ଢ଼େଙ୍କାନାଳ:ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଜଣେ ଅସହାୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଉଦ୍ଧାର ହୋଇ ସଖୀ କେନ୍ଦ୍ରରେ ଥିବା ଉଭୟ ପୀଡିତା ଓ ତାଙ୍କ ମାନସିକ ଭିନ୍ନକ୍ଷମ ବାପାଙ୍କୁ ଆଜି କମିଶନ ଅଧ୍ୟକ୍ଷାଙ୍କ ନେତୃତ୍ବାଧୀନ ଟିମ୍ ଭେଟିଛି । ଏହା ସହ ଅଧ୍ୟକ୍ଷା ସ୍ଥାନୀୟ ଏସପିଙ୍କୁ ମଧ୍ୟ ଭେଟି ତଦନ୍ତ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା 5ରେ ପହଞ୍ଚିଛି ।
- ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା :-
ଘଟଣାଟି ଅତ୍ୟନ୍ତ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଆଜି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା ନିଜେ ଢେଙ୍କାନାଳ ଗସ୍ତ କରି ପୀଡିତାଙ୍କ ସହ ଆଲୋଚନା କରିଛନ୍ତି । କମିଶନ ଅଧ୍ୟକ୍ଷାଙ୍କ ସହ ସଦସ୍ୟ ଲ’ ଅଫିସର ଅରବିନ୍ଦ ପଟ୍ଟନାୟକ ଓ ଇନ୍ସପେକ୍ଟର ସସ୍ମିତା ଦାଶ ଢେଙ୍କାନାଳ ଯାଇ ସଖୀ କେନ୍ଦ୍ରରେ ଥିବା ପୀଡିତା ଓ ତାଙ୍କର ମାନସିକ ଭିନ୍ନକ୍ଷମ ବାପାଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ପରେ ଏହି ଟିମ୍ ଢେଙ୍କାନାଳ ଏସପିଙ୍କୁ ସାକ୍ଷାତ କରି ତଦନ୍ତ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛି ।
ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆୟୋଗ ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି,‘‘ଘଟଣାର କିପରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହେବ । ଯଥାଶୀଘ୍ର ପୀଡିତାଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ମିଳିବ ଓ ମାମଲା ପରିଚାଳନାଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ଖୁବ ଶୀଘ୍ର କରାଯାଇ ପାରିବ ସେ ଦିଗରେ ଢେଙ୍କାନାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛି ।’’
- ଡିଏନଏ ଟେଷ୍ଟ ପାଇଁ ଗଲା ନମୂନା:
ଗିରଫ 4 ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଡାକ୍ତରୀ ମାଇନା କରିଛି ପୁଲିସ । ଅପରପକ୍ଷରେ ପୀଡିତା ୭ମାସ ଗର୍ଭବତୀ ଥିବାରୁ ଅଭିଯୁକ୍ତମାନଙ୍କ DNA ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି । ପୀଡିତା ଯୁବତୀଙ୍କ ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଭାରତୀୟ ନ୍ୟାୟ ସଂହିତାର ଦଫା 450, 376-2(n), 376(d) ରେ ଅଭିଯୁକ୍ତ ମହୁଲପୁଞ୍ଜି ଗ୍ରାମର ବାବୁଲି ନାୟକ, ବିରଞ୍ଚି ମହାରଣା, ଅବିନାଶ ପରିଡା ଓ ଜୀବନ ପରିଡାଙ୍କୁ ଗତକାଲି (ସୋମବାର) ସନ୍ଧ୍ୟାରେ ପୁଲିସ କୋର୍ଟ ଚାଲାଣ କରିଥିଲା । ମାତ୍ର ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
- 5ରେ ପହଞ୍ଚିଲା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା:-