ଓଡିଶା

odisha

By ETV Bharat Odisha Team

Published : Jul 20, 2024, 12:45 PM IST

ETV Bharat / state

ଆଶୀର୍ବାଦ-ସଞ୍ଜୟଙ୍କ ୟୁ-ଟର୍ଣ୍ଣ ପରେ ବର୍ଷିଲେ ଦେବାଶିଷ; କିଛି ଦିନ ତଳେ FAO ସଭାପତି ପଦ ଛାଡିଥିଲେ - Debashish targets Ashirbad Behera

Debashish Samantaray targets Ashirbad Behera: ବିଜେଡିରେ ମିଶିନଥିବା ପ୍ରସଙ୍ଗକୁ ନେଇ ଆଶୀର୍ବାଦ ବେହେରାଙ୍କ ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ ବିଭିନ୍ନ ନିର୍ବାଚନ ସମୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ପାଇଁ ହେଲିକପ୍ଟରରେ ବୁଲି ପ୍ରଚାର କରୁଥିଲେ । ନିର୍ବାଚନରେ ସହଯୋଗ କରୁଥିଲେ ।

Debashish Samantaray targets Ashirbad Behera
Debashish Samantaray targets Ashirbad Behera (ETV Bharat Odisha)

କଟକ: ଓଡ଼ିଶା ଫୁଟବଲ ଆସୋସିଏନ (ଫାଓ) ସଭାପତି ପଦ ଛାଡିବାର କିଛି ଦିନ ପରେ ଆଶୀର୍ବାଦ ବେହେରାଙ୍କ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କିଛି ଦିନ ତଳେ ଆଶୀର୍ବାଦ ବେହେରା କେବେ ବିଜେଡିରେ ମିଶିନଥିବା ନେଇ କହିଥିବା ବେଳେ ଏହାକୁ ନେଇ ଟାର୍ଗେଟ କରି ଦେବାଶିଷ କହିଛନ୍ତି, "ସେ ବିଜେଡିରେ କେବେ ନଥିଲେ ବୋଲି କହିଛନ୍ତି ହେଲେ ପ୍ୟାରୀ ବାବୁ ଥିବାବେଳେ ସେ ବିଜେଡିରେ ଯୋଗ ଦେଇଥିଲେ। ବିଭିନ୍ନ ନିର୍ବାଚନ ସମୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ପାଇଁ ହେଲିକପ୍ଟରରେ ବୁଲି ପ୍ରଚାର କରୁଥିଲେ । ମୋତେ ମଧ୍ୟ ତିନୋଟି ନିର୍ବାଚନରେ ସହଯୋଗ କରିଛନ୍ତି । ହେଲେ ଏବେ ସରକାର ବଦଳିଥିବାରୁ ତାଙ୍କ ସ୍ୱାର୍ଥ ପାଇଁ ଓ ଷ୍ଟାଡିୟମର ସ୍ବାର୍ଥ ପାଇଁ ଏଭଳି କହୁଛନ୍ତି ।

Debashish Samantaray targets Ashirbad Behera (ETV Bharat Odisha)

ସେ ଆଉମଧ୍ୟ କହିଛନ୍ତି, "ଆଶୀର୍ବାଦ ଗୋଟିଏ ସଂସ୍ଥାକୁ ଚଳାଉଛନ୍ତି ଏହା କାହାର ପୈତୃକ ସମ୍ପତ୍ତି ନୁହେଁ । ଏହା ସରକାରଙ୍କ ସମ୍ପତ୍ତି , ବିଭିନ୍ନ ସମୟରେ ହାଇକୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି । ତେଣୁ କ୍ରୀଡାର ବିକାଶ ପାଇଁ ସେ ବର୍ତ୍ତମାନ ସରକାରଙ୍କ ସହ ମିଶି କାମ କରିବେ ବୋଲି ଆଶା ରହିଛି ।"

ଏହାମଧ୍ୟ ପଢନ୍ତୁ.. ଭର୍ତ୍ତୃହରିଙ୍କ 'ଅଳିଆ' ମନ୍ତବ୍ୟକୁ କାଉଣ୍ଟର; ଦେବାଶିଷ କହିଲେ କିଏ ଅଳିଆ ସ୍ପଷ୍ଟ କରନ୍ତୁ - Bhartruhari Mahatab Dump Statement

ଅନ୍ୟପଟେ ବିଜେପି ନେତା ସମୀର ଦେ ବର୍ତ୍ତମାନର ଓସିଏ ସଭାପତି ତଥା ବିଜେଡି ନେତା ବବି ଦାସ ଇସ୍ତଫା ଦେବା ଉଚିତ ବୋଲି କିଛି ଦିନ ପୂର୍ବରୁ କହିଥିବା ବେଳେ ଏନେଇ ଦେବାଶିଷ କହିଛନ୍ତି," ବବି ଦାସ ନିର୍ବାଚନ ଜିତି ସଭାପତି ହୋଇଛନ୍ତି କାହା ଦୟାରେ ହୋଇନାହାନ୍ତି । ଯେତେବେଳେ ବିଜେଡି ନିର୍ବାଚନ ଜିତୁଥିଲା ତାଙ୍କୁ ସେଠାରୁ ବାହାର କରିଦେଇଥିଲେ ହେଲେ ବିଜେପି ଜିତିବାରୁ ପୁଣି ସେ ଆସିଲେ । ସେ ନିଜେ ଭାବନ୍ତୁ ତାଙ୍କର ବ୍ୟକ୍ତିତ୍ୱ କଣ ।"

କିଛିଦିନ ପୂର୍ବେ ଆଶୀର୍ବାଦ ବେହେରା କହିଥିଲେ ଯେଉଁ ସରକାର ଆସିବ ଆମେ ତାଙ୍କୁ ସହଯୋଗ କରିବୁ ପୂର୍ଵରୁ ବିଜେଡି ସହ ଥିଲୁ ଏବେ ବିଜେପି ସହ ରହିବୁ । ଏ ସବୁ ଭିତରେ ସଞ୍ଜୟ ବେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details