ଓଡିଶା

odisha

ETV Bharat / state

ଗେମିଂ ଆପ କରି ଠକୁଥିଲେ ସାଇବର ଠକ, ଭୁବନେଶ୍ୱରରୁ ଠକେଇ ସିଣ୍ଡିକେଟ ଠାବ - CYBER FRAUD NETWORK

ଭୁବନେଶ୍ୱରରୁ ଠାବ ହେଲା ଠକେଇ ସିଣ୍ଡିକେଟ୍ । ଗେମିଂ ଆପ କରି ଠକୁଥିଲେ ଠକ । 4 ଅଟକ । କମିଶନରେଟ ପୋଲିସର ତନାଘନା ।

CYBER FRAUD NETWORK
CYBER FRAUD NETWORK (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର:ଅନଲାଇନ ଗେମିଂ ଆପରେ ଠକେଇ । ଏକ ଆପାର୍ଟମେଣ୍ଟର ରହି ଅପରେଟ କରୁଥିଲେ ଠକ । ଭୁବନେଶ୍ୱରରେ ଚାଲିଥିଲା ଠକେଇ ସିଣ୍ଡିକେଟ । ଏୟାରଫିଲ୍ଡ ଥାନା ବୋତଣ୍ଡାରୁ ଆଡ୍ଡା ଠାବ କଲା କମିଶନରେଟ ପୋଲିସ । ଖବର ପାଇ ଆଜି(ଗୁରୁବାର) ସ୍ପେଶାଲ ସ୍କ୍ୱାର୍ଡର ଏକ ଟିମ୍ ଓ ଏୟାରଫିଲ୍ଡ ଥାନାର ଏକ ଟିମ ମିଳିତ ଚଢାଉ କରିଛନ୍ତି । ଲାପଟପ, ମୋବାଇଲ, ଆକାଉଣ୍ଟ ବହି ଜବତ ସହ ଚାରି ଜଣ ଅଟକ ରଖିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।

କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ସ୍ପେଶାଲ ସ୍କ୍ୱାର୍ଡର ଏକ ଟିମ୍ ଓ ଏୟାରଫିଲ୍ଡ ଥାନାର ଏକ ଟିମ୍ ମିଳିତ ଭାବେ ଚଢାଉ କରିଛନ୍ତି । ଏନେଇ ପୂର୍ବରୁ ଏକ ସୂଚନା ପାଇଥିଲା ପୋଲିସ । ସେହି ଆଧାରରେ ରେଡ ବେଳେ ଚାରି ଜଣ ଯୁବକଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନେ ବ୍ୟବହାର କରୁଥିବା ଲାପଟପ୍,ମୋବାଇଲ ଓ ଆକାଉଣ୍ଟ ଓ କିଛି ଏଟିଏମ୍ ସିଜ କରି ତନାଘନା ଚାଲିଛି । ଆପାର୍ଟମେଣ୍ଟରରେ ଏବେବି ଜାରି ରହିଛି ଚଢାଉ ।

କେମିତି କରୁଥିଲେ ଠକେଇ ?

ବିଶେଷ କରି ଅନଲାଇନ ଗେମିଂ ଆପ କରି ଏମାନେ ଠକାମିର ଥୋପ ପକାଉଥିଲେ‌ । ବିଭିନ୍ନ ଗେମିଂ ପ୍ଲାଟଫର୍ମ ଭଳି ବିନା ପଞ୍ଜିକୃତ ଓ ଅନାମଧେୟ ଗେମିଂ ଆପର ନାଁରେ ଏମାନେ ଅପରେଟ କରୁଥିଲେ ଗେମିଂ ଆପ । ପରେ ଏହି ପରି କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହି ହ୍ବାଟ୍ସଆପରେ ଲିଙ୍କ ପଠାଇ ଗେମିଂ ଆପରେ ଇନଭେଷ୍ଟ ପାଇଁ ଯୁବପିଢିଙ୍କୁ ଆକୃଷ୍ଟ କରୁଥିଲେ । ପରେ ଏହି ସବୁ ବେନାମି ଆପ ଜରିଆରେ ଆଇଡି ତିଆରି କରି ବା ଖୋଲିଲେ । ଗେମି୍ଂ ଆପରେ ଓ୍ବାଲେଟ ଆକାଉଣ୍ଟ ଖୋଲୁଥିଲେ ।ପରେ ଟଙ୍କା ଯିଏ ବିନିଯୋଗ କଲା ସେମାନଙ୍କୁ ସୁଯୋଗ ଦେଇ ପ୍ରଥମେ ପ୍ରଥମେ ଛୋଟ ଛୋଟ ରିଟର୍ଣ୍ଣର ଆଶା ଦେଖାଇ ପରେ ସବୁ ଟଙ୍କା ନେଇ ଛୁ ମାରୁଥିଲେ ।

