ଓଡିଶା

odisha

ETV Bharat / state

ବାତ୍ୟା 'ଦାନା'ରେ ୧୪ ଜିଲ୍ଲାର ୧୬୬ ବ୍ଲକ କ୍ଷତିଗ୍ରସ୍ତ, ୬୦୦ କୋଟିର କ୍ଷତି, ଆସିଲା ପ୍ରାଥମିକ ରିପୋର୍ଟ - CYCLONE AND FLOOD DAMAGE REPORT

ବାତ୍ୟା 'ଦାନା' ଏବଂ ପରବର୍ତ୍ତୀ ବନ୍ୟାରେ ଭଦ୍ରକ, ବାଲେଶ୍ଵର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ କ୍ଷତି । ପ୍ରାଥମିକ ରିପୋର୍ଟରେ ୧୪ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ।

Cyclone And Flood Damage Report
Cyclone And Flood Damage Report (ETV Bharat Odisha)

By ETV Bharat Odisha Team

Published : Nov 4, 2024, 2:58 PM IST

Updated : Nov 4, 2024, 4:49 PM IST

ଭୁବନେଶ୍ବର:ଆସିଲା ବାତ୍ୟା ଦାନା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ରିପୋର୍ଟ । ପ୍ରାଥମିକ ରିପୋର୍ଟରେ 600 କୋଟି କ୍ଷୟକ୍ଷତି । 14ଟି ଜିଲ୍ଲାର 166 ବ୍ଲକ ପ୍ରଭାବିତ ପ୍ରଭାବିତ ହୋଇଥିବା ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

Minister Suresh Pujari On Damage Report (ETV Bharat Odisha)



'ଦାନା'ରେ 600 କୋଟି କ୍ଷତି
ରିପୋର୍ଟ ଅନୁସାରେ, 14 ଜିଲ୍ଲା 166 ବ୍ଲକ ପ୍ରଭାବିତ ହୋଇଥିବା ବେଳେ, ସେଥିରୁ 131 ବ୍ଲକ ଆଂଶିକ ପ୍ରଭାବିତ ହୋଇଛନ୍ତି । 41 ଲକ୍ଷ 4 ହଜାର 357 ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି 16ହଜାର 417 ଘର କ୍ଷତିଗ୍ରସ୍ତ ହୋଇଛି । ସେଥିରୁ 14ହଜାର 680 ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଶକ୍ତି ବିଭାଗର ହୋଇଛି ସର୍ବାଧିକ ସମ୍ପତ୍ତି ନଷ୍ଟ । "ଆଜି ରାତି କିମ୍ବା ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଆସିବ । କେନ୍ଦ୍ର ସରକାରଙ୍କୁ ପଠାଯିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ " ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବାତ୍ୟା ଦାନା ଓ ଏହା ପ୍ରଭାବରେ ବନ୍ୟା ଦ୍ୱାରା 14ଟି ଜିଲ୍ଲା ପ୍ରଭାବିତ ହୋଇଛି । ସେଥିରୁ ଆଂଶିକ ଓ ବହୁଳ ପ୍ରଭାବିତ ଜିଲ୍ଲା ରହିଛି । ଅନୁଗୋଳ, ବାଲେଶ୍ଵର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ମୟୁରଭଞ୍ଜ ଓ ନୟାଗଡ଼ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । 14 ଜିଲ୍ଲାରୁ କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇଛି । ପଞ୍ଚାୟତିରାଜ ବିଭାଗକୁ ଛାଡି ଦେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କ୍ଷୟକ୍ଷତି ରିପୋର୍ଟ ମଧ୍ୟ ମିଳିଛି । ଶକ୍ତି, କୃଷି, ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ଷୟକ୍ଷତି ବାବଦରେ ରିପୋର୍ଟ ଆସିଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ ।

ଏହା ବି ପଢନ୍ତୁ...ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, ନଭେମ୍ବର 2 ସୁଧା କ୍ଷୟକ୍ଷତି ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଏହା ବି ପଢନ୍ତୁ...'କେନ୍ଦ୍ରକୁ ପଠାଯିବ 'ଦାନା' କ୍ଷୟକ୍ଷତି ରିପୋର୍ଟ', ବାତ୍ୟାଞ୍ଚଳ ବୁଲିବା ପରେ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ଏହା ବି ପଢନ୍ତୁ...ବାତ୍ୟା ବେଳେ ଡ୍ୟୁଟିରେ ଖିଲାପ ପଡିଲା ମହଙ୍ଗା, ରେଭିନ୍ୟୁ ସୁପରଭାଇଜର ନିଲମ୍ବିତ

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରାଥମିକ ଆକଳନରୁ ଦାନା ବାତ୍ୟା ପ୍ରଭାବରେ ପ୍ରାୟ 600 କୋଟି ଟଙ୍କା କ୍ଷୟକ୍ଷତିର ଅନୁମାନ କରାଯାଉଛି । ଜିଲ୍ଲା ଓ ବିଭାଗର ରିପୋର୍ଟ କମ୍ପାଇଲ ହେବା ପରେ ନିର୍ଦ୍ଦିଷ୍ଟ ଭାବେ କ୍ଷୟକ୍ଷତି କଥା କୁହାଯିବ । ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ବାତ୍ୟା ଦାନା ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ମୟୂରଭଞ୍ଜ, ଯାଜପୁର, କଟକ ଓ ଜଗତସିଂହପୁରରେ ମଧ୍ୟ କ୍ଷୟକ୍ଷତି ହୋଇଛି । 14 ଜିଲ୍ଲାର 166 ବ୍ଲକ ପ୍ରଭାବିତ ହୋଇଛି । କେଉଁ ଜିଲ୍ଲାର ସବୁ ବ୍ଲକ ଓ କିଛି ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ବ୍ଲକ ପ୍ରଭାବିତ ହୋଇଛି । 14 ଜିଲ୍ଲାର 11637 ଗାଁ ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 41 ଲକ୍ଷ 4 ହଜାର 357 ଲୋକ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟାରେ ଭାଙ୍ଗିଛି 16 ହଜାର 416 ଘର । ସେଥିରୁ 27 ଟି କଚ୍ଚା ଘର ଭାଙ୍ଗିଥିବାବେଳେ 14 ହଜାର 680 ଘର ଆଂଶିକ ଭାବେ ଭାଙ୍ଗିଛି । ଶକ୍ତି ବିଭାଗର ସର୍ବାଧିକ କ୍ଷୟକ୍ଷତି ହୋଇଛି । ବାତ୍ୟା ଓ ବନ୍ୟା ଦ୍ୱାରା 4 ହଜାର କୁକୁଡ଼ା, 71ଟି ଛୋଟ ବଡ଼ ଗୃହପାଳିତ ପଶୁ ମରିଛନ୍ତି । ଚୂଡାନ୍ତ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଆସନ୍ତାକାଲି କେନ୍ଦ୍ରକୁ ଦିଆଯିବ । ବିପର୍ଯ୍ୟୟ ଅର୍ଥ ଆମ ପାଖରେ ଅଛି । ସେହି ଅର୍ଥରୁ ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଦିନେ ଦୁଇ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ବିଭାଗୀୟ କ୍ଷୟକ୍ଷତିର କ୍ଷତିପୂରଣ ଦିଆଯିବ । କେନ୍ଦ୍ର ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । ରିପୋର୍ଟ ଗଲେ କେନ୍ଦ୍ରୀୟ ଟିମ ଆସିବା ନେଇ ଚୂଡାନ୍ତ ହେବ ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 4, 2024, 4:49 PM IST

ABOUT THE AUTHOR

...view details