁଲ ଷ୍ଟଲ ପ୍ଳାନିଙ୍ଗ ପ୍ରଦାନ କରିବା ନିଶ୍ଚିତ ଭାବେ ବେଆଇନ ଅଟେ । ଗାଇଡଲାଇନକୁ ଅଣଦେଖା କରାଯାଉଥିବା ବେଳେ ପ୍ରଶାସନ ଚୁପ ବସିଛି l ଏନେଇ ବରଗଡ଼ ଅଗ୍ନିଶମ ଅଧିକାରୀଙ୍କୁ ତାଙ୍କ ପ୍ରତିକ୍ରିୟା ରଖିବାକୁ ଯୋଗାଯୋଗ କରିବାରୁ ସେ ନିଜର ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ । ତେବେ ବାଣ ଦୋକାନରେ ଯଦି କୌଣସି ଅଘଟଣ ଘଟେ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠିଛି ।

VIOLATIONS IN SALE OF FIRECRACKERS (ETV BHARAT ODISHA)
  • ଷ୍ଟଲ ମଧ୍ୟରେ ଦୂରତା ନାହିଁ:

ବାଣ ବିକ୍ରି ପାଇଁ ଗୋଟେ ଷ୍ଟଲରୁ ଅନ୍ୟ ଷ୍ଟଲ ମଧ୍ୟରେ ନିୟମ ଅନୁଯାୟୀ ଅତିକମରେ 3 ମିଟର ଦୂରତା ରହିବା ଆବଶ୍ୟକ । କିନ୍ତୁ ଜୀରା ନଦୀ କୂଳରେ କରାଯାଇଥିବା ବାଣ ମାର୍କେଟରେ ସମସ୍ତ ଷ୍ଟଲ ଗୁଡ଼ିକ ଲାଗିକି ରହିଛି । ବ୍ୟାପକ ସ୍ଥାନ ଥାଇ ମଧ୍ୟ ଏହି ଧରଣର ବ୍ୟବସ୍ଥା ଅଗ୍ନିକାଣ୍ଡ ସୃଷ୍ଟି କରିବାକୁ ଆମନ୍ତ୍ରଣ କରାଯାଇଛି । କିପରି ଭାବେ ଏପରି ବ୍ୟବସ୍ଥାକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ସ୍ୱୀକୃତି ଦେଲେ ସେନେଇ ପ୍ରଶ୍ନ ଉଠିଛି ।

VIOLATIONS IN SALE OF FIRECRACKERS (ETV BHARAT ODISHA)
  • ଅଘଟଣ ଆଶଙ୍କା ବଢ଼ାଇବାର ବସ୍ତୁ ବ୍ୟବହାର:

ଅଘଟଣ ଆଶଙ୍କା ବଢ଼ାଇବାର ବସ୍ତୁ ବ୍ୟବହାର କରାଯାଉଛି । ନିୟମ ରହିଛି ବାଣ ଦୋକାନରେ, ଜ୍ୱଳନଶୀଳ ପଦାର୍ଥ ଆଦୌ ବ୍ୟବହାର କରିପାରିବେ ନାହିଁ । ଅଜ୍ବଳନଶୀଳ ପଦାର୍ଥରେ ଷ୍ଟଲ ନିର୍ମାଣ କରିବାର ନିୟମ ରହିଛି, ଯେପରି ଅଘଟଣରୁ ରକ୍ଷା ମିଳିପାରିବ । କିନ୍ତୁ ବରଗଡ଼ ଜୀରା ନଦୀରେ ଆସ୍ଥାୟୀ ଭାବେ ନିର୍ମିତ ସମସ୍ତ ଷ୍ଟଲ କପଡ଼ାରେ ନିର୍ମିତ ଓ କପଡ଼ାର ସିଲିଙ୍ଗ ଉପରେ ଇଲେକ୍ଟ୍ରିକ ୱେରିଂ ଆଦି ହୋଇଛି । ଯାହା ଛୋଟିଆ ସଟ ସର୍କିଟରେ ନିଆଁ ଲାଗିଲେ ଅତିଶୀଘ୍ର ପୂରା ମାର୍କେଟକୁ ବ୍ୟାପିଯିବାର ସମ୍ଭାବନା ରହିଛି । ଏହି ବାଣ ମାର୍କେଟ ସମ୍ପୂର୍ଣ୍ଣ ବେନିୟମ ଓ ବେଆଇନ ବ୍ୟବସ୍ଥାରେ ତିଆରି କରାଯାଇଛି । ଅଗ୍ନିଶମ ଅଧିକାରୀ ଆଖିବୁଜି ଦେଇ ଅନୁମତି ଦେଇଥିବା ଅଭିଯୋଗ ହୋଇଛି ।

VIOLATIONS IN SALE OF FIRECRACKERS (ETV BHARAT ODISHA)

ପୂର୍ବ ବର୍ଷମାନଙ୍କରେ ମଧ୍ୟ ଏପରି ବିନା ଗାଇଡଲାଇନରେ ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ବିପଦ ଜନକ ପରିସ୍ଥିତି ମଧ୍ୟରେ ଅନେକ ଜୀବନକୁ ବିପଦରେ ପକାଇ ବାଣ ମାର୍କେଟ ତିଆରି କରାଯାଇଥିଲା । ଯାହାକୁ ବିରୋଧ କରାଯାଇଥିଲେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନଥିଲା । ଚଳିତ ବର୍ଷ ମଧ୍ୟ ସେହି ପରିସ୍ଥିତି ଓ ବିପଦକୁ ପୁଣି ନିମନ୍ତ୍ରଣ କରାଯାଇଛି l ଯଦି ପ୍ରଶାସନ ନିଜେ ଗାଇଡଲାଇନକୁ ଅନୁସରଣ ନକରେ ତେବେ ଲୋକେ କିପରି ସୁରକ୍ଷିତ ରହିବେ ? ବରଗଡ଼ର କିଛି ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନର ଏପରି ଅବହେଳାକୁ ନିନ୍ଦା କରିବା ଶହ ଜନହିତ ଉଦେଶ୍ୟରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l

VIOLATIONS IN SALE OF FIRECRACKERS (ETV BHARAT ODISHA)

ଅଗ୍ନି ନିର୍ବାପଣ ଏବଂ ସୁରକ୍ଷା ଆଇନ 2006: ଏହି ଆଇନ ଅନୁଯାୟୀ ଯଦି ଅଗ୍ନି ନିର୍ବାପଣ ବିଭାଗ କୌଣସି ଦାୟିତ୍ୱ ଅବହେଳା କରେ, ତେବେ ଦଣ୍ଡ ଦିଆଯାଇପାରେ। ଆପଦକାଳୀନ ପରିସ୍ଥିତି ନିୟନ୍ତ୍ରଣ ଓ ମ୍ୟାନେଜମେଣ୍ଟ ଆଇନ, 2005 ଆପଦ ସମ୍ବନ୍ଧୀୟ ଆରୋପ ହେଉଥିବା ଅବହେଳାକୁ ଏହି ଆଇନ ଅନୁସାରେ ଗମ୍ଭୀରତାର ସହ ନିଆଯାଏ । କୌଣସି ଗାଇଡଲାଇନ ଉଲ୍ଲଂଘନ କଲେ, ସମ୍ପତ୍ତି ଜବତ କରିବା, ଅର୍ଥଦଣ୍ଡ ବା ଜେଲ୍ ଦଣ୍ଡ ଦିଆଯାଇପାରେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details