ଲିଙ୍କରେ ଚାଲିଥିଲା ଠକେଇ, 4 ଅଟକ:

ଏହି ସବୁ ଆପ ଅନଲାଇନରେ ବା ଲିଙ୍କ ଜରିଆରେ ଆସୁଥିଲା କେହି ଏହାର ସୂଚନା ପାଉନଥିଲେ । ପରେ ଏଭଳି ଠକ ମାନେ ବିଭିନ୍ନ ଅଞ୍ଚଳରେ ରହି ଏପରି ଗେମିଂ ଆପ ପାଇଁ ନିଜର ସିଣ୍ଡିକେଟ ଅପରେଟ କରୁଥିଲେ । ଚାରି ଜଣଙ୍କୁ ଅଟକ ରଖି ପୋଲିସ ସେମାନେ ରହୁଥିବା ଆପାର୍ଟମେଣ୍ଟର ରେଡ କରିଛି । ସେମାନଙ୍କ ବ୍ୟବହାର କରୁଥିବା ଲାପଟପ୍ ,ମୋବାଇଲ ଓ ଗେମି ଆପର ଆପ୍ଲିକେସନ ସମ୍ପର୍କରେ ମଧ୍ୟ ପୋଲିସ ତନାଘନା କରିଛି ।

ଅଜାଣତରେ ଠକାମୀର ମାୟା ଜାଲରେ ପଡୁଛନ୍ତି ଯୁବପିଢି:

ଏଭଳି ଗେମି ଆପରେ ଟଙ୍କା ବିନିଯୋଗ କରି ଅନେକ ଯୁବପିଢି ଟଙ୍କା ହରାଉଛନ୍ତି । ଫଳରେ ପ୍ରଥମେ ପ୍ରଥମେ ଟଙ୍କାର ଲୋଭ ଦେଖାଇ ପରେ ଅଧିକ ଟଙ୍କା ବିନିଯୋଗ କରୁଥିବା ଯୁବକଙ୍କ ଟଙ୍କା ନେଇ ଛୁ ମାରୁଛନ୍ତି ଠକ । ଫଳରେ କଲେଜ ପଢୁଆ ବା କମ୍ ବୟସ୍କର ଯୁବକ ଏଭଳି ଠକାମୀର ଶିକାର ହୋଇ ଅନେକ ଜୀବନ ମଧ୍ୟ ହାରିବାର ଅନେକ ନଜିର ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:

ସାବାଡ଼ ହେବେ ସାଇବର ଠକ, ସାଇବର କମାଣ୍ଡୋ ଟ୍ରେନିଂରେ ଓଡ଼ିଶାରୁ ୭

ଭୁଲ ନମ୍ବର ରିଚାର୍ଜ ପଡିଲା ମହଙ୍ଗା, ଗାଏବ ହେଲା ପ୍ରାୟ ୪ ଲକ୍ଷ ଟଙ୍କା

ସିମ୍ ବକ୍ସ ପରେ ଫେକ୍ କଲ ସେଣ୍ଟର, ରାଜଧାନୀରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ

ସଫ୍ଟୱେୟାର ସର୍ଭିସ ଆଳରେ ଠକେଇ, ଭୁବନେଶ୍ବରରେ ଥାଇ ଆମେରିକା ଲୋକଙ୍କୁ ଲଗାଉଥିଲେ ଚୂନ

ପୂର୍ବରୁ ଧରାପଡିଛି ସିମବକ୍ସ:

ପୂର୍ବରୁ ଗତ ୧୬ ଅକ୍ଟୋବରରେ କମିଶନରେଟ ପୋଲିସ ସେହି ଏୟାରଫିଲ୍ଡ ଥନା ସୁନ୍ଦରପଦା ଅଞ୍ଚଳରେ ଠାବ କରିଥିଲା ଅନଲାଇନ ଫ୍ରଡ କଲ ସେଣ୍ଟର । ଏୟାରଫିଲଡ ଥାନା ସୁନ୍ଦରପଦାରେ ଥିବା କାଞ୍ଚନ ଟାଓ୍ବାରରେ ପୋଲିସ ରେଡ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସଫ୍ଟଓୟାର ସର୍ଭିସ ଦେବା ଆଳରେ କଲ ସେଣ୍ଟର କରି ବିଦେଶରେ ଥିବା କମ୍ପାନୀକୁ ଠକୁଥିଲେ । ସାଇବର ଠକାମି ପାଇ କଲ ସେଣ୍ଟର ବ୍ୟବହାର‌ କରି ଠକାମି କରୁଥିବା ସେତେବେଳେ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details