ଓଡିଶା

odisha

ETV Bharat / state

ଶ୍ରାବଣ ଛୁଇଁନି, ଆକାଶ ଛୁଇଁଲାଣି ପରିବା ଦର; ହଜାର ଟଙ୍କାରେ ବି ପୁରୁନି ବ୍ୟାଗ, କେବେ ଲାଗିବ ଦର ବୃଦ୍ଧିରେ ବ୍ରେକ୍ ... - Vegetable Price Rise

Vegetable Price Skyrocketing in Cuttack Niali: ରାଜ୍ୟରେ ଆକାଶ ଛୁଆଁ ପରିବା ଦର । ଗ୍ରାହକଙ୍କ ପକେଟକୁ ବାଧୁଛି ଦର । ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jul 20, 2024, 4:19 PM IST

Updated : Jul 20, 2024, 5:42 PM IST

Vegetable Price Rise
Vegetable Price Rise (ETV Bharat Odisha)

ନିଆଳି:ନିୟନ୍ତ୍ରଣ ବାହାରେ ପରିବା ଦର । ଖାଉଟିଙ୍କ ହାଣ୍ଡିଶାଳକୁ ମହଙ୍ଗା ମାଡ ।‌ ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି ଶ୍ରାବଣ ମାସ ।‌ ଅଧିକାଂଶ ଲୋକ ନିରାମିଷ ଭୋଜନ ଉପରେ ନିର୍ଭର କରିବେ । ଗତ ଦୁଇ ମାସରୁ ଊର୍ଦ୍ଧ୍ବ ଦିନ ହେଲାଣି ପନିପରିବା ଦର ଉପର ମୁହାଁ ହୋଇ ରହିଛି । ଦର ଖସିବାର ନା ଧରୁନାହିଁ । ହଜାର ଟଙ୍କାରେ ବ୍ୟାଗ ଫୁଲ ହେଉନାହିଁ ।‌ ଏପରି ଅବସ୍ଥା ଉପୁଜିଛି ଯେ, ଗ୍ରାହକ ପନିପରିବା କିଣିବାକୁ ଡରିଲେଣି ।‌

VEGETABLE PRICE RISE (ETV Bharat Odisha)

ପରିବାରେ ହାତ ମାରିହେଉନାହିଁ:ବର୍ତ୍ତମାନ ଅଦା ଓ ରସୁଣ କିଲୋ ୨୪୦ ଟଙ୍କାରେ ବିକ୍ରି ହେଉଛି । ଆଳୁ ଓ ପିଆଳ ଦର ଆଗ ପଛରେ ଚାଲିଛି । ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି । ସର୍ବାଧିକ ଦର ହେଉଛି ବାହାରୁ ଆସୁଥିବା ବିନସ୍ । ଯାହା ୧୨୦ ଟଙ୍କାରେ ବିକ୍ରି ହେଉଛି । ଏଭଳି ଆକାଶ ଛୁଆଁ ଦର ଗତ କିଛି ମାସ ହେଲାଣି ଜାରି ରହିଛି । ଆଗକୁ ଶ୍ରାବଣ ମାସ ଏବଂ ପରେ କାର୍ତ୍ତିକ ମାସ ଆସୁଛି । ପନିପରିବା ଦର କ'ଣ ହେବ ଏବେଠୁ କହିବା ମୁସ୍କିଲ ।‌ କଟକ ଜିଲ୍ଲା ନିଆଳି ବଜାର ସପ୍ତାହକୁ 2 ଦିନ ହାଟ ବସେ । ଗୁରୁବାର ଏବଂ ରବିବାର । ନିଆଳି ବଜାର ଉପରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କଟକ ଜିଲ୍ଲା ଖାଉଟି, ବ୍ୟବସାୟୀ ଓ ଚାଷୀ ନିର୍ଭର କରିଥାନ୍ତି । ନିଆଳି ହାଟକୁ ସ୍ଥାନୀୟ ଚାଷୀମାନେ ପନିପରିବା ଆଣି ବିକ୍ରି କରିଥାନ୍ତି । ଲୋକ ସଂଖ୍ୟା ଅନୁପାତରେ ସ୍ଥାନୀୟ ଅଞ୍ଚଳର ପନିପରିବା ନିଅଣ୍ଟିଆ ହୁଏ । ଏଥିପାଇଁ ରାଜ୍ୟ ବାହାର ଏବଂ ଅନ୍ୟ ଜିଲ୍ଲାର ପରିବାର ବ୍ରିକି ପାଇଁ ଆସିଥାଏ ।

