ଓଡିଶା

odisha

ETV Bharat / state

ଦୀପାବଳିରେ କିପରି ରହିଛି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ? କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସମୀକ୍ଷା - SECURITY ARRANGEMENTS FOR DIWALI

ଦୀପାବଳି ପାଇଁ ଶ୍ରୀମନ୍ଦିରକୁ ଆସିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସିଂହଦ୍ଵାର ସମ୍ମୁଖରେ ଡାକିବେ ବଡ ବଡ଼ିଆ । ସେପଟେ ଆଜି ସୁରକ୍ଷା ବ୍ୟବସ୍ଥା ଯଞ୍ଚ କରିଛନ୍ତି ଡିଆଇଜି ଚରଣ ସିଂହ ମୀନା ।

SECURITY ARRANGEMENTS FOR DIWALI
SECURITY ARRANGEMENTS FOR DIWALI (ETV Bharat Odisha)

By ETV Bharat Odisha Team

Published : Oct 30, 2024, 9:20 PM IST

Updated : Oct 30, 2024, 9:32 PM IST

ପୁରୀ:ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆଗମନ ହେବ । ଆସନ୍ତା ୧ ତାରିଖରେ (ଶୁକ୍ରବାର) ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବଡ ବଡ଼ିଆ ଡାକିବେ ଶ୍ରଦ୍ଧାଳୁ । ଏଥିସହିତ ନିଜ ପିତୃ ପୁରୁଷଙ୍କୁ ପୟାଶ୍ରାଦ୍ଧ ଦେବେ । ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ସେପଟେ ଆଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମୀନା ।

SECURITY ARRANGEMENTS FOR DIWALI (ETV Bharat Odisha)

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି:

ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀମନ୍ଦିର ଭିତର ଏବଂ ଚାରିପାର୍ଶ୍ବ ବୁଲି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି । ଶ୍ରୀମନ୍ଦିରକୁ ସଧାରଣ ଦିବସରେ କେତେ ଶ୍ରଦ୍ଧାଳୁ ଆସୁଛନ୍ତି । ସିଂହଦ୍ଵାର ଓ ପଶ୍ଚିମ ଦ୍ବାର ଦେଇ କେଉଁଭଳି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ପ୍ରବେଶ ଓ ପ୍ରସ୍ଥାନ କରିବା କିମ୍ବା ଦର୍ଶନ ସମୟରେ କୌଣସି ସମସ୍ୟା ହେଉଛି କି ନାହିଁ ? ଏସବୁର ସ୍ଥିତି ଅନୁଧ୍ୟାନ କରିଥିଲେ ଡିଆଇଜି । ଦୀପାବଳିରେ ପୋଲିସ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ଏସପିଙ୍କ ସହ ଆଲୋଚନା କରିଥିଲେ ।

SECURITY ARRANGEMENTS FOR DIWALI (ETV Bharat Odisha)

ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା :

ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ଦୀପାବଳି ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେଇଛି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ବଡ ବଡୁଆ ଡାକିବା ପରମ୍ପରା ପାଇଁ କାଉଁରିଆ କାଠି ଜାଳିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାକୁ ଶୃଙ୍ଖଳିତ କରିବା ପାଇଁ 6 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ଦୀପାବଳି, ପୟାଶ୍ରାଦ୍ଧ ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି । ଏମାର ମଠ ଉଚ୍ଛେଦ ପରେ ଯେଉଁ ଖାଲି ସ୍ଥାନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ରହିଛି, ସେଠାରେ ପୟାଶ୍ରାଦ୍ଧ କରିବା ପାଇଁ ଓ କାଉଁରିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଛି ।"

SECURITY ARRANGEMENTS FOR DIWALI (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ

ଏହା ମଧ୍ୟ ପଢନ୍ତୁ ...ଦୀପାବଳି/କାଳିପୂଜା ଦ୍ୱନ୍ଦ୍ୱ: ୩୧ ନା ୧? କେଉଁ ଦିନ ପାଳିବା ଉଚିତ, ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ ...ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସଂଧ୍ୟା ୫ରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ

SECURITY ARRANGEMENTS FOR DIWALI (ETV Bharat Odisha)

ରାତି 10ଟା ପରେ ବାଣ ଫୁଟାଇବା ମନା:

ସେ ଆହୁରିି ମଧ୍ୟ କହିଛନ୍ତି," ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ । କେବଳ ଲାଇସେନ୍ସ ନେଇଥିବା ଦୋକାନୀଙ୍କୁ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ । ପୁରୀ ସହର ପାଇଁ ତାଳବଣିଆ ପଡିଆରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ସେଠାରେ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରାଯାଇଛି । ତେବେ ଆମେ ଅନୁରୋଧ କରୁଛୁ ଲୋକମାନେ ପରିବେଶ ପ୍ରଦୂଷଣ କମ କରୁଥିବା ସବୁଜ ବାଣ କିଣି ଫୁଟାନ୍ତୁ । ରାତି 10ଟା ପରେ ବାଣ ଫୁଟାଇବା ଅନୁମତି ଦିଆଯିବ ନାହିଁ । ପୁରୀ ଜିଲ୍ଲାବାସୀ ସୁରକ୍ଷିତ ଭାବେ ଆନନ୍ଦ ଉଲ୍ଲାସରେ ବାଣ ଫୁଟାଇ ଦୀପାବଳିକୁ ଉପଭୋଗ କରନ୍ତୁ । ତେବେ ସରକାରଙ୍କ ଅନୁମତି ନଥିବା ବେଆଇନ ବାଣ ବିକ୍ରି ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ଗତ 5 ଦିନ ଭିତରେ 12 ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି ।"

ଇଟିଭି ଭାରତ, ପୁରୀ

Last Updated : Oct 30, 2024, 9:32 PM IST

ABOUT THE AUTHOR

...view details