ଓଡିଶା

odisha

କୁକୁଡା ଫାର୍ମ ପାଇଁ ଭାଇକୁ ଗୁଳି ମାରିଲା ଭାଇ, ନଦୀଙ୍କୁ ଫିଙ୍ଗିଲା ମୃତଦେହ - Brother Killed Brother

By ETV Bharat Odisha Team

Published : Aug 27, 2024, 4:30 PM IST

Dispute Over Chicken Farm Led To Murder: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ଝଗଡ଼ା । ଝଗଡ଼ା ସମାଧାନ କରିବାକୁ ଡ଼ାକି ଭାଇକୁ ହତ୍ୟା କଲା ଭାଇ । ଅଧିକ ପଢ଼ନ୍ତୁ

Dispute Over Chicken Farm Led To Murder
Dispute Over Chicken Farm Led To Murder (ETV Bharat Odisha)

ଝାରସୁଗୁଡ଼ା: ବ୍ୟବସାୟରୁ ଶତ୍ରୁତା । ଶତ୍ରୁତାରୁ ବଚସା । ଆଉ ବଚସା ନେଲା ଉଗ୍ରରୂପ । ଭାଇକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ମୃତଦେହକୁ ନେଇ ନଦୀରେ ଫିଙ୍ଗିଦେଲା ଅଭିଯୁକ୍ତ ଭାଇ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ ।

Dispute Over Chicken Farm Led To Murder (ETV Bharat Odisha)

ବ୍ୟବସାୟରୁ ଶତ୍ରୁତା:

ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ବେହେରାପାଟ ଅଞ୍ଚଳରେ ୨ ସମ୍ପର୍କୀୟ ଭାଇ ଇମ୍ରାନ ଖାଁ (ଲଡନ) ଓ ଶାହଜାହାନ ଖାଁ କୁକୁଡା ଫାର୍ମ କରି ବ୍ୟବସାୟ କରୁଥିଲେ । ବ୍ୟବସାୟକୁ ନେଇ ପୂର୍ବରୁ ୨ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେପଟେ ଝଗଡ଼ାର ସମାଧାନ ପାଇଁ ଗତକାଲି (ମୋସବାର) ରାତିରେ ଶାହଜାହାନଙ୍କୁ ଘରକୁ ଡ଼ାକି ଥିଲା ଇମ୍ରାନ । ସେଠାରେ ଝଗଡ଼ା ସମାଧାନ ହେବା ପରିବର୍ତ୍ତେ ଦୁହିଁଙ୍କ ମଧ୍ଯରେ ପୁଣି ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଇମ୍ରାନ, ଶାହଜାହାନ ଉପରକୁ ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ଶାହଜାହାନର ମୃତ୍ୟୁ ଘଟିଥିଲା ।

ହତ୍ୟା ପରେ ଫିଙ୍ଗିଦେଲେ ମୃତଦେହ:

ତେବେ ଶାହଜାହାନକୁ ଗୁଳି କରି ହତ୍ୟା କରିବା ପରେ ଇମ୍ରାନ ମୃତଦେହକୁ ନେଇ ନଦୀରେ ଫୋପାଡ଼ି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ସ୍ବତନ୍ତ ସ୍କ୍ବାଡ୍, ସାଇଣ୍ଟିଫିକ ଟିମ ଓ ପୋଲିସ ପହଞ୍ଚି ଅଧିକ ଛାନଭିନ ଚଳାଇଛନ୍ତି । ସେପଟେ ଏଯାଏ ମୃତଦେହ କି ଗୁଳିକାଣ୍ଡରେ ବ୍ୟବହାର କରାଯାଇଥିବା ବନ୍ଧୁକ ମିଳିନାହିଁ ।

ଝଗଡ଼ା ଥମିବା ବଦଳରେ ହତ୍ୟା:

ଏନେଇ ମୃତକଙ୍କ ସମ୍ପର୍କୀୟ ଭାଇ ମହମ୍ମଦ ଅଫତାବ ଖାଁକହିଛନ୍ତି, "ଉଭୟ ଇମ୍ରାନ ଓ ଶାହଜାହାନ ମୋର ସମ୍ପର୍କୀୟ । କିଛି ମାସ ଧରି ଉଭୟଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ମତାନ୍ତର ହୋଇଥିଲା । ଏହା ଉପରେ ବିରାମ୍ ଲଗାଇବା ପାଇଁ ଆପୋଷ ବୁଝାମଣା ପାଇଁ ଶାହାଜାହାନ, ଇମ୍ରାନ ପାଖକୁ ଯାଇଥିଲା । କିନ୍ତୁ ସମାଧାନ ହୋଇପାରିଲା ନାହିଁ । ସେଠାରେ ଇମ୍ରାନ, ଶାହଜାହାନକୁ ଗୁଳି କରିଛି ।"


ପୋଲିସର ତଦନ୍ତ ଜାରି:

ସେପଟେ ଝାରସୁଗୁଡା ଏସପି ସ୍ମିତ ପରମାରକହିଛନ୍ତି, "କିଛି ଦିନ ଧରି ଉଭୟଙ୍କ ମଧ୍ୟରେ କୁକୁଡ଼ା ବ୍ୟବସାୟ ଉପରେ ଦରଦାମକୁ ନେଇ ମତାନ୍ତର ଲାଗି ରହିଥିଲା । ଯାହାର ପରିଣାମ ଏହି ହତ୍ୟାକାଣ୍ଡ ରୂପେ ନଜର ଆସିଛି । ଯିଏ ଗୁଳି କରିଥିଲା ସେ ଥାନାରେ ଆସି ଆତ୍ମସମର୍ପଣ କରିଛି । ଏହି ହତ୍ୟାକାଣ୍ଡ ପଛରେ ଆଉ ଜଣେ ସହଯୋଗୀ ରହିଛି । ମୃତଦେହକୁ ନେଇ ସେମାନେ ଫିଙ୍ଗି ଦେଇଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ପୋଲିସ ଟିମ୍‌ ମୃତଦେହ ସହ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକକୁ ଖୋଜୁଛି ।"


ଏହା ମଧ୍ୟ ପଢ଼ନ୍ତୁ...ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ଲାଗିଲା ଧାରା ୧୬୩ - Youth Killed In Group Attack

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details