ଓଡିଶା

odisha

ETV Bharat / state

ସସ୍ମିତା ଦେଲେ ରଣ ହୁଙ୍କାର; କହିଲେ ଲୁଟିଖିଆ ଓ ଖଟିଖିଆଙ୍କ ମଧ୍ୟରେ ଏ ଲଢେଇ - congress targets bjd and bjp - CONGRESS TARGETS BJD AND BJP

Lok Sabha Elections 2024: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ସସ୍ମିତା ବେହେରା । ଉନ୍ମୋଚନ କଲେ ନିଜର ୧୦ ଦଫା ଗ୍ୟାରେଣ୍ଟି କାର୍ଡ । ଅଧିକ ପଢନ୍ତୁ

ସସ୍ମିତା ଦେଲେ ରଣ ହୁଙ୍କାର; କହିଲେ ଲୁଟିଖିଆ ଓ ଖଟିଖିଆଙ୍କ ମଧ୍ୟରେ ଏ ଲଢେଇ
ସସ୍ମିତା ଦେଲେ ରଣ ହୁଙ୍କାର; କହିଲେ ଲୁଟିଖିଆ ଓ ଖଟିଖିଆଙ୍କ ମଧ୍ୟରେ ଏ ଲଢେଇ

By ETV Bharat Odisha Team

Published : Apr 24, 2024, 9:21 PM IST

ସସ୍ମିତା ଦେଲେ ରଣ ହୁଙ୍କାର; କହିଲେ ଲୁଟିଖିଆ ଓ ଖଟିଖିଆଙ୍କ ମଧ୍ୟରେ ଏ ଲଢେଇ

ଢେଙ୍କାନାଳ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସସ୍ମିତା । ଢେଙ୍କାନାଳର କଂଗ୍ରେସ ଲୋକସଭା ପ୍ରାର୍ଥୀ ସସ୍ମିତା ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଲୁଟିଖିଆ ବିରୋଧରେ ଖଟିଖିଆଙ୍କ ଲଢେ଼ଇ ହେବାକୁ ଯାଉଛି । ଓଡ଼ିଶାର ଖଣି ଖଦାନ ଓ ଶିଳ୍ପ ଆଳରେ ସାଧାରଣ ଲୋକଙ୍କ ଜମି-ଜଙ୍ଗଲକୁ ଲୁଟ୍ କରି ଚାଲିଥିବା ରାଜନୈତିକ ନେତାଙ୍କ ବିରୋଧରେ ଏହି ଲଢେ଼ଇ ବୋଲି କହିଛନ୍ତି ସେ ।

ସସ୍ମିତା କହିଛନ୍ତି ଯେ, ସମ୍ବିଧାନର ରକ୍ଷା, ଗଣତନ୍ତ୍ରର ସୁରକ୍ଷା ଓ ଲୋକଙ୍କ ସ୍ୱାଭିମାନ ପାଇଁ ତାଙ୍କର ଏ ଲଢେଇ । ଆଉ ଢେଙ୍କାନାଳର ଅସ୍ମିତା ପାଇଁ ଘରେ ଘରେ ପହଞ୍ଚିବି । ଏହି ଅବସରରେ ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥିବା ନିଜର ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଥିଲେ ସେ । ଲୋକଙ୍କ ଆଶୀର୍ବାଦରୁ ସେ ବିଜୟୀ ହେଲେ ନିଜର ପ୍ରତ୍ୟେକ ମାସର ଦରମାକୁ ସେ ସଂସଦୀୟ କ୍ଷେତ୍ରର ମହିଳା ସଶକ୍ତିକରଣ ପାଇଁ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏପରିକି ତାଙ୍କର ଏହି ଗ୍ୟାରେଣ୍ଟି କାର୍ଡ ମୁତାବକ ପ୍ରତ୍ୟେକ ଶନିବାର ଓ ରବିବାର ଜନତା ଦରବାର, ୨୪ ଘଣ୍ଟିଆ ହେଲ୍ପ ଲାଇନରେ ଜନ ଶୁଣାଣି, ଭ୍ରଷ୍ଟାଚାର ଓ ଅପରାଧ ମୁକ୍ତ ପାଇଁ ଢେଙ୍କାନାଳ ସାଂସଦୀୟ କ୍ଷେତ୍ରରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ, ଯୁବ ବେକାରୀ ସମସ୍ୟା, ବିସ୍ଥାପନ ଥଇଥାନ, ସ୍ୱାବଲମ୍ବୀ ଓ ସ୍ୱରୋଜଗାର, ସ୍ୱାସ୍ଥ୍ୟ ଓ ପରିମଳ ସମସ୍ୟା ଆଦି ଦିଗରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବେ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ.....ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ - ODISHA ASSEMBLY ELECTION 2024

ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ତଥା ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ନାଲକୋ, ଏନଟିପିସି ପରି ବୃହତ ଶିଳ୍ପ ଠାରୁ ଆରମ୍ଭ କରି ଆଇଜିଆଇଟି ସରାଙ୍ଗ, ନବୋଦୟ କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଇଆଇ ଏମସି ପରି ଶିକ୍ଷାନୁଷ୍ଠାନ ହେଉ ବା ଛୋଟ କାରଖାନା ହେଉ ବା ରେଙ୍ଗାଲି କେନାଲ ପରି ଜଳ ସେଚନ ହେଉ ସବୁ କିଛି କଂଗ୍ରେସ ସରକାର ସମୟର ବିକାଶ । ଆଉ ବିକାଶର ନାରା ଦେଉଥିବା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ କେବଳ ଲୋକଙ୍କ ସ୍ୱାର୍ଥକୁ ଲୁଟି ଚାଲିଛନ୍ତି ବୋଲି କହିଛନ୍ତି ସସ୍ମିତା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ । ଆଉ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯାଉଛୁ । ଉଭୟ ସରକାରଙ୍କ ବିରୋଧରେ ଜନତାଙ୍କ ମନରେ ପରିବର୍ତ୍ତନର ସ୍ୱର ଆନ୍ଦୋଳିତ କରୁଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details