ଓଡିଶା

odisha

ETV Bharat / state

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ପାଇଁ ନିୟୋଜିତ ସିନିଅର ଅଫିସର - ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

President Droupadi Murmu Odisha Visit: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପାଇଁ ସିନିଅର ଅଫିସର ନିୟୋଜିତ ଥିବା ନେଇ ସୂଚନା ଦେଲେ ପୋଲିସ ଡିଜି । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu

By ETV Bharat Odisha Team

Published : Feb 27, 2024, 3:31 PM IST

Updated : Feb 27, 2024, 4:10 PM IST

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ସୁରକ୍ଷା ପାଇଁ ନିୟୋଜିତ ସିନିଅର ଅଫିସର

କଟକ: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ମହାମହିମଙ୍କ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସିନିଅର ଅଫିସରଙ୍କୁ ନିୟୋଜିତ କରାଯାଇଥିବା ଡିଜି କହିଛନ୍ତି । କଟକ, ଭୁବନେଶ୍ବର, କେନ୍ଦୁଝର, ଗଞ୍ଜାମ, ମୟୂରଭଞ୍ଜ ଓ ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଇଥିବା ଡିଜି କହିଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, "ଆସନ୍ତା ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଓଡ଼ିଶା ଆସୁଛନ୍ତି । ସେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ମହାମହିମଙ୍କ ଗସ୍ତ କିପରି ସୁଚାରୁରୂପେ ଶେଷ ହେବ ସେ ନେଇ ସିନିଅର ଅଫିସରଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ାକଡ଼ି ନଜର ରଖାଯାଇଛି । ଆବଶ୍ୟକ ଫୋର୍ସ ମୁତୟନ କରାଯାଇଛି । ଆମେ ଆଶା କରୁଛୁ ମହାମହିମ ରାଷ୍ଟ୍ରପିତଙ୍କ ଗସ୍ତ ସୁରୁଖୁରୁରେ ଶେଷ ହେବ ।"

ଏହା ବି ପଢନ୍ତୁ- ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ସେହିପରି କଟକରେ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଓଡ଼ିଶା ଶାଖା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଛି । ଉତ୍ସବକୁ ଉଦଘାଟନ କରିବା ଲାଗି ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ କଟକରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ପାଳିତ ହେବ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟକ ବ୍ୟକ୍ତିମାନେ ଯୋଗଦେବେ । ମାର୍ଚ୍ଚ ୨ ତାରିଖରେ ବ୍ରହ୍ମା କୁମାର ହରୀଶ ଭାଇ ନିଜ ଦାନ୍ତରେ ବସ ଟାଣିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ- 28ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ବ୍ଲୁ ବୁକ୍ SOP ଅନୁସାରେ ଦିଆଯିବ ସୁରକ୍ଷା

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତି ଜୋରଦାର; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଉକ୍ତଦିନ ସନ୍ଧ୍ୟାରେ ସମ୍ମାନ ସମାରୋହ ଅନୁଷ୍ଠିତ ହେବ । ମାର୍ଚ୍ଚ ୩ ତାରିଖ ଦିନ ୫୦ ଜଣ କନ୍ୟାଙ୍କର ଦିବ୍ୟ ସମର୍ପଣ ସମାରୋହ ଅନୁଷ୍ଠିତ ହେବ । ୧୯୭୩ ମସିହା ଅଗଷ୍ଟ ମାସ ୧୯ ତାରିଖ ଦିନ ଓଡ଼ିଶାରେ ପ୍ରଜାପିତା ବ୍ରହ୍ମା କୁମାରୀ ସଂଗଠନର ମୂଳଦୁଆ ପଡିଥିଲା । ଏହା ଭିତରେ ୫୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି । ଯାହାକୁ ଆହୁରି ସ୍ମରଣୀୟ କରିବା ଲାଗି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବାକୁ ଯାଉଛି । ଯାହାର ମୁଖ୍ୟ ଆକର୍ଷଣ ରହିବେ ମହାମହିମ ରାଷ୍ଟ୍ରପତି ।

ଇଟିଭି ଭାରତ, କଟକ

Last Updated : Feb 27, 2024, 4:10 PM IST

ABOUT THE AUTHOR

...view details