ETV Bharat / opinion

ରତନ ଟାଟାଙ୍କ ବିୟୋଗକୁ ମାସେ: ମନେ ପକାଇଲେ ମୋଦି, କହିଲେ 'ତାଙ୍କ ଅବଦାନ ଚିରସ୍ମରଣୀୟ' - PM MODI REMEMBERS RATAN TATA

ରତନ ଟାଟାଙ୍କ ବିୟୋଗକୁ ଏକ ମାସ ପୂରିଛି । ହେଲେ ଏବେବି ସେ ସମସ୍ତଙ୍କ ହୃଦୟରେ ଚିରସ୍ମରଣୀୟ ହୋଇରହିଛନ୍ତି । ଏନେଇ ପଢନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲେଖ୍ୟ ।

PM Modi Remembers Ratan Tata
PM Modi Remembers Ratan Tata (ETV Bharat)
author img

By ETV Bharat Odisha Team

Published : Nov 9, 2024, 6:01 AM IST

ହାଇଦ୍ରାବାଦ: ରତନ ଟାଟା ଆମକୁ ଛାଡି ଯିବାର ମାସେ ବିତିଗଲାଣି । ବ୍ୟସ୍ତବହୁଳ ସହରରୁ ଆରମ୍ଭ କରି ଗାଁ ଗଣ୍ଡାରେ ବି ତାଙ୍କର ଅନୁପସ୍ଥିତି ଅନୁଭବ କରୁଛନ୍ତି ଲୋକେ । ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗପତିମାନେ ମଧ୍ୟ ତାଙ୍କ ବିୟୋଗକୁ ଭୁଲିପାରୁନାହାନ୍ତି । ସେହିପରି ପରିବେଶପ୍ରେମୀମାନେ ମଧ୍ୟ ସମାନ ଭାବେ ଦୁଃଖୀ । ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛି ସାରା ଦେଶ।

PM Modi- Ratan Tata
PM Modi- Ratan Tata (ETV Bharat)

ଯୁବବର୍ଗଙ୍କ ପାଇଁ ରତନ ଟାଟା ହେଉଛନ୍ତି ପ୍ରେରଣା । ସ୍ବପ୍ନକୁ ଅନୁସରଣ କଲେ ହିଁ ତାହା ବାସ୍ତବତାର ରୂପ ନେଇ ସଫଳତା ପ୍ରଦାନ କରିଥାଏ, ଏହା ଟାଟାଙ୍କୁ ଦେଖିଲେ ମନେ ହୁଏ । ଆଉ କେତେକଙ୍କ ପାଇଁ ସେ ଭାରତୀୟ ସଂସ୍କୃତିର ଉଦାହରଣ । ନିଜର ଏକାଗ୍ରତା, ନେତୃତ୍ବ ପାଇଁ ସବୁଠି ଜଣାଶୁଣା ରତନ ଟାଟା । ଯୁବ ଉଦ୍ୟୋଗୀଙ୍କ ଆଶା ଆକାଂକ୍ଷାକୁ ଭଲ ଭାବେ ବୁଝିଥିଲେ ରତନ ଟାଟା । ଭାରତର ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ସର୍ବଦା ପ୍ରେରଣା ଦେଇ ଆସୁଥିଲେ ରତନ ଟାଟା । ସବୁବେଳେ ନୂଆ କିଛି କରିବାର ଉନ୍ମାଦନା ତାଙ୍କ ଭିତରେ ଥିଲା । ତାଙ୍କର ମହାନତା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି ।

ରତନ ଟାଟାଙ୍କର ପଶୁପକ୍ଷୀମାନଙ୍କ ପ୍ରତି ଅଗାଢ ପ୍ରେମ ରହିଥିଲା । ଆନିମଲ ୱେଲଫେୟାରକୁ ସବୁ ସମୟରେ ସେ ସାହାଯ୍ୟ କରିଆସୁଥିଲେ । ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ସେ ବେଶ ତତ୍ପର ଥିଲେ । ଦେଶଭକ୍ତ ଭାବରେ କୋଟି କୋଟି ଭାରତୀଙ୍କ ପାଇଁ ହୃଦୟରେ ରତନ ଟାଟା ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଥିଲେ । 2011ରେ ହୋଇଥିବା ମୁମ୍ବାଇ ଆତଙ୍କୀ ହମଲା ପରେ ତାଜ୍ ହୋଟେଲ ରିଓପନିଂ ସମୟରେ ଦେଶକୁ ଆହ୍ବାନ ଦେଇ ସେ କହିଥିଲେ, "( nation—India stands united, refusing to yield to terrorism) ଅର୍ଥାତ୍ ଆତଙ୍କବାଦୀଙ୍କୁ ମାତ୍ ଦେବାକୁ ଭାରତ ଏକାଗ୍ରତାର ସହ ଛିଡା ହୋଇଛି । "

PM Modi and Tata in a Inaugural Programme
PM Modi and Ratan Tata in a Inaugural Programme (ETV Bharat)

ବ୍ୟକ୍ତିଗତ ଭାବରେ କହିବାକୁ ଗଲେ, ମୁଁ ତାଙ୍କୁ ନିକଟରୁ ଜାଣିବାର ସୁଯୋଗ ପାଇଥିଲି । ବର୍ଷ ବର୍ଷ ଧରି ଆମେ ଗୁଜୁରାଟରେ ଏକାସହ କାମ କରିଛୁ । ବହୁ ପ୍ରକଳ୍ପ ପାଇଁ ସେ ବ୍ୟାପକ ବିନିଯୋଗ କରିଥିଲେ । ସେଥିରେ ଏମିତି ପ୍ରକଳ୍ପ ବି ଅନ୍ତର୍ଭୁକ୍ତ ରହିଛି ଯାହା ପ୍ରତି ମୁଁ ମଧ୍ୟ ବେଶ ଉତ୍ସାହିତ ଥିଲି। ଗତ କିଛି ସପ୍ତାହ ପୂର୍ବରୁ ଯେତେବେଳେ ମୁଁ ଭଦୋଦରାରେ ଥିଲି, ସ୍ପେନ ସରକାର ପେଡ୍ରୋଙ୍କ ସହ ସାନଚେଜ୍ ଓ ଆମେ ମିଳିତ ଭାବରେ ଏକ ବିମାନ କମ୍ପ୍ଲେକ୍ସ ଉଦଘାଟନ କରିଥିଲୁ । ଭାରତରେ C-295 ଏୟାରକ୍ରାଫ୍ଟସ ନିର୍ମାଣ ହେବ । ଏହା ଥିଲା ରତନ ଟାଟାଙ୍କ ଅବଦାନ, ଯିଏ କି ଏହା ଉପରେ କାମ କରିବା ଆରମ୍ଭ କରିଥିଲେ । କହିବାର ଅର୍ଥ ଏହା ଯେ, ସେଠାରେ ମଧ୍ୟ ତାଙ୍କର ଉପସ୍ଥିତି ଜୀବନ୍ତ ରହିଛି ।

ରତନ ଟାଟାଙ୍କୁ ମୁଁ ମ୍ୟାନ ଅଫ୍ ଲେଟର୍ସ ବୋଲି ଭାବେ, କାରଣ ସେ ବିଭିନ୍ନ ପ୍ରସଙ୍ଗ ନେଇ ମୋ ନିକଟକୁ ଚିଠି ଲେଖିଛନ୍ତି । ସରକାରୀ ସହଯୋଗରୁ ଆରମ୍ଭ କରି ଗଭର୍ଣ୍ଣାସ ଆଦି ବିଭିନ୍ନ କାରଣ ପାଇଁ ସେ ଚିଠି ଲେଖିଥାନ୍ତି । ଯେତେବେଳେ ମୁଁ କେନ୍ଦ୍ରକୁ ଗଲି ସେତେବେଳେ ଆମର ଘନିଷ୍ଠତା ଆହୁରି ବଢିଥିଲା। କାରଣ ସେ ଆମର ରାଷ୍ଟ୍ର ନିର୍ମାଣରେ ଏକ ପ୍ରତିବଦ୍ଧ ଅଂଶୀଦାର ଥିଲେ । ସେ କ୍ୟାନସର ବିରୋଧରେ ଲଢେଇ ପାଇଁ ମଧ୍ୟ ତାଙ୍କର ଅନେକ ଅବଦାନ । ବିଭିନ୍ନ ସହରରେ ପ୍ରତିଷ୍ଠା କରିଛନ୍ତି ଉନ୍ନତମାନର କ୍ୟାନସର ହସ୍ପିଟାଲ ।

ଏହା ବି ପଢନ୍ତୁ...ପଞ୍ଚଭୂତରେ ବିଲୀନ ଭାରତ 'ରତନ': ପାର୍ସି ରୀତିନୀତିରେ ହେଲା ଶେଷକୃତ୍ୟ, କିନ୍ତୁ...

ଏହା ବି ପଢନ୍ତୁ...ଓଡ଼ିଶା ସହ ରତନ ଟାଟାଙ୍କ କନେକ୍ସନ, ଏସବୁ ଅବଦାନକୁ ଭୁଲିବନି ରାଜ୍ୟ

ଏହା ବି ପଢନ୍ତୁ...86 ବର୍ଷରେ ବି କେମିତି ଫିଟ୍ ଥିଲେ ରତନ ଟାଟା, ଆସିଲା ଫିଟ୍‌ନେସ ସିକ୍ରେଟ

ଆଜି ଯେତେବେଳେ ଆମେ ତାଙ୍କୁ ସ୍ମରଣ କରୁ, ସେତେବେଳେ ସମାଜ ପ୍ରତି ଥିବା ତାଙ୍କର ଅବଦାନ କଥା ମନକୁ ଆସେ । ଯେତେବେଳେ ଅଗ୍ରଗତି ସମସ୍ତଙ୍କ ପାଇଁ ଖୁସି ଆଣିଦିଏ, ଯେତେବେଳେ ସ୍ବପ୍ନକୁ ବାସ୍ତବତାର ରୂପ ଦେବା କଥା ଆସେ ସବୁ ସମୟରେ ସେ ମନେ ପଡନ୍ତି । ଆଜିର ଯୁବବର୍ଗ ଏବଂ ପରବର୍ତ୍ତୀ ପିଢି ନୂତନ ଭାରତ ଗଠନ ପରେ ତାଙ୍କ ଅବଦାନକୁ ସ୍ମରଣ କରିବେ ।

(ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲିଖିତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.