ଓଡିଶା

odisha

ଶ୍ରୀମନ୍ଦିରରେ ଅନଲାଇନ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା ପ୍ରସ୍ତାବ, ବିରୋଧ କଲେ ଭକ୍ତ-ସେବାୟତ - Oppose Slot booking Darshan

By ETV Bharat Odisha Team

Published : Jun 28, 2024, 11:04 PM IST

Oppose Slot booking Darshan: ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଦର୍ଶନ ପାଇଁ ଅନଲାଇନ ସ୍ଲଟ ବୁକିଂ ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି ମହାରାଜା । ହେଲେ ଏହି ପ୍ରସ୍ତାବକୁ କଣ ଭକ୍ତ ଏବଂ ସେବାୟତଙ୍କ ସମର୍ଥନ ମିଳିବ ? ଜାଣନ୍ତୁ କଣ କହୁଛନ୍ତି ଭକ୍ତ ।

Opposition to Slot booking Darshan
Opposition to Slot booking Darshan (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ଅନଲାଇନ ସ୍ଲଟ ବୁକିଂ ପ୍ରସ୍ତାବକୁ ବିରୋଧ । ଶ୍ରୀମନ୍ଦିରରେ ଅନଲାଇନ ସ୍ଲଟ ମାଧ୍ୟମରେ ଭକ୍ତ ଦର୍ଶନ କଲେ ଭିଡ କମିବ ବୋଲି ଗଜପତି ମହାରାଜା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ହେଲେ ଏହି ଅନଲାଇନ ବୁକିଂରେ ମହାପ୍ରଭୁଙ୍କୁ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଓ ସେବାୟତ ବିରୋଧ କରିଛନ୍ତି । ଭକ୍ତ କହିଛନ୍ତି ଯେ, ଏହି ଅନଲାଇନ ବ୍ୟବସ୍ଥା ଶ୍ରୀମନ୍ଦିରରେ ହୋଇ ପାରିବନାହିଁ । ଏହା ଲାଗୁ ହେଲେ ଭକ୍ତଙ୍କ ସମସ୍ୟା ଆହୁରି ବଢିବ ବୋଲି ଅନେକ ଭକ୍ତ କହିଛନ୍ତି ।

Opposition to Slot booking Darshan (ETV Bharat Odisha)

ସେହିପରି ଆଉ ଜଣେ ଭକ୍ତ କହିଛନ୍ତି, "ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ଥିବାରୁ ନୀତି ବିଳମ୍ବ ହେଲେ ଅନ ଲାଇନରେ ବୁକିଂ କରିଥିବା ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ । ଦୂରରୁ ଆସିଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରିବେ ।" ତେବେ ଶ୍ରୀମନ୍ଦିରରେ ଅନଲାଇନ ବୁକିଂରେ ଦର୍ଶନ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ଭକ୍ତ କହିଛନ୍ତି । ଭକ୍ତ ମାନେ ଅନଲାଇନରେ ବୁକିଂ କରିଥିଲେ ଧାର୍ଯ୍ୟ ସମୟରେ ଆସି ନପାରିଲେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି କହିଛନ୍ତି ।

ଆଉ ଜଣେ ଭକ୍ତ କହିଛନ୍ତି, "ତିରୁପତି ଭଳି ମନ୍ଦିରରେ ପୂଜା ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଲଗା । ମହାପ୍ରଭୁଙ୍କର ଦିନ ସାରା ପୂଜା ଅନୁଷ୍ଠିତ ହେବା ସହିତ ଅଲଗା ଅଲଗା ନୀତିକାନ୍ତି ରହିଛି । ଏଣୁ ଅନଲାଇନରେ ଦର୍ଶନ ବ୍ୟବସ୍ଥା ଦ୍ବାରା ଭକ୍ତ ଅଧିକ ଅସୁବିଧା ଭୋଗିବେ ।" ସେପଟେ ବୁଦ୍ଧିଜୀବୀ ମଧ୍ୟ ଗଜପତିଙ୍କ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ସେ କହିଛନ୍ତି "ଶ୍ରୀମନ୍ଦିର ଏକ ସ୍ବତନ୍ତ୍ର ସ୍ଥାନ । ପର୍ବପର୍ବାଣୀରେ ଲକ୍ଷ ଲକ୍ଷ ଲୋକ ଶ୍ରୀମନ୍ଦିରକୁ ଆସୁଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ଅନଲାଇନରେ ବୁକିଂ କରାଇ ଗୋଟିଏ ଦିନରେ ଦର୍ଶନ କରାଇବା ଅସମ୍ଭବ । ସେହିପରି ଭକ୍ତ ଓ ଭଗବାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଅନନ୍ୟ । ଏଣୁ ଅନଲାଇନରେ ବୁକ୍ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପରମ୍ପରା ବିରୋଧୀ ।" ଏହି ପ୍ରସ୍ତାବରୁ ଗଜପତି ଓହୋରି ଯାଆନ୍ତୁ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଧର୍ମ-ଅର୍ଥ-କାମ-ମୋକ୍ଷର ଚାରିଦ୍ବାର; ଋଷିମୁନିଙ୍କ ପାଇଁ ଅଶ୍ବଦ୍ବାର, ଏହି ଦ୍ବାରରେ ଯାଆନ୍ତି ଦେବତା-ଭକ୍ତ - Srimandir Four Gates Significance

ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ ଅନଲାଇନ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିଛନ୍ତି । ସେ କହିଛନ୍ତି "ଏହା ଶ୍ରୀମନ୍ଦିରରେ ଅସମ୍ଭବ । ଏହି ବ୍ୟବସ୍ଥା ଦ୍ଵାରା ଭକ୍ତଙ୍କୁ ଠକିବା ଓ ଭୁଆଁ ବୁଲାଇବା ସଦୃଶ । ଅନଲାଇନରେ ଯଦି ଗୋଟିଏ ପରିବାରର ସବୁ ସଦସ୍ୟଙ୍କୁ ବୁକିଂ ନମିଳେ ତାହାଲେ ଭକ୍ତ ହଇରାଣ ହେବେ । ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିବା ଦ୍ଵାରା ଭକ୍ତ ବେଶ ଖୁସି । ତେବେ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରିବାକୁ ହେଲେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଲାଇନ୍ ବ୍ୟବସ୍ଥା ସହ ଯେପରି ଭକ୍ତ ନ ଠିଆ ହୁଅନ୍ତି ଏବଂ ଲାଇନ୍ କ୍ରମାଗତ ଚାଲୁ ରହିଲେ ଶ୍ରୀମନ୍ଦିରରେ ଭିଡ଼ ହେବ ନାହିଁ ଓ ଭକ୍ତ ଭଲରେ ଦର୍ଶନ ପାଇବେ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details