ଭୁବନେଶ୍ବର:ଏଣିକି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସହଜ ହେବ ଯାତ୍ରା । ବିମାନ ବନ୍ଦରକୁ ଆସିଲେ ଚେକଇନ କରିବାକୁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । କାରଣ ଆଜି ଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କାର୍ଯ୍ୟକ୍ଷମ ହୋଇଛି ଡିଜି ଯାତ୍ରା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MOCA) ଏବଂ ଡିଜି ଯାତ୍ରା ଫାଉଣ୍ଡେସନ ଦ୍ବାରା କାର୍ଯ୍ୟକ୍ଷମ ହୋଇଛି ।
ଡିଜି ଯାତ୍ରା କଣ: ଡିଜିଯାତ୍ରା ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ବାୟୋମେଟ୍ରିକ ଭିତ୍ତିକ ଡିଜିଟାଲ ପ୍ରକ୍ରିୟା । ଏହା ଦ୍ବାରା ଜଣେ ଯାତ୍ରୀ ସିଧାସଳଖ ବିମାନ ବନ୍ଦର ପ୍ରବେଶ ପଥ ଇ-ଗେଟକୁ ଯାଇ ଟିକେଟ୍ ଅବା ବୋଡିଂ ପାସର ବାରକୋର୍ଡ ବା କ୍ୟୁଆର କୋର୍ଡକୁ ସ୍କାନ କରିପାରିବେ । ଯାତ୍ରୀଙ୍କ ମୁହଁର ଫଟୋ ଏକ କ୍ୟାମେରା ଉତ୍ତୋଳନ କରି ଡିଜିଯାତ୍ରା ଆଇଡିରେ ଥିବା ଫଟୋ ସହ ତୁଳନା କରିବ । ଯାତ୍ରା ବିବରଣୀ ଏବଂ ମୁହଁ ଫଟୋ ସମାଞ୍ଜସ୍ୟ ଆସିବା ପରେ ଆପେ ଆପେ ଇ-ଗେଟ ଖୋଲିଯିବ । ଏହା ସହ ଏକ ଟୋକେନ ମିଳିବ ଯାହାକି ଟିକେଟ PNRରେ ଫଟୋ ସଂଯୁକ୍ତ କରିଥିବ ଏବଂ ପରବର୍ତ୍ତୀ ଚେକ ପଏଣ୍ଟ ଗୁଡ଼ିକରେ ମୁହଁ ଭେରିଫିକେସନ ସହଜରେ ହୋଇପାରିବ । ଏଣ୍ଟ୍ରି ପଏଣ୍ଟ ଚେକ୍, ସିକ୍ୟୁରିଟି ଚେକରେ ଏଣ୍ଟ୍ରି, ଏୟାରକ୍ରାଫ୍ଟ ବୋର୍ଡିଂ, ଅତିରିକ୍ତ ଭାବରେ ଏହା ସେଲ୍ଫ- ବ୍ୟାଗ୍ ଡ୍ରପ୍ ଏବଂ ଚେକ୍ ଇନ୍ ମଧ୍ୟ ସୁବିଧା କରିବ, ପ୍ୟାକ୍ସ ଏବଂ ଡାଟା ପୁନ ପ୍ରତ୍ୟାବର୍ତ୍ତନ ପାଇଁ ମୁଖ ଚିହ୍ନଟରେ ବ୍ୟବହାର କରିବ।
କିପରି କରିବେ ଡିଜି ଯାତ୍ରା ବ୍ୟବହାର:ଡିଜି ଯାତ୍ରା ଆପ୍ ଆଣ୍ଡ୍ରୋଏଡ ଓ iosରେ ଉପଲବ୍ଧ ରହିଛି । ନାମ, ଇମେଲ୍ ID, ମୋବାଇଲ୍ ନମ୍ବର, ପରିଚୟର ବିବରଣୀ ଯେମିତିକି (ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ଆଧାର ଇତ୍ୟାଦି) ଦାଖଲରେ ଡିଜି ଯାତ୍ରା ଆଇଡି ସୃଷ୍ଟି ହେବ। ଟିକେଟ୍ ବୁକ୍ କରିବା ସମୟରେ ପ୍ୟାକ୍ସ ଏହି ନମ୍ବରକୁ ଉଦ୍ଧୃତ କରିପାରିବ। ଡିଜି ଯାତ୍ରା ଆଇଡି ସହିତ ପ୍ୟାକ୍ସ ତଥ୍ୟ ବିମାନ ବନ୍ଦରରୁ ବିମାନ ବନ୍ଦରକୁ ପଠାଯିବ। ପ୍ରଥମ ଭ୍ରମଣରେ, ପ୍ୟାକ୍ସକୁ ଆଇଡି ବୈଧତା ପାଇଁ ବିମାନବନ୍ଦରରେ ପଞ୍ଜୀକରଣ କିଓସ୍କକୁ ଯିବାକୁ ପଡିବ । ଆଧାର କ୍ଷେତ୍ରରେ ଯାଞ୍ଚ ଅନଲାଇନ୍ ହେବ । ଅନ୍ୟ id କ୍ଷେତ୍ରରେ CISF ମାନୁଆଲି ଯାଞ୍ଚ କରିବେ। ସଫଳ ଯାଞ୍ଚରେ ପ୍ୟାକ୍ସ ଫଟୋ କେନ୍ଦ୍ରୀୟ ସିଷ୍ଟମରେ ଡିଜି ଯାତ୍ରା ପ୍ରୋଫାଇଲରେ ଯୋଡାଯିବ।
ସୁବିଧା କଣ ପାଇବେ ?