ETV Bharat / state

ରେଳବାଇରେ ଚାକିରି ନାଁରେ 2 କୋଟି ଠକେଇ, ଟଙ୍କା ଗଲା ଚିକିରି ମିଳିଲା ନାହିଁ - RAILWAY JOB FRAUD

ରେଲଓ୍ବେରେ ଚାକିରି ଦେବା ନାଁରେ କୋଟି କେଟି ଟଙ୍କା ଠକେଇ । ଅଭିଯୋଗ ପରେ ଜଣେ ଅଭିଯୁକ୍ତ ଗିରଫ ।

RAILWAY JOB FRAUD
RAILWAY JOB FRAUD (ETV BHARAT ODISHA)
author img

By ETV Bharat Odisha Team

Published : Dec 19, 2024, 7:27 AM IST

କଟକ: ରେଲଓ୍ବେରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ମାଗିଲେ । ନିଯୁକ୍ତି ପତ୍ର ଦେଇ ଟ୍ରେନିଂ ମଧ୍ୟ ଦେଲେ, କିନ୍ତୁ ଟଙ୍କା ଗଲା ସତ କିନ୍ତୁ ଚାକିରି ମିଳିଲା ନାହିଁ । ଜଣେକି ଦୁଇ ଜଣ ନୁହଁ ବରଂ ବିଭିନ୍ନ ଜିଲ୍ଲାରୁ ପ୍ରାୟ 40ରୁ 45 ଜଣ ଯୁକ ଯୁବତୀଙ୍କ ଠାରୁ 2 କୋଟି ଟଙ୍କା ଠକି ନେଇଛନ୍ତି ଠକ । ଠକେଇର ଶିକାର ହେବା ପରେ ଶେଷରେ କଟକ ବିଡାନାସୀ ଥାନାର ଦ୍ବାରସ୍ତ ହୋଇଛନ୍ତି ବାଲେଶ୍ବରର ଚିରଞ୍ଜୀବ ରାଉତ । ଏତଲା ଓ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଡାନାସୀ ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମର୍ପିତା ଚୌଧୁରୀ ଫେରାର ହୋଇ ଯାଇଥିବା ଜଣାପଡିଛି।

ରେଲଓ୍ବେରେ ଚାକିରି ନାଁରେ 2 କୋଟି ଠକେଇ:

ଅଭିଯୋଗକାରୀ ଚିରଞ୍ଜୀବ ରାଉତ କହିଛନ୍ତି, 2022 ମସିହାରେ ଜଣଙ୍କ ସଂସ୍ପର୍ଶରେ ଆସିକି ସମର୍ପିତା ଚୌଧୁରୀ, ତାଙ୍କ ପୁଅ ଡାନିଏଲ ରାଜ ଓ ତାଙ୍କ ସ୍ବାମୀଙ୍କୁ ରେଲଓ୍ବେରେ ଚାକିରି ପାଇଁ ଟଙ୍କା ଦେଇଥିଲୁ । ସେମାନେ ଆମକୁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ଆଇକାର୍ଡ ଦେଇ ନକଲି ନିଯୁକ୍ତି ପତ୍ର ଦେବା ସହ ଟ୍ରେନିଂ ପାଇଁ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନ ନିକଟକୁ ପଠେଇ ଥିଲେ, ହେଲେ ସେଠାରେ ପହଞ୍ଚିବା ପରେ ଏକ ନିଛାଟିଆ ସ୍ଥାନରେ ଟ୍ରେନିଂ ଦେବାରୁ ସନ୍ଦେହ ସୃଷ୍ଟି ହେଲା। ଏହା ଠକେଇ ବୋଲି ଜାଣିବା ପରେ ଆମେ ଟଙ୍କା ଫେରାଇବାକୁ କହିଥିଲୁ । 2 ବର୍ଷ ହେଲା ଟଙ୍କା ପାଇଁ ତାଙ୍କ ଘରକୁ ଯିବାରୁ ଆମକୁ ହତ୍ୟା ଧମକ ଦିଆୟାଏ । ବାଲେଶ୍ବର ଜିଲ୍ଲାରୁ ପ୍ରାୟ 30 ଲକ୍ଷ ଟଙ୍କା ଯୁବକ ଯୁବତୀ ମାନେ ଦେଇଛନ୍ତି । ମୁଁ 1ଲକ୍ଷ 98 ହଜାର ଦେଇଥିଲି, ମୋତେ 40 ହଜରା ଫେରାଇଛନ୍ତି । ବାକି ଟଙ୍କା ଦେଉନାହାନ୍ତି । ପ୍ରାୟ ବିଭିନ୍ନ ଜିଲ୍ଲାର 40ରୁ 45 ଜଣ ପିଲା ଅଛନ୍ତି । ପାଖାପାଖି 2 କୋଟି ଟଙ୍କାର ଠକେଇ ହୋଇଛି । ''

କେମିତି ହେଉଥିଲା ଠକେଇ:

RAILWAY JOB FRAUD (ETV BHARAT ODISHA)

ସେ ଆହୁରି ମଧ୍ୟ କହିଛନ୍ତି, ''ଜଣଙ୍କୁ ଚାକିରି କରାଇଦେବାକୁ କହି ଆଉ 5ଟା ପିଲା ଦେବାକୁ କୁହନ୍ତି । ଗୋଟେ ଚେନ ସିଷ୍ଟମରେ ଏହା ଚାଲିଥିଲା । କିଛି ନୂଆ ପିଲା ପାଇଲେ ପୂରୁଣାକୁ ଛାଡି ଦିଅନ୍ତି । କାହାଠୁ 5 ଲକ୍ଷ ତ କାହାଠୁ 10 ଲକ୍ଷ ନେଇଛନ୍ତି । 30ରୁ 40 ଜଣ ଟ୍ରେନିଂ କରିଛନ୍ତି । ଯେଉଁ ମ୍ୟାଡାମ ଟଙ୍କା ନେଇଥିଲେ ସେ ଘରେ ରହୁନାହାନ୍ତି । ଭୁବନେଶ୍ବରରର ବିନୟ ରାଉତରାୟ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ତ୍ରିପାଠୀ ଏଥିରେ ସାମିଲ ଅଛନ୍ତି । ସେ ନିଜକୁ ଆଇଏଏସ ଅଫିସର ପରିଚୟ ଦେଉଥିଲେ । ଏମିତି ମିସିକି ସମସ୍ତେ ଠକେଇ କରୁଥିଲେ । ''

ଏହି ଘଟଣାରେ କଟକ ଅତିରିକ୍ତ ଡିସିପି କହିଛନ୍ତି, '' ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ମିଳିଛି। ତାଙ୍କୁ ଗିରଫ କରାଯିବ ସହ ଠକେଇ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତାର ତଦନ୍ତ କରାଜୁଅଛି। ଏହାସହ ଏହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ଏନେଇ ଥାନାରେ ଅଭିଯୋଗ କଲେ ତାର ମଧ୍ୟ ତଦନ୍ତ କରାଯିବ । ''

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.