ଓଡିଶା

odisha

ETV Bharat / state

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର, ଆକାଉଣ୍ଟରୁ 14 ଲକ୍ଷ ଲୁଟ୍ - DIGITAL ARREST FRAUD CASE

ସାଇବର ଠକେଇ ଶିକାର ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ ନାମରେ ଦୁବୃର୍ତ୍ତ ଠକି ନେଲେ ୧୪ ଲକ୍ଷ ଟଙ୍କା ।

Berhampur University
Berhampur University (ETV Bharat Odisha)

By ETV Bharat Odisha Team

Published : Feb 25, 2025, 7:25 PM IST

Updated : Feb 25, 2025, 8:34 PM IST

ବ୍ରହ୍ମପୁର: ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା । ଜଣେ ଦୁବୃର୍ତ୍ତ କୁଳପତିଙ୍କୁ ଗତ ଚାରି ଦିନ ହେଲା ଫୋନ କରି ଡିଜିଟାଲ ଆରେଷ୍ଟରେ ଫସାଇଥିଲା । ଦୁବୃର୍ତ୍ତ ଜଣକ ନିଜକୁ ଇଡି ଅଫିସର ବୋଲି କୁଳପତିଙ୍କୁ ପରିଚୟ ଦେଇଥିଲେ । ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ୍ ରହିଥିବା ନେଇ କୁଳପତିଙ୍କୁ କହିଥିଲେ ଦୁବୃର୍ତ୍ତ । ଏଭଳି ତଥ୍ୟ ଦୁବୃର୍ତ୍ତ ଦେବା ପରେ ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି କୁଳପତିଙ୍କୁ କୁହାଯାଇଥିଲା ।

Digital Arrest Fraud Case (ETV Bharat Odisha)

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର । ଭିସି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକେଇ । ଡିଜିଟାଲ୍ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ । ଇଡି ଅଫିସର କହି ଡିଜିଟାଲ ଆରେଷ୍ଟ କରାଯାଇଥିବା ଭିସିଙ୍କୁ କହିଥିଲେ । ଡିଜିଟାଲ ଆରେଷ୍ଟ ଭୟରେ କୁଳପତି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର

  • ଭିସି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକେଇ
  • ଡିଜିଟାଲ୍ ଆରେଷ୍ଟରେ ୧୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
  • ଇଡି ଅଫିସର କହି ଡିଜିଟାଲ ଆରେଷ୍ଟ କରାଯାଇଥିବା ଭିସିଙ୍କୁ କହିଥିଲେ ସାଇବର ଅପରାଧୀ
  • ସାଇବର ଥାନାରେ ଅଭିଯୋଗ ହୋଇଥିବା ଏସ୍‌ପି ଡା.ଶର୍ବଣା ବିବେକ ଏମଙ୍କ ସୂଚନା

ଏହା ବି ପଢନ୍ତୁ- ବିଜୁଳି ବିଲ ପୈଠ ନାଁରେ ଠକୁଛନ୍ତି ସାଇବର ଠକ, ଆପଣଙ୍କୁ ଆସୁନି ତ ଏପରି ମେସେଜ ? - CYBER FRAUD

ଡିଜିଟାଲ ଆରେଷ୍ଟ ଭୟରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି କୁଳପତି-

ଡିଜିଟାଲ ଆରେଷ୍ଟ ଭୟରେ ନିଜର ସମସ୍ତ ତଥ୍ୟ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପ୍ରଦାନ କରିଛନ୍ତି କୁଳପତି ଗୀତାଞ୍ଜଳି ଦାସ । ଫୋନ କଲର କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ ଦୁବୃର୍ତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ । ଡିଜିଟାଲ ଆରେଷ୍ଟର ଶୀକାର ନେଇ କୁଳପତି ବ୍ରହ୍ମପୁର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଠକେଇର ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ।

କୁଳପତିଙ୍କଠୁ ୧୪ ଲକ୍ଷ ଠକେଇ-

  • ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ସାଇବର ଠକେଇର ଶିକାର
  • ପ୍ରଫେସର ଗୀତାଞ୍ଜଳି ଦାସଙ୍କଠାରୁ ୧୪ ଲକ୍ଷ ଟଙ୍କା ଲୁଟ
  • ଡିଜିଟାଲ ଆରେଷ୍ଟ ନାଁରେ ଫସାଇଥିଲେ ସାଇବର ଠକ
  • ସୁପ୍ରିମକୋର୍ଟର ଏକ ମାମଲାରେ ସଂପୃକ୍ତି ଥିବା ଦର୍ଶାଇଥିଲେ
  • ନିଜକୁ ED ଅଫିସର କହିଥିଲେ ସାଇବର ଠକ
  • ଡିଜିଟାଲ ଆରେଷ୍ଟ ଭୟରେ ସବୁ ତଥ୍ୟ ଦେଇଥିଲେ କୁଳପତି

"ଗତିକାଲି ସାଇବର ପୋଲିସ ଷ୍ଟୋସନରେ ଗୋଟିଏ ରିପୋର୍ଟ ଦେଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ । କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ ମାଧ୍ୟମରେ ସାଇବର ଅପରାଧୀମାନେ ଲୁଟ କରିଛନ୍ତି । ଏହି ମାମଲାରେ ଆମେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛୁ । କିଛି ଦିନ ହେଲା ତାଙ୍କୁ କିଏ ଜଣେ ଅଜଣା ନମ୍ବରରୁ କଲ କରି ନିଜକୁ ଇଡି ଅଫିସର କହି ସୁପ୍ରିମକୋର୍ଟ ତତ୍ୱାବଧାନରେ ତଦନ୍ତ ଚାଲିଥିବା କହି ଥିଲା । ଅପରାଧୀ କହିଥିଲା ଇଡି ଗୋଟିଏ ଅପରାଧୀର ଲିଙ୍କରେ ଭିସିଙ୍କ ପାଖରେ ପହଞ୍ଚିଛନ୍ତି । ଏପରି ମିଛ କଥା କହି ଭିସିଙ୍କୁ କନଭିନ୍ସ କରି ତାଙ୍କ ଆକାଉଣ୍ଟରୁ 14 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଦେଲେ । ଲଗାତାର ଭାବେ 4 ଦିନ ଧରି ତାଙ୍କୁ ଅଫିସ ପରେ କଲ କରିଥିଲେ ସାଇବର ଅପରାଧୀ । ତେବେ ଆଜିକାଲି ଯେତେବେଳେ ବି କିଏ ଫୋନ କରୁଛନ୍ତି, ଆଉ ନିଜର ପରିଚୟ ସିବିଆଇ ଅଫିସର, ଜଜ ଦେଲେ ସେଭଳି କଲର ଶିକାର ହୁଅନ୍ତୁନି," ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶର୍ବଣା ବିବେକ ଏମ୍ ।

ବ୍ରହ୍ମପୁର ସାଇବର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ 318(4)/319(2)/336(2)/336(3)/340(2)/308(2)/351(2) BNS/66(C)/66(D)I.T.ଆକ୍ଟ ଆଧାରରେ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ଏହି ଘଟଣା ପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବାହାରେ ରହିଥିବାରୁ ଏନେଇ କୌଣସି ସିଧାସଳଖ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 25, 2025, 8:34 PM IST

ABOUT THE AUTHOR

...view details