ଓଡିଶା

odisha

ETV Bharat / state

ଦୁର୍ବଳ ହେଲା ବାତ୍ୟା ‘ଦାନା’; 24 ଘଣ୍ଟା ବର୍ଷିବ, ଘଣ୍ଟା ପ୍ରତି 7କିମି ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Cyclone Dana Impact
Cyclone Dana Impact (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 4 hours ago

ଭୁବନେଶ୍ୱର: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା’ । ଆଗାମୀ 24 ଘଣ୍ଟା ଯାଏଁ ଜାରି ରହିବ ବର୍ଷିବ । ବର୍ତ୍ତମାନ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଭଦ୍ରକର ଠାରୁ ୪୦ କିମି ଓ ଧାମରା ଠାରୁ ୭୦ କିମି ଦୁରରେ ରହିଛି l ବିଗତ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ, ଚାନ୍ଦବାଲି ରେ ସର୍ବାଧିକ ୧୫୮.୬ ମୀମି ବର୍ଷା ରେକର୍ଡ କରାଯାଇଛି l ସେହିଭଳି ବର୍ତ୍ତମାନ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ରେ ୭୦-୮୦ ବେଗରେ ପବନ, ଢେଙ୍କାନାଳ, ଜଗତସିଂପୁର, କଟକ, କେଉଁଝର ୬୫-୭୦ ବେଗରେ ବହୁଛି l

  • ବାତ୍ୟା 'ଦାନା' ଏବେ ଅତି ଦୁର୍ବଳ ହେବାରେ ଲାଗିଛି
  • ଘଣ୍ଟା ପ୍ରତି 7 କିଲୋମିଟର ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

ଆଗମୀ ୨୪ ଘଣ୍ଟା ଯାଏଁ ମଧ୍ୟ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି l ଅନ୍ୟପଟେ ଆଜି ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ କମିବ ବର୍ଷା ର ପରିମାଣ l ଏଥିସହ ଆରବ ସାଗର ଉପରେ ଏକ ସକ୍ରିୟ ଗୁରୁଚାପ ପ୍ରଭାବରେ, ବାତ୍ୟାର ବାମ ପାର୍ଶ୍ୱରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହ ର ପ୍ରଭାବ ଅଧିକ ରହିଛି, ସେହିପରି ବାତ୍ୟାର ପୂର୍ବ ଭାଗରେ ମଧ୍ୟ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି l ଏହି ଦୁଇ ଗୁରୁଚାପ ବଳୟ ମଧ୍ୟ କ୍ଷେତ୍ରରେ ବାତ୍ୟା କେନ୍ଦ୍ରୀଭୂତ ଥିବାରୁ, ବାତ୍ୟା ବିଶେଷ କ୍ଷୟକ୍ଷତି କରିପାରିନାହିଁ ବୋଲି ବିଭାଗ ଆକଳନ କରିଛି l

ଏହା ବି ପଢନ୍ତୁ- DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ଭଦ୍ରକରେ ସର୍ବାଧିକ କ୍ଷତି, ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ


ସେପଟେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦାନା ଉତ୍ତର - ଉତ୍ତର - ପଶ୍ଚିମ ଦିଗକୁ ଗତି କରୁଛି । 7 କିଲୋମିଟର ଗତିରେ ଆଗକୁ ବଢୁଛି ବାତ୍ୟା ଦାନା।ଭଦ୍ରକ ଠାରୁ ୪୦ କିଲୋମିଟର ଦୂର ଉତ୍ତର - ଉତ୍ତର ପୂର୍ବରେ ଅବସ୍ଥିତ ରହିଛି।ସେପଟେ ଧାମରା ଠାରୁ ମଧ୍ୟ ୭୦ କିଲୋମିଟର ଦୂର ଉତ୍ତର - ଉତ୍ତର ପଶ୍ଚିମରେ ବାତ୍ୟା ଦାନା ରହିଛି। ବାତ୍ୟା ପ୍ରଭାବରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୭୦ ରୁ ୮୦ ବେଗରେ ପବନ ରହିଛି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।ସେହିଭଳି ଢେଙ୍କାନାଳ, କଟକ, କେଉଁଝର ଏବଂ ଜଗତସିଂହପୁର ମଧ୍ୟ ୪୦ ରୁ ୫୦ କିମି ରେ ପବନ ବୋହିବ । ଲ୍ୟାଣ୍ଡଫଲ ସମୟରେ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଏହି କାରଣରୁ ଉଭୟ ଜିଲ୍ଲାରେ ଅନେକ ସ୍ଥାନରେ ପାଣି ଜମା ହୋଇ ରହିଛି । ଏହି ଦୁଇଟି ଜିଲ୍ଲାକୁ ମିଶାଇ ମୋଟ ୧୭ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳୁ ଏପର୍ଯ୍ୟନ୍ତ ଚାନ୍ଦବାଲିରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇସାରିଲାଣି । ବାତ୍ୟା ପ୍ରଭାବରେ ଏବେ ମଧ୍ୟ ବର୍ଷା ଏବଂ ପବନ ଜାରି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସନ୍ଧ୍ୟା ପରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ । ଯେହେତୁ ବାତ୍ୟାର ଉଭୟ ପାର୍ଶରେ ଦୁଇଟି ଆଣ୍ଟି - ସାଇକଲୋନିକ ସାରକୁଲେସନ ବା ଗୁରୁଚପ ବଳୟ ରହିଥିଲା ଏହା ଫଳରେ ଲ୍ୟାଣ୍ଡ ଫଳ ପ୍ରକ୍ରିୟା ଧିମେଇ ଯାଇଥିବା ବେଳର ବାତ୍ୟା ଦୁର୍ବଳ ହୋଇଗଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Cyclone Dana (ETV Bharat Odisha)

ଦାନା ଲ୍ୟାଣ୍ଡଫଲ୍-

ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା । ଶେଷ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବା ସହ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ପାଖାପାଖି ୯ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବା ପରେ ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Cyclone Dana (ETV Bharat Odisha)



କାହିଁକି ଦୁର୍ବଳ ହେଲା ବାତ୍ୟା ‘ଦାନା’-

ଦୁଇ ଗୁରୁଚାପ ବଳୟ ନେଇ ଦୁର୍ବଳ ହୋଉଛି ହୋଇଛି ଭୀଷଣ ବାତ୍ୟା ଦାନା । ସ୍ଥଳଭାଗ ଛୁଇଁବା ବେଳକୁ କାହିଁକି ମନ୍ଥର କାହିଁକି ମନ୍ଥର ହୋଇଗଲା ଏନେଇ କହୁଛନ୍ତି ଭୁବନେଶ୍ୱର ପାଣିପାଗ ନିର୍ଦ୍ଦେଶିକ ମନୋରମା ମହାନ୍ତି ।

Last Updated : 4 hours ago

ABOUT THE AUTHOR

...view details