କଟକ:ସୁଇସାଇଡର ହଟସ୍ପଟ୍ ପାଲଟିଛି କି କଟକ । ପ୍ରତିଦିନ କେହି ନା କେହି କଟକର ମହାନଦୀ ବ୍ରିଜ ଉପରୁ ଡେଇଁ ଜୀବନ ହାରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପ୍ରାଶାସନ । ଜଣେ କି ଦୁଇ ଜଣ ନୁହେଁ ଗତ ୩-୪ ଦିନ ମଧ୍ୟରେ ପ୍ରାୟ ୩ରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ କାହିଁକି ଲୋକମାନେ ଏହି ମହାନଦୀ ବ୍ରିଜ ଉପରୁ ଡେଇଁ ପ୍ରାଣ ହରାଉଛନ୍ତି । ତାହାର କାରଣ ଜଣାପଡ଼ି ନାହିଁ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବନ୍ୟା ଜଳ ନିସ୍କାଷିତ ହେଉଥିବାରୁ ଅକାତକାତ୍ ପାଣି ମହାନଦୀରେ ପ୍ରବାହିତ ହେଉଛି । ଯାହାର ସୁଯୋଗ ନେଇ ଜୀବନ ହାରୁଛନ୍ତି ଲୋକେ । ପୁଣି ଆଜି ଜଣେ ମହିଳା କଟକ ଯୋବ୍ରା ବ୍ୟାରେଜ ଉପରୁ ଡେଇଁ ନିଜ ଜୀବନ ହାରିଛନ୍ତି ।
ପୁଣି ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା:
ମହାନଦୀକୁ ଡେଇଁ ମହିଳା ମୃତ୍ୟୁ । କଟକ ଯୋବ୍ରା ବ୍ୟାରେଜ ଉପରରୁ ଡେଇଁଲେ ମହିଳା । ଅଳ୍ପ କିଛି ଦୂରରେ ଥିବା ମାଛ ଧରାଳିମାନେ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକ ଜଣକ ହେଲେ କାମିନୀ ସ୍ୱାଇଁ । ତାଙ୍କ ଘର ଅରିଲୋ ବୋଲି ସୂଚନା ମିଳିଛି । କାମିନୀ ନଦୀକୁ ଡେଇଁବା ପୂର୍ବରୁ ବ୍ରିଜ ଉପରେ ନିଜର ଆଧାର କାର୍ଡ ଏବଂ ଭ୍ୟାନିଟ ରଖିଥିଲେ । ତେବେ ସମ୍ପୃକ୍ତ ମହିଳା ଜଣକ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି । ତେବେ ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଛି ।
ନଦୀକୁ ଡେଇଁ ଶିକ୍ଷୟତ୍ରୀ ନିଖୋଜ: