ଓଡିଶା

odisha

ETV Bharat / state

ଇକୋ ଟୁରିଜିମ କ୍ଷେତ୍ରରେ ରାଜସ୍ୱ ଆଦାୟରେ ଡେବ୍ରିଗଡ଼ ଅଭୟାରଣ୍ୟର ରେକର୍ଡ - Debrigarh Ecotourism - DEBRIGARH ECOTOURISM

Debrigarh Ecotourism Revenue Collection: ଚଳିତ ଥର ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ l ରାଜ୍ୟରେ ଇକୋ ଟୁରିଜିମରେ ସର୍ବାଧିକ ରାଜସ୍ୱ ଆଦାୟ ହୋଇଥିବା ସୂଚନା ।

DEBRIGARH ECOTOURISM
DEBRIGARH ECOTOURISM

By ETV Bharat Odisha Team

Published : Apr 9, 2024, 1:07 PM IST

DEBRIGARH ECOTOURISM

ସମ୍ବଲପୁର:ଡେବ୍ରିଗଡ଼ ଅଭୟାରଣ୍ୟ କେବଳ ଯେ ବନ୍ୟପ୍ରାଣୀ ଓ ଜଙ୍ଗଲ ସଂରକ୍ଷଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ତା ନୁହେଁ, ବର୍ତ୍ତମାନ ଏହା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଛି । ଏଥର ଏଠାକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି l କେବଳ ଏତିକି ନୁହେଁ ସାରା ରାଜ୍ୟରେ ଇକୋ ଟୁରିଜିମରେ ଚଳିତ ଥର ଏଠାରେ ସର୍ବାଧିକ ରାଜସ୍ୱ ଆଦାୟ ହୋଇଥିବା ସୂଚନା ମିଳିଛି l ପର୍ଯ୍ୟଟନ ହବ୍ ଭାବେ ରାଜସ୍ବ ବୃଦ୍ଧି ସହିତ ଅଭୟାରଣ୍ୟ ଉପରେ ନିର୍ଭରଶୀଳ ସ୍ଥାନୀୟ ବାସିନ୍ଦାଙ୍କୁ ବର୍ଷ ତମାମ ରୋଜଗାର ଯୋଗାଇ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶରେ ସହାୟକ ହୋଇପାରିଛି l

Debrigarh Sanctuary

2023-24 ଆର୍ଥିକ ବର୍ଷରେ ଇକୋ ଟୁରିଜିମ କ୍ଷେତ୍ରରେ ଏଠାରେ ରାଜ୍ୟର ସବୁଠାରୁ ଅଧିକ ରାଜସ୍ୱ ଆଦାୟ ହୋଇଥିବା ସୂଚନା ମିଳିଛି l 3.45 କୋଟି ରାଜସ୍ବ ସଂଗ୍ରହ କରି ସମଗ୍ର ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛି ଡେବ୍ରିଗଡ । 23-24 ଆର୍ଥିକ ବର୍ଷରେ ଅଭୟାରଣ୍ୟରେ ପ୍ରାୟ 70 ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା l ରାଜ୍ୟ ବାହାର ସହ ଆମେରିକା, ଅଷ୍ଟ୍ରେଲିଆ, ଋଷିଆ, ଇଂଲଣ୍ଡର ପର୍ଯ୍ୟଟକ ଡେବ୍ରିଗଡ଼ ଆସିଛନ୍ତି l ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।

Debrigarh Sanctuary

ଏହା ମଧ୍ୟ ପଢନ୍ତୁ-କମ୍ୟୁନିଟି ଇକୋ ଟ୍ୟୁରିଜିମର ସଫଳ ରୂପାୟନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡେବ୍ରିଗଡ

2022-23 ଆର୍ଥିକ ବର୍ଷରେ ମାତ୍ର 30 ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ବେଳେ ରାଜସ୍ବ ସଂଗ୍ରହ ମାତ୍ର 2.5 କୋଟିରେ ସୀମିତ ରହିଥିଲା । 23-24 ଆର୍ଥିକ ବର୍ଷ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସର୍ବାଧିକ 50% ପର୍ଯ୍ୟଟକ ଥିବାବେଳେ ପଶ୍ଚିମବଙ୍ଗରୁ ପ୍ରାୟ 20% ଓ ଦେଶର ଅନ୍ୟ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ 30% ରହିଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ସଫାରି, କୁଜ୍, ଟ୍ରାକିଂ, ହାଇକିଂ, କାୟାକିଂ ସହିତ ବିଦେଶୀ ତଥା ବିରଳ ପକ୍ଷୀ ଦେଖିବା ଆଦିର ସୁଯୋଗ ରହିଛି । ଏହି ଇକୋ ଟୁରିଜିମ ପରିଚାଳନା କ୍ଷେତ୍ରରେ ଆଖ ପାଖ ଗାଁର 87 ପରିବାର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି l ଏହି 87 ପରିବାରର ସଦସ୍ୟ ଯେଉଁମାନେ ଏଠାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ତାଙ୍କ କଠିନ ପରିଶ୍ରମ, ପ୍ରତିବଦ୍ଧତା ଓ ଅନୁଶାସନ ଯୋଗୁଁ ଏଠାରେ ରାଜସ୍ବ ସଂଗ୍ରହ ଶୀର୍ଷ ଛୁଇଁବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି DFO ଅଂଶୁପ୍ରଜ୍ଞା ଦାସ l

Debrigarh Sanctuary

ଏଠାରେ ଭିତ୍ତିଭୂମିର କୌଣସି ଉନ୍ନତି କରାଯାଇନାହିଁ କେବଳ ଅଭୟାରଣ୍ୟ ଆଖପାଖ ଗାଁ ଲୋକଙ୍କୁ ଅନ୍ୟତ୍ର ଥଇଥାନ ଦ୍ୱାରା ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ହୋଇଛି ଓ ଏହାଦ୍ୱାରା ପର୍ଯ୍ୟଟକଙ୍କ ପାଇଁ ବନ୍ୟଜନ୍ତୁ ଦେଖିବାର ସମ୍ଭାବନା ବୃଦ୍ଧି ପାଇଛି l ଏହାସହ ଅନୁଶାସନ, ପର୍ଯ୍ୟଟକଙ୍କ ସୁରକ୍ଷା ଓ କୌଣସି ସମସ୍ୟାର ଶୂନ୍ୟ ସମ୍ଭାବନା ପର୍ଯ୍ୟଟନଙ୍କୁ ବହୁ ପରିମାଣରେ ଆକର୍ଷିତ କରୁଛି l

Debrigarh Sanctuary

ହୀରାକୁଦ ବନ୍ୟପ୍ରାଣୀ DFOଙ୍କ ସୂଚନା ଅନୁସାରେ, ଏଠାରେ ଗୟଳ, ସମ୍ବର, ହରିଣ, ବଣୁଆ ମଇଁଷି, କଲରାପତରିଆ ବାଘ, ଭାଲୁ, ଲଙ୍ଗୁର, ବାରହା, ମୟୂର ଭଳି ବନ୍ୟପ୍ରାଣୀ ସହିତ ଏଠାରେ ୟୋଲୋ ବାଇଲ୍ଡ ଡକ୍, ବ୍ଲାକ ଇବିସ୍, ଗ୍ଲୋସି ଇବିସ୍, ଗୁଲସ , ପ୍ରାଟିନ୍‌କୋଲେସ, ମୁରହେନ୍ସ, ଓପନ ବାଇଲ୍ଡ ଷ୍ଟର୍କ ଆଦି ବିଦେଶୀ ପକ୍ଷୀ ଦେଖିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି । ଏଭଳି ଏକ ବିଶାଳ ଆଉ ବିସ୍ତୀର୍ଣ୍ଣ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯାଇ ପରିବେଶ ଅନୁକୂଳ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ପ୍ରକୃତ ଶ୍ରେୟର ଅଧିକାରୀ ସ୍ଥାନୀୟ ଆଖପାଖ ଗାଁର ଅଧ‌ିବାସୀ ଓ ଅଭୟାରଣ୍ୟରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଚାଳନାରେ ନିୟୋଜିତ ଥିବା 87 ପରିବାର ସଦସ୍ୟ ବୋଲି DFO ସୂଚନା ଦେଇଛନ୍ତି l

Debrigarh Sanctuary

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details