ଓଡିଶା

odisha

ETV Bharat / state

ବାତ୍ୟା 'ଦାନା'କୁ ନେଇ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା, ‘ଭୟ ନୁୁହେଁ ସଜାଗ ରୁହନ୍ତୁ, ସରକାରଙ୍କୁ ସହଯୋଗ କରନ୍ତୁ’

ଓଡ଼ିଶାରେ ଏକାଧିକ ବାତ୍ୟାର ସଫଳ ମୁକାବିଲା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା 'ଦାନା'କୁ ନେଇ ରାଜ୍ୟବାସୀଙ୍କୁ ସାହସ ଦେବା ସହ ସରକାର-ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

‘ ଭୟ ନକରି ସଜାଗ ରୁହନ୍ତୁ, ପ୍ରଶାସନ ସହଯୋଗକୁ କରନ୍ତୁ’, ସାହସ ଦେଲେ ନବୀନ
‘ ଭୟ ନକରି ସଜାଗ ରୁହନ୍ତୁ, ପ୍ରଶାସନ ସହଯୋଗକୁ କରନ୍ତୁ’, ସାହସ ଦେଲେ ନବୀନ (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 3 hours ago

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ସମଗ୍ର ଉପକୂଳରେ ହାଇ ଆଲର୍ଟ । ଏପରି ସ୍ଥିତିରେ ସାମ୍ନାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନିବେଦନ କରିଛନ୍ତି ଓ ପରାମର୍ଶ ମଧ୍ୟ ଦେଇଛନ୍ତି । ଭୟ ନକରି ସଜାଗ ରହିବାକୁ ନବୀନ ଦେଇଛନ୍ତି ପରାମର୍ଶ । ଜୀବନ ଅମୂଲ୍ୟ ତେଣୁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

‘ ଭୟ ନକରି ସଜାଗ ରୁହନ୍ତୁ, ପ୍ରଶାସନ ସହଯୋଗକୁ କରନ୍ତୁ’, ସାହସ ଦେଲେ ନବୀନ (ETV Bharat Odisha)
  • ‘ପୂର୍ବରୁ ସାମ୍ନା କରିଛନ୍ତି, ଏବେବି ଡରିବାନି’

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନବୀନ କହିଛନ୍ତି, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । ଆମର ଏକ ବହୁତ ସଫଳ ବିପର୍ଯ୍ୟୟ ପରିଚାଳନା ରଣନୀତି ରହିଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ । ସଜାଗ ରୁହନ୍ତୁ, ଜୀବନ ଅମୁଲ୍ୟ, ନିରାପଦ ରୁହନ୍ତୁ । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୂରା ସହଯୋଗ ଦିଅନ୍ତୁ । ନବୀନ ଆହୁରି ମଧ୍ୟ କହିଛନ୍ତି, "ସବୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ । ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ।"

ଏହା ମଧ୍ୟ ପଢନ୍ତୁ:- ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, IMD ଜାରି କଲା ଲ୍ୟାଣ୍ଡଫଲ ପଏଣ୍ଟ, ଭଦ୍ରକ-କେନ୍ଦ୍ରାପଡ଼ାକୁ ବିପଦ !

ଏହା ମଧ୍ୟ ପଢନ୍ତୁ:- ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ପାଇଁ ବିଧାୟକ ଓ ବିଧାୟିକାଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ ଓ ବିଧାୟିକାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ । ସମସ୍ତ ବିଧାୟକ ଓ ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟିତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି ନିବେଦନ କରିଥିଲେ ।

  • ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କର ରହିଛି ଲମ୍ବା ଅଭିଜ୍ଞତା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୀର୍ଘ ବର୍ଷ ଶାସନରେ ରାଜ୍ୟ ଏକାଧିକ ସାମୁଦ୍ରିକ ବାତ୍ୟାର ସମ୍ନା କରିଛି । ୧୯୯୯ ମହାବାତ୍ୟା ପରେ ନବୀନ ରାଜ୍ୟରେ ଗାଦି ସମ୍ଭାଳିଥିଲେ । ମହାବାତ୍ୟା ପରବର୍ତ୍ତୀ ଆର୍ଥନୈତିକ ସ୍ଥିତି ଓ ପରେ ଏକାଧିକ ବାତ୍ୟାର ସାମ୍ନା କରିଥିଲା ଓଡିଶା । ଏହା ମଧ୍ୟରେ ‘ଫନି’ ଓ ‘ଫାଇଲିନ’ ପରି ବଡ ବାତ୍ୟା ମଧ୍ୟ ରହିଛି । କେନ୍ଦ୍ର-ରାଜ୍ୟ ସହଯୋଗରେ ନବୀନଙ୍କ ନେତୃତ୍ବରେ ଏକାଧିକ ବାତ୍ୟାର ସଫଳ ମୁକାବିଲା ମଧ୍ୟ କରିବାରେ ଓଡିଶା ସଫଳ ମଧ୍ୟ ହୋଇଛି ।


ଇଟିିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details