ନଜର ପକାନ୍ତୁ କଣ ରହିଛି ପନିପରିବା ଦର

ପନିପରିବା କିଲୋପ୍ରତି ଦର

  • ପୋଟଳ ୪୦ରୁ ୬୦
  • ବାଇଗଣ ୫୦ରୁ ୬୦
  • କାଙ୍କଣ ୧୦୦ରୁ ୧୩୦
  • ଜହ୍ନି ୫୦ରୁ ୬୦
  • କାକୁଡି ୫୦
  • କଖାରୁ ୪୦
  • ଭେଣ୍ଡି ୫୦ରୁ ୬୦
  • ମାଟି ଆଳୁ ୪୦ରୁ ୫୦
  • ସାରୁ ୫୦ରୁ ୬୦
  • ଛୁଇଁ ୬୦ରୁ ୮୦
  • କଞ୍ଚା ଲଙ୍କା ୨୦୦ରୁ ୨୫୦
  • ଧନିଆ ପତ୍ର ୨୦୦ରୁ ୨୫୦
  • ଟମାଟୋ ୭୦ରୁ ୮୦
  • କାପସିକମ ୧୨୦ରୁ ୧୪୦

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ରୀଙ୍କୁ ବାଧୁନି ପରିବା ଦର ! ଦେଲେ ଏମିତି ବୟାନ - Minister On Vegetable Price Hike

କାହିଁକି ବଢୁଛି ଦର ?

ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ହୁ ହୁ ହୋଇ ବଢ଼ୁଥିବା ଦର ଗରିବ ଓ ମଧ୍ୟବିତ୍ତ ପରିବାରର ହାଣ୍ଡିଶାଳକୁ ବହୁ ବାଧୁଥିବା ନେଇ ଲୋକେ କହିଛନ୍ତି । ନିଆଳି ଅଞ୍ଚଳରେ କଞ୍ଚା ପନିପରିବା ଚାଷ କମିବା ଏବଂ ରାଜ୍ୟ ବାହାରୁ ପରିବା ଆସୁଥିବାରୁ ଅସାଧୁ ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି । ସେପଟେ କଟକ ଜିଲ୍ଲା ଓ ନିଆଳି ଯୋଗାଣ ବିଭାଗର ନିଆଳି ବଜାର ଉପରେ ଦୃଷ୍ଟି ପଡୁନଥିବାରୁ ବ୍ୟବସାୟୀମାନେ ସୁଯୋଗ ନେଇ ପନିପରିବା ଓ ଆଳୁ, ପିଆଳ, ଅଦା ଓ ରସୁଣ ଗଚ୍ଛିତ ରଖି ଚଢା ଦରରେ ବିକ୍ରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଚାଷ ପ୍ରତି ଗୁରୁତ୍ବ କମିବା କାରଣରୁ ଦର ବୃଦ୍ଧିର ଅନ୍ୟ କାରଣ ବୋଲି କହିଛନ୍ତି ବ୍ୟବସାୟୀ ଓ ଖାଉଟି । ପାଣିପାଗ ଓ କେନାଲ ପାଣି ଅଭାବ ଯୋଗୁଁ ପନିପରିବା ଚାଷ କମିବା କାରଣରୁ ଦର ବୃଦ୍ଧିର ଆଉ ଏକ କାରଣ ବୋଲି ବେପାରୀ କହିଛନ୍ତି ।

ଶ୍ରାବଣରେ କନ୍ଦାଇବ ପରିବା:ଆସନ୍ତା 22ରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଶିବଙ୍କ ଶ୍ରାବଣ ପାଇଁ ଅଧିକାଂଶ ଲୋକେ ଆମିଷ ଛାଡି ଦେଇଥାନ୍ତି । ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି । ଏଥିପାଇଁ ପରିବା ଦର ଅପେକ୍ଷାକୃତ ଟିକେ ବଢିଥାଏ । ଏପଟେ ଶ୍ରାବଣ ମାସ ଆସିବା ପୂର୍ବରୁ ଦର ଉଚ୍ଚା ରହିଥିବା ବେଳେ ଲୋକେ ମୁଣ୍ଡରେ ହାତ ଦେଇ ବସିଥିଲେ । ବଜାରରେ ଅଧିକାଂଶ ପରିବା ଦର 50ଟଙ୍କା ଉପରେ । ବର୍ତ୍ତମାନ ପରିବା ଦର ଅଧିକା ଥିବା ବେଳେ ଆହୁରି ଆଗକୁ ବଢିବା ନେଇ ଲୋକେ ଆଶଙ୍କା କଲେଣି ।


ଇଟିଭି ଭାରତ, ନିଆଳି

Last Updated : Jul 20, 2024, 5:42 PM IST

ABOUT THE AUTHOR

...view details