ବାଲେଶ୍ବର:ବାତ୍ୟା 'ଦାନା'ର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବରରେ କେନ୍ଦ୍ରୀୟ ଟିମ୍ । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି । 'ଦାନା' ସମୟରେ ଜିଲ୍ଲା ପ୍ରଶାସନର କେଉଁ ପଦକ୍ଷେପ ଗ୍ରହଣ କରିଥିଲା ସେନେଇ ୩ ଜଣିଆ କେନ୍ଦ୍ରୀୟ ଟିମ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହି ଟିମ ପ୍ରଥମେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତର ସୁନାରୀ, ସାଜନପୁର ପଞ୍ଚାୟତର କଷବାରେ କ୍ଷୟକ୍ଷତିର ତଦାରଖ କରିଛନ୍ତି । ଏହାସହ କେନ୍ଦ୍ରୀୟ ଟିମ ସିମୁଳିଆ ବ୍ଲକ ଏବଂ ଖଇରା ବ୍ଲକ ବୁଲି ଦେଖିବେ ବୋଲି ଯୋଜନା ରହିଛି । ଆସନ୍ତାକାଲି ଉତ୍ତର ବାଲେଶ୍ୱରରେ ତଦାରଖ କରିବା ନେଇ ସୂଚନା ରହିଛି ।
ତେବେ କେନ୍ଦ୍ରୀୟ ଟିମ ବିଭିନ୍ନ ସ୍ଥାନ ବୁଲି ଦେଖିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ସୋର ତହସିଲଦାର ଉପସ୍ଥିତ ଥିଲେ । ଏନେଇ ଜିଲ୍ଲାପାଳ କହିଛନ୍ତି, "ଏକ ଟିମ କେନ୍ଦ୍ରରୁ ଆସିଛନ୍ତି । ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ କେମିତି ମ୍ୟାନେଜ କରିଥିଲା ଏବଂ ବାତ୍ୟା ପରେ କ୍ଷୟକ୍ଷତି କେମିତି ଆକଳନ ହେଲା, ଲୋକମାନେ କେମିତି ସୁରକ୍ଷିତ ସ୍ଥାନକୁ ଯାଇଥିଲେ ଏହାକୁ ନେଇ ଆମେ ଟିମ ସଦସ୍ୟମାନଙ୍କୁ ଦୁଇ ତିନୋଟି ସେଣ୍ଟର ବୁଲାଇଛୁ । ଲୋକମାନଙ୍କ ଆବଶ୍ୟକ ଅନୁସାରେ କିଛି ଜାଗାରେ ନୂଆ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଏବଂ ସ୍ଥାନୀୟ ଅଞ୍ଚଳରେ ଚାଷର କ୍ଷୟକ୍ଷତି ଆକଳନ କରିବା ସମ୍ପର୍କରେ ଆଲୋଚନା ହୋଇଛି । ଟିମ ଏ ସମ୍ପର୍କରେ ନୋଟ କରି ନେଇଛନ୍ତି । ବାଲେଶ୍ୱରରେ ୩ ଜଣିଆ ଟିମ ବୁଲି ଦେଖିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ |