ଓଡିଶା

odisha

ETV Bharat / state

ରାତି ପାହିଲେ ନିର୍ବାଚନ, ପ୍ରସ୍ତୁତ କଳାହାଣ୍ଡି ଜିଲ୍ଲା ପ୍ରଶାସନ - FIRST PHASE VOTING Preparation - FIRST PHASE VOTING PREPARATION

First Phase Voting: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟୟ ମତଦାନ । ଯାହା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

First Phase Voting
First Phase Voting (ETV Bharat Odisha)

By ETV Bharat Odisha Team

Published : May 12, 2024, 5:24 PM IST

Updated : May 12, 2024, 5:34 PM IST

First Phase Voting (ETV Bharat Odisha)

ଭବାନୀପାଟଣା: ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ଆଉ ରାତି ପାହିଲେ ଦେଶର ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଯାହା ପାଇଁ ମତଦାନ ହେବାକୁ ଥିବା ଅଞ୍ଚଳର ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପଟେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ସେପଟେ ମତଦାନକୁ ସଠିକ ପରିଚାଳନା କରାଇବା ପାଇଁ ନିର୍ବାଚନ ସମ୍ପର୍କିତ ସମସ୍ତ ଉପକରଣ ମଧ୍ୟ ପୋଲିଂ ବୁଥକୁ ପଠାଇ ଦିଆଯାଇଛି ।

ସୁରକ୍ଷା ବ୍ୟବସ୍ଥା ଏବଂ ସୁରୁଖୁରୁରେ ମତଦାନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି । ପୋଲିଂ ବୁଥ ଗୁଡିକୁ ଆଜି ଠାରୁ ପୋଲିଂ ଅଫିସିଆଲ ଏବଂ ସୁରକ୍ଷା ଅଧିକାରୀ ପହଞ୍ଚି ଯାଇଛନ୍ତି । ଆଉ ଯେଉଁ ବୁଥରେ ପୋଲିଂ ଅଫିସିଆଲ ପହଞ୍ଚି ନାହାନ୍ତି ସେଠାରେ ସନ୍ଧ୍ୟା ସୁଦ୍ଧା ସମସ୍ତେ ପହଞ୍ଚି ଯିବେ ବୋଲି ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ୨୯୬ଟି ବୁଥ କରାଯାଇଥିବା ବେଳେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ୨୬୯ଟି ବୁଥ, ନର୍ଲା ପାଇଁ ୨୭୯ଟି ବୁଥ, ଜୁନାଗଡ଼ ପାଇଁ ୨୭୫ଟି ବୁଥ ଏବଂ ଧର୍ମଗଡ ପାଇଁ ୨୯୩ଟି ବୁଥର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ଶେଷ ପର୍ଯ୍ୟାୟରେ ଚୂଡ଼ାନ୍ତ ପ୍ରସ୍ତୁତି - Preparation For First Phase Voting

ଏହିଭଳି କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୧୪୧୨ଟି ବୁଥ ରହିଛି । ସେଥି ମଧ୍ୟରୁ ୧୪୦ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ସେପଟେ ମାଓ ଅଧ୍ୟୁଷିତ ଅଞ୍ଚଳ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଥିବା ସୂଚନା ମିଳିଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୨,୦୧,୫୦୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଲାଞ୍ଜିଗଡରେ ୨ ଲକ୍ଷ ୨୯ ହଜାର ୭୭୪ ଜଣ ଭୋଟର ଭବାନୀପାଟଣାରେ ୨ ଲକ୍ଷ ୩୩ ହଜାର ୬୯୮ ଜଣ ଭୋଟର, ନର୍ଲାରେ ୨ ଲକ୍ଷ ୩୧ ହଜାର ୪୭୫ ଜଣ ଭୋଟର, ଜୁନାଗଡ଼ରେ ୨ ଲକ୍ଷ ୪୫ ହଜାର ୭୪୧ ଜଣ ଭୋଟର ଏବଂ ଧର୍ମଗଡରେ ୨ ଲକ୍ଷ ୬୦ ହଜାର ୮୧୪ ଭୋଟର ଭୋଟ ଦେବାକୁ ଯାଉଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : May 12, 2024, 5:34 PM IST

ABOUT THE AUTHOR

...view details