ଓଡିଶା

odisha

ETV Bharat / state

ଉଦଘାଟନ ହେଉନି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ କୋଠା, ଘଣ୍ଟ ବଜାଇ ପ୍ରତିବାଦ - ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ

Subarnapur District Hospital: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଗୃହ ଉଦଘାଟନ ଦାବି । ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

By ETV Bharat Odisha Team

Published : Feb 9, 2024, 5:31 PM IST

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସୁବର୍ଣ୍ଣପୁର:ଅଭିନବ ଉପାୟରେ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ ଦାବି ନେଇ ସହରର "ପରିବର୍ତ୍ତନ" ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି । ଜିଲ୍ଲା ପୂର୍ବତନ ବିଜେପି ସଭାପତି ତଥା ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଆଗରେ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆଜକୁ ଦୀର୍ଘ 6 ମାସରୁ ଅଧିକ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ଶେଷ ହୋଇଥିଲେ ବି ତାହାର ଆନୁଷ୍ଠାନିକ ଉଦଘାଟନ କରାଯାଉନାହିଁ । ସୁବର୍ଣ୍ଣପୁର ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମୟ ଅଭାବରୁ ଏହି ନୂତନ କୋଠା ବ୍ୟବହାର ହୋଇ ପାରୁନଥିବା ଅଭିଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା କୋଠାକୁ ସହରବାସୀଙ୍କ ପାଇଁ ଏକ ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ସହିତ ନୂତନ କୋଠାକୁ ଉଦଘାଟନ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ନେଇ ପରିବର୍ତ୍ତନ" ପକ୍ଷରୁ ବିକ୍ଷୋଭ କରାଯାଇଛି ।

ଏନେଇ ବଳଦେବ ବେଦବାଗ କହିଛନ୍ତି, "ପ୍ରାୟ ଦଶନ୍ଧି ପୂର୍ବରୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମିଶନରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ କରିବା ପାଇଁ 12 କୋଟି ଟଙ୍କା ଆସିଥିଲା । ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ଓ ସ୍ଥାନୀୟ ପ୍ରତିନୀଧି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦୂରଦର୍ଶିତା ଅଭାବରୁ 12 ବର୍ଷ ପରେ ଏହି କୋଠା ନିର୍ମାଣ ସରିଛି । ନିର୍ମାଣ କାର୍ଯ୍ୟ ଶେଷ ହେବା ଆଜକୁ 6 ମାସ ବିତି ଗଲାଣି କିନ୍ତୁ ଏହାକୁ ଉଦଘାଟନ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ତେଣୁ ଘଣ୍ଟ ବଜାଇ ସେମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ଏହି ପ୍ରତିବାଦ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ.....ମେଡିକାଲରେ ଆସୁନି ପାଣି: ବୁଲୁନି ପଙ୍ଖା, ରୋଗୀଙ୍କୁ କାମୁଡିଲେ ମହୁମାଛି

ବଳଦେବ ଏହା ମଧ୍ୟ କହିଛନ୍ତି,"ସରକାର ଏ କୋଠାର ତୁରନ୍ତ କାର୍ଯ୍ୟକ୍ଷମ କରନ୍ତୁ ଏବଂ ଚିକିତ୍ସାଳୟର ପୁରୁଣା କୋଠାରେ ଏକ ୟୁଜିପିଏସସି ରହୁ । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ସ୍ୱାସ୍ଥ୍ୟ ଚିକିତ୍ସା ଓ ସେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ । ଯଦି ଏହା ଶିଘ୍ର ଉଦଘାଟନ ନହୁଏ ତେବେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ କରାଯିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜୋରଦାର ବିରୋଧ କାରାଯିବ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details