ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଆଜି ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ - Maa Samaleswari

MAA SAMALESWARI : ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଭିଡ । ପିତୃ ପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା ଦର୍ଶନ ନକରିପାରିଲେ ମା’ଙ୍କ ଦର୍ଶନରେ ମିଳେ ସେତିକି ପୁଣ୍ୟ । ଅଧିକ ପଢନ୍ତୁ

ଆଜି ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ
ଆଜି ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ (ETV Bharat Odisha)

ସମ୍ବଲପୁର: ଆଜି ହେଉଛି ପବିତ୍ର ମହାଳୟା ତିଥି । ଆଜିର ଦିନରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଶ୍ରଦ୍ଧାଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷ ତମାମ ମା’ ସିନ୍ଦୁରମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେଵଳ ଆଜିର ଦିନରେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି । ତେବେ ମା’ ଏହି ବେଶରେ ଅଢେଇ ଦିନ ପର୍ଯ୍ୟନ୍ତ ରୁହନ୍ତି । ପିତୃପକ୍ଷର ଅନ୍ତିମ ଦିନ ମହାଳୟା ତିଥିରେ ପିତୃ ପୁରୁଷଙ୍କୁ ଜଳ ଅର୍ପଣ କଲା ପରେ ଗଙ୍ଗା ଦର୍ଶନ କରି ଗଙ୍ଗାରେ ବୁଡ଼ ଦେବାର ମାନ୍ୟତା ରହିଛି । ତେବେ ଯେଉଁମାନେ ଗଙ୍ଗାରେ ବୁଡ ପକାଇ ନପାରନ୍ତି, ସେମାନେ ମା’ଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିବା ମାତ୍ରେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ତେଣୁ ଆଜିର ଦିନରେ ମା’ ସମଲେଶ୍ୱରୀଙ୍କ ପୀଠରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କୁ ଭିଡ଼ ଦେଖିବାକୁ ମିଳିଛି ।

  • ଭୋରୁ ଜାରି ରହିଛି ମା’ ସ୍ବତନ୍ତ୍ର ନୀତିକାନ୍ତି :-

ଆଜି ଭୋର 4ଟାରୁ ସ୍ନାନ ନୀତି ସମ୍ପନ୍ନ ହେବା ପରେ ଧବଳମୁଖୀ ବେଶରେ ସୁସଜ୍ଜିତ ହୋଇଥିଲେ ମା’ । ଏହା ପରେ ପାରମ୍ପରିକ ରୀତିନୀତି ପରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଛଡା ଯାଇଥିଲା । ଆଜିର ଗହଳିକୁ ନଜରରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ପାର୍କିଂ ଓ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଗୋଟିଏ ରାସ୍ତା ଦେଇ ଭକ୍ତମାନେ ପ୍ରବେଶ କରୁଥିବା ବେଳେ ଅନ୍ୟ ଏକ ରାସ୍ତା ଦେଇ ବାହାରକୁ ଯିବାର ବ୍ୟବସ୍ଥା ହୋଇଛି । ଲମ୍ବା ଧାଡିରେ ଶ୍ରଦ୍ଧାଳୁ ପୂଜା ଥାଳି ଧରି ମା’ଙ୍କ ଦର୍ଶନ ପାଇଁ ଯାଉଥିବାର ଦେଖିବାକୁ ମିଳିଥିଲା ।

ଆଜି ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ (ETV Bharat Odisha)
  • ମା’ଙ୍କ ଧବଳମୁଖୀ ବେଶର ବିଶ୍ବାସ ଓ ମାନ୍ୟତା

ଆଜିର ଦିନରେ ମା’ଙ୍କ ଦର୍ଶନର ମାହାତ୍ମ୍ୟ ନେଇ ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକ ଅମ୍ବିକା ରାୟ,"ଆଜି ହେଉଛି ମହାଳୟା ଶ୍ରାଦ୍ଧ, ଗଙ୍ଗା ଦର୍ଶନ । ଯାହାକୁ ଆମେ ଧବଳମୁଖୀ ବେଶ କହୁଛୁ । ଏଇଟା ପିତୃପକ୍ଷ ସମୟର ଶେଷ ଦିନ । ଆଉ ପିତୃ ପକ୍ଷରେ ଶ୍ରାଦ୍ଧ ଦେବାର ନିୟମ ରହିଛି । ଶ୍ରାଦ୍ଧ ଦେବା ପରେ ଗଙ୍ଗାରେ ବୁଡ଼ ଦେବା ଜରୁରୀ ବୋଲି ମୁନି ଋଷିମାନେ କହିଛନ୍ତି । ସେଥିପାଇଁ ମା’ଙ୍କ ଏହି ବେଶ । ଯେଉଁମାନେ ଶ୍ରାଦ୍ଧ କରି ସାରିବା ପରେ ଗଙ୍ଗା ଯାଇ ପାରନ୍ତି ନାହିଁ ସେମାନଙ୍କ ଦର୍ଶନ ପାଇ ମା’ଙ୍କ ଏହି ବେଶ କରାଯାଇଛି । ସେଥିପାଇଁ ଆଜି ଗୋଟିଏ ଦିନ ବହୁତ ଭିଡ଼ ହୁଅନ୍ତି l"

ଚାଲିଛି ଷୋଡଶ ଉପଚାର ପୂଜା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- କାଲିଠୁ ସମଲେଶ୍ବରୀ ମନ୍ଦିରରେ ପାନ ଗୁଟଖା ମନା, କଟକଣା ଲଗାଇଲେ ମନ୍ଦିର ଟ୍ରଷ୍ଟ ବୋର୍ଡ - Samaleswari Temple Restrictions

  • ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା:-

ଆଜିର ଦିନରେ ଭକ୍ତ ଙ୍କ ଗହଳି କୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏନେଇ ସମ୍ବଲପୁର ଅତିରିକ୍ତ ଏସପି କହିଛନ୍ତି, "ମା ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ପର୍ଯ୍ୟାପ୍ତ ପରିମାଣ ରେ ଆମର ପୋଲିସ ବନ୍ଦୋବସ୍ତ ହୋଇଛି l ଏଠି 8 ପ୍ଲାଟୁନ ଫୋର୍ସ, ଆଉ ଅଫିସର 30,ଆଉ ସୁପରଭାଇଜିଂ ଅଫିସର 4 ଏମିତି ହୋଇକି ସବୁ ଗାଡି ପର୍କିଙ୍ଗ, ଲୋକ ଠିକ ଭାବରେ କେଉଁ ରାସ୍ତା ରେ ଯିବେ, କେଉଁଠି ଗଲେ ଦର୍ଶନ ହେବ, କ୍ୟୁ ସିଷ୍ଟମ, ଭିଆଇପି ଏଣ୍ଟ୍ରି ରେ ଯେଉଁ ବ୍ୟବସ୍ଥା ରହିଛି ସବୁ ଜାଗାରେ ପୋଲିସ ବନ୍ଦୋବସ୍ତ କରାଯାଇଛି l"

ଚାଲିଛି ଷୋଡଶ ଉପଚାର ପୂଜା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ (ETV Bharat Odisha)
ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details