ନୂଆଦିଲ୍ଲୀ: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ । ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ପ୍ରତାପ ଷଡ଼ଙ୍ଗୀଙ୍କ କହିବା ହେଲା, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସଂପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଂସଦ ପରିସରରେ କଂଗ୍ରେସ ପାର୍ଟିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
ପ୍ରତାପ ଷଡ଼ଙ୍ଗୀ ଆହତ:
#WATCH | Delhi | BJP MP Pratap Chandra Sarangi says, " rahul gandhi pushed an mp who fell on me after which i fell down...i was standing near the stairs when rahul gandhi came and pushed an mp who then fell on me..." pic.twitter.com/xhn2XOvYt4
— ANI (@ANI) December 19, 2024
ପ୍ରତିକ୍ରିୟାରେ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ, '' ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେବାରୁ ସେ ମୋ ଉପରେ ପଡିବାରୁ ମୁଁ ତଳେ ପଡ଼ି ଯାଇଥିଲି । ଯେତେବେଳେ ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ, ସେତେବେଳେ ମୁଁ ପ୍ରବେଶ ଦ୍ବାର ସିଡ଼ି (staircase) ପାଖରେ ଛିଡା ହୋଇଥିଲି । ସେ ମୋ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଆହତ ହୋଇଛି । ''
Prime Minister Narendra Modi called up BJP MPs Pratap Sarangi and Mukesh Rajput and inquired about their health after the injuries in Parliament today. pic.twitter.com/O1E5JgcI1g
— ANI (@ANI) December 19, 2024
ପ୍ରତାପଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ:
ପ୍ରତାପ ଷଡ଼ଙ୍ଗୀ ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତାଙ୍କୁ ଫୋନ ଯୋଗେ ସ୍ବସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସଫେଇ ଦେଲେ ରାହୁଲ :
#WATCH | Lok Sabha LoP Rahul Gandhi says, " this might be on your camera. i was trying to go inside through the parliament entrance, bjp mps were trying to stop me, push me and threaten me. so this happened...yes, this has happened (mallikarjun kharge being pushed). but we do not… https://t.co/q1RSr2BWqu pic.twitter.com/ZKDWbIY6D6
— ANI (@ANI) December 19, 2024
ଏହି ଘଟଣା ପରେ ସଫେଇ ରଖିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, " ମୁଁ ସଂସଦର ପ୍ରବେଶ ଦ୍ୱାର ଦେଇ ଭିତରକୁ ଯିବାକୁ ଚେଷ୍ଟା କରୁଥିଲି, ବିଜେପି ସାଂସଦମାନେ ମୋତେ ଅଟକାଇବାକୁ, ଠେଲି ଦେବାକୁ ଏବଂ ଧମକ ଦେବାକୁ ଚେଷ୍ଟା କରୁଥିଲେ । ତେଣୁ ଏପରି ଘଟଣା ଘଟିଛି । ହଁ ଏପରି ଘଟିଛି ମଲିକାର୍ଜୁନ ଖଡଗେଙ୍କୁ ଧକ୍କା ଦିଆଯାଇଛି । କିନ୍ତୁ ଆମେ ଧକ୍କା ମୁକ୍କାରେ ପ୍ରଭାବିତ ହେଉନାହୁଁ । ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ଭିତରକୁ ଯିବାର ଅଧିକାର ଅଛି । ବିଜେପି ସାଂସଦ ମାନେ ଆମକୁ ଭିତରୁ ନଯିବାକୁ ଚେଷ୍ଟା କରୁଥିଲେ । ମୁଖ୍ୟ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଆମ୍ବେଦକରଙ୍କୁ ଅପମାନ କରୁଛନ୍ତି। ''
ପ୍ରତାପଙ୍କୁ ଭେଟିଲେ ସାଂସଦ ଅପରାଜିତା:
ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ହସ୍ପିଟାଲରେ ତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି । ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ତାହା ପଚାରି ବୁଝିଛନ୍ତି ଅପରାଜିତା । ସେହିପରି ଟିଡିପି ଏମପି ଆପଲାନାଇଡୁ କାଲିସେଟ୍ଟୀ ବିଜେପି ଆହତ ସାଂସଦଙ୍କୁ ହସ୍ପିଟାଲରେ ଭେଟିଥିଲେ ।
#WATCH | TDP MP Appalanaidu Kalisetti meets BJP MP Pratap Chandra Sarangi at RML Hospital. He is admitted here after sustaining injuries during jostling with INDIA Alliance MPs.
— ANI (@ANI) December 19, 2024
(Video Source: Appalanaidu Kalisetti) pic.twitter.com/IOE6fUe2gJ
ଏହା ମଧ୍ୟ ପଢନ୍ତୁ-ଦେଶର ଯୁବପିଢିଙ୍କ ଆଙ୍ଗୁଠି କାଟୁଛନ୍ତି ସରକାର: ରାହୁଲ ଗାନ୍ଧୀ - RAHUL GANDHI HITS OUT AT BJP |
କାହିଁକି ସଂସଦରେ ବିକ୍ଷୋଭ କରୁଛି କଂଗ୍ରେସ:
#WATCH | MPs of INDIA bloc and BJP came to face at the Parliament premises earlier today while carrying out their respective protests over Dr BR Ambedkar.
— ANI (@ANI) December 19, 2024
INDIA MPs are demanding an apology and resignation of Union Home Minister Amit Shah over his remarks on Babasaheb Ambedkar… pic.twitter.com/IhryQTbKoQ
ଗତ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ ନେଇ ରାଜ୍ୟସଭାରେ ଏକ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ''କଂଗ୍ରେସ ପାଇଁ ଆମ୍ବେଦକରଙ୍କ ନାମ ଏକ ଫେସନରେ ପରିଣତ ହୋଇଛି । ଯଦି ସେମାନେ ଭଗବାନଙ୍କ ନାମ ସେତିକି ଥର ନିଅନ୍ତେ ତେବେ ସେମାନଙ୍କୁ ସ୍ବର୍ଗରେ ଜାଗା ମିଳିଯାଆନ୍ତା'' ବୋଲି ଶାହ କହିଥିଲେ । ଯାହାକୁ ନେଇ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ସଂସଦ ବାହାରେ ଓ ଭିତରେ ତୁମ୍ବି ତୁଫାନ କରୁଛନ୍ତି ବିରୋଧୀ ସାଂସଦ ମାନେ । ଅମିତ ଶାହ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦିଅନ୍ତୁ ବୋଲି ଅଡି ବସିଛି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ । ବିରୋଧୀ ଦଳର ନେତା ମାନେ ଗତକାଲି ପରି ଆଜି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।