ଝାରସୁଗୁଡ଼ା:ପୂରଣ ହେଲା ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ।ଆଜି ଠାରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହୋଇଛି । ସେପଟେ ଆସନ୍ତାକାଲି ରାୟପୁରକୁ ମଧ୍ୟ ଉଡ଼ିବ ଷ୍ଟାର୍ ଏୟାର ବିମାନ । ଉଡ଼ାନ ଯୋଜନାରେ ସପ୍ତାହକୁ ୩ ଦିନ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ । ଆଜି ଏହାର ଶୁଭାରମ୍ଭ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।
ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ବିମାନ ସେବା:
ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୪ଟା ୩୫ ମିନିଟ୍ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଓ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍ରେ ଅବତରଣ କରିବ । ଏହି ୩ ଦିନ ହିଁ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍ରେ ଏଠାରେ ଅବତରଣ କରିବ ।
ଝାରସୁଗୁଡ଼ାରୁ ରାୟପୁରକୁ ବିମାନ ସେବା:
ସେହିପରି ସପ୍ତାହକୁ ୪ ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୬ଟା ୩୫ ମିନିଟ୍ରେ ଝାରସୁଗୁଡ଼ାରୁ ରାୟପୁର ଅଭିମୁଖେ ବିମାନ ଉଡ଼ାଣ ଭରିବ । ସେଠାରେ ସନ୍ଧ୍ୟା ୭ଟା ୨୫ ମିନିଟ୍ରେ ଅବତରଣ କରିବ । ସେଠାରୁ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟ୍ରେ ଉଡ଼ାଣ ଭରି ଝାରସୁଗୁଡ଼ାରେ ରାତି ୮ଟା ୪୫ ମିନିଟ୍ରେ ଅବତରଣ । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ । ସେପଟେ ଆସନ୍ତା ମାର୍ଚ୍ଚ ପ୍ରଥମରୁ ଇଣ୍ଡିଗୋ ବିମାନ ଝାରସୁଗୁଡାରୁ ମୁମ୍ବାଇକୁ ସେବା ପ୍ରଦାନ କରିବା ନେଇ ସୂଚନା ମିଳିଛି ।
'ଝାରସୁଗୁଡ଼ାରୁ ମୁମ୍ବାଇକୁ ଆରମ୍ଭ ହେବ ବିମାନ ସେବା':