ETV Bharat / state

କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ନବରଙ୍ଗପୁର ଗସ୍ତ, ବିଭିନ୍ନ ଯୋଜନାର କଲେ ସମୀକ୍ଷା - SAVITRI THAKUR ON ODISHA VISIT

ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର । କୃଷକଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ।

Savitri Thakur On Odisha Visit
Savitri Thakur On Odisha Visit (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 10:04 PM IST

ନବରଙ୍ଗପୁର: ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପ୍ରଥମ ଦିବସରେ ନବରଙ୍ଗପୁର ଜିଲ୍ଲାକୁ ଆସିବା ରାସ୍ତାରେ ସେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଗ୍ରାମଠାରେ ଏକ ଖଲି ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରି ସ୍ୱୟଂ ସହାୟିକା ଦଳ ସହ ଆଲୋଚନା କରିଥିଲେ । ଏହାସହ ଧାନ କ୍ଷେତରେ ଧାନ କାଟୁଥିବା ମହିଳାମାନଙ୍କ ସହ କୃଷି ସମସ୍ୟାକୁ ନେଇ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ବିଭିନ୍ନ ଯୋଜନାର ସମୀକ୍ଷା:

Savitri Thakur On Odisha Visit (ETV Bharat Odisha)

ଏହାପରେ ନବରଙ୍ଗପୁର ସ୍ଥିତ ସର୍କିଟ ହାଉସରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର l ସେଠାରେ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ପ୍ରଥମ ଦିନରେ ସେ ଡିଆରଡିଏ ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ବାବଦରେ ଆଲୋଚନା କରିଥିଲେ । ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ, ବାଲ୍ୟ ବିବାହ, ଡ୍ରପ ଆଉଟ ରୋକିବା ପାଇଁ ପଦକ୍ଷେପ, ଜନଧନ ଯୋଜନାରେ କେତେ ହିତାଧିକାରୀ ଯୋଡି ହୋଇଛନ୍ତି ସେନେଇ ପଚାରି ବୁଝିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକ କିଭଳି ଯୋଡି ହୋଇପାରିବେ ଓ ହିତାଧିକାରୀ କିଭଳି ଲାଭ ପାଇବେ ସେନେଇ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ...ଝାଡଖଣ୍ଡ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ; 40 ଜଣିଆ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହା ବି ପଢନ୍ତୁ...ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ

ଜିଲ୍ଲାରେ ଅପପୃଷ୍ଟି ଓ କୁପୋଷଣର ସ୍ଥିତି ଏଡ଼ାଇବା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା କରିଥିଲେ । ବୈଠକରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କ ସମେତ ନବରଙ୍ଗପୁର ଜିଲ୍ଲାପାଳ ତଥା ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ ବିଡିଓ ଯୋଗଦେଇଥିଲେ l ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ସଡକପଥ ଦେଇ ରାୟପୁର ଅଭିମୁଖେ